ଦିଲ୍ଲୀରୁ ଫେରି ଶୁଦ୍ଧି ହେଲେ ଭୁଞ୍ଜିଆ ଦମ୍ପତି

ନୂଆପଡ଼ା ଅଫିସ,୪।୨: ଦିଲ୍ଲୀରେ ୭୪ତମ ଜାତୀୟ ସାଧାରଣତନ୍ତ୍ର ଦିବସରେ ନୂଆପଡ଼ା ଜିଲାର ଆଦିବାସୀ ଭୁଞ୍ଜିଆ ଦମ୍ପତି ଭୁଜବଲ ମାଝି ଓ କୁଞ୍ଜବାଇ ମାଝି ରାଜଅତିଥି ଭାବେ ଯୋଗଦେଇ ଗୁରୁବାର ଗଁାକୁ ଫେରିଛନ୍ତି। ଦିଲ୍ଲୀରୁ ଫେରି ଭୁଞ୍ଜିଆ ଦମ୍ପତି ସୁନାବେଡାରେ ପହଞ୍ଚତ୍ବା ପରେ ଗ୍ରାମବାସୀ ପକ୍ଷରୁ ସ୍ବାଗତ କରାଯାଇଥିଲା। ଶୁକ୍ରବାର ସମ୍ପ୍ରଦାୟର ପରମ୍ପରା ଅନୁସାରେ ଗାଁରେ ଶୁଦ୍ଧି ହୋଇ ଇଷ୍ଟଦେବୀ ସୁନାଦେଈଙ୍କୁ ମୁଣ୍ଡିଆ ମାରିଥିଲେ। ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରି ଘରକୁ ଯାଇଥିଲେ। ପାରମ୍ପରିକ ରୀତିନୀତିିରେ ନିଜ ଘରେ ଶୁଦ୍ଧି ହେବା ପରେ ଲାଲବଙ୍ଗଳାରେ ଥିବା ନିଜ ଇଷ୍ଟଦେବୀଙ୍କୁ ମୁଣ୍ଡିଆ ମାରି କ୍ଷମା ପ୍ରାର୍ଥନା କରିଥିଲେ।
ଜାନୁୟାରୀ ୨୧ରେ ନୂଆପଡାରୁ ଦିଲ୍ଲୀ ଅଭିମୁଖେ ବାହାରିଥିଲେ। ଭୁଞ୍ଜିଆ ଦମ୍ପତି ଦିଲ୍ଲୀ ପହଞ୍ଚତ୍ବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରି ୨୬ ତାରିଖ ସାଧାରଣତନ୍ତ୍ର ପରେଡରେ ଅତିଥି ଭାବେ ଉପସ୍ଥିତ ଥିଲେ। ୨୮ ତାରିଖରେ ଏନ୍‌ସିସି ପରେଡରେ ମଧ୍ୟ ଯୋଗଦାନ କରିଥିଲେ। ଏହା ବ୍ୟତୀତ ସେମାନେ ଦିଲ୍ଲୀ ନିକଟବର୍ତ୍ତୀ ସ୍ଥାନରେ ବୁଲିବା ସହ ବିଭିନ୍ନ ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କ ସହିତ ମିଶିଥିଲେ। ବିଭିନ୍ନ ରାଜ୍ୟରୁ ଆସିଥିବା ଅନେକ ଜନଜାତିର ଲୋକଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ବେଶଭୂଷା, ଚାଲିଚଳନ, ସାଂସ୍କୃତି, ପରମ୍ପରା ସମ୍ପର୍କରେ ମଧ୍ୟ ଜାଣିବାକୁ ପାଇଥିଲେ। ରାଷ୍ଟ୍ରପତିଙ୍କ ନୈଶଭୋଜିରେ ଯୋଗଦେଇଥିଲେ। ଶେଷରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀଙ୍କ ସହ ସାକ୍ଷାତ କରି ତାଙ୍କଠାରୁ ପ୍ରମାଣପତ୍ର ତଥା ଉପହାର ଗ୍ରହଣ କରି ନୂଆପଡା ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୂଆପଡା ଜନସାଧାରଣଠାରେ ଦିଲ୍ଲୀ ଗସ୍ତର ସମ୍ପୂର୍ଣ୍ଣ ଅନୁଭୂତି ବଖାଣି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

‘ମାଆଙ୍କ ସହ ଚା ପିଇଲେ, ତାଙ୍କ ପାଦ ଧୋଇଲେ…’, ଭାବ ବିହ୍ବଳ କରୁଛି ପାହାଡ଼ରୁ ଡେଇଁ ଜୀବନ ହାରିଥିବା କୁନାଲଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୨୩।୮: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରେ, ଆଇଫୋନ ଇଏମଆଇକୁ ନେଇ ବିବାଦ ପରେ ୧୮ ବର୍ଷୀୟ କୁନାଲ ନାମକ ଜଣେ ନାବାଳକ ଏବଂ ତାଙ୍କ ବାପାମାଆ ଯେଉଁମାନେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri