ଘୋଡ଼ାଡିଆଁ ସେତୁ ଭୂମିପୂଜନ

ପରଜଙ୍ଗ, ୬।୧(ଡି.ଏନ୍‌.ଏ.)  ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ଘୋଡ଼ାଡିଆଁ ନାଳ ଉପରେ ବହୁ ପ୍ରତୀକ୍ଷିତ ସେତୁ ନିର୍ମାଣ ପାଇଁ ବୁଧବାର ଭୂମିପୂଜନ ହୋଇଛି। ବିଧାୟକ ଡା. ନୃସିଂହ ଚରଣ ସାହୁ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବିଜୁ ସେତୁ ଯୋଜନାରେ ଏହି ବ୍ରିଜ୍‌ ନିର୍ମାଣ ହେବ। ଏଥିଲାଗି ୨ କୋଟି ୭୫ ଲକ୍ଷ ୫୩ ହଜାର ୭୧୨ ଟଙ୍କା ଅଟକଳ ଧାର୍ଯ୍ୟ କରାଯାଇଥିବାବେଳେ ଖୁବ୍‌ ଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଘୋଡ଼ାଡିଆଁ ସେତୁ ପରଜଙ୍ଗ ସଦର ପଞ୍ଚାୟତରୁ ମୁଣ୍ଡେଇଲୋ ପଞ୍ଚାୟତକୁ ସିଧାସଳଖ ଯୋଡ଼ିବ। ଲୋକଙ୍କ ଯାତାୟାତ ସୁଗମ ହେବା ସହିତ ଯାତ୍ରା ଅବଧି କମିବ। ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା, ପରଜଙ୍ଗ ସରପଞ୍ଚ ପ୍ରିୟଜିତ୍‌ ସାମଲ, ଆଖୁଆପାଳ ସରପଞ୍ଚ ପ୍ରଦୀପ ବେହେରା, ସମିତିସଭ୍ୟ ମୀନକେତନ ସାମଲ, ଜିଲା ବିଜେଡି ଉପସଭାନେତ୍ରୀ ସିଷ୍ଟର ନିବେଦିତା, ବାବୁଲି ସାହୁଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଆମ୍ବପଳାସ ଗ୍ରାମର ୪୦ ହିତାଧିକାରୀଙ୍କୁ ବିଧାୟକ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ। ପରଜଙ୍ଗ ତହସିଲଦାର ଖଗେଶ୍ୱର ପାତ୍ର, ଯୁବ ବିଜେଡି ସଭାପତି ସୁବ୍ରତ ଦାସ, ସମିତିସଭ୍ୟ ନଗେନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri