ଭୁବନେଶ୍ୱର ବସ୍ତି ନାଁ ଶୁଣିଲେ ଭୟ ଘାରୁଛି

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ରାଜ୍ୟର ଆଉ ଏକ ହଟ୍‌ସ୍ପଟ୍‌ ପାଲଟିବାକୁ ଯାଉଛି ରାଜଧାନୀ। ବସ୍ତି ପାଇଁ ବିଗିଡି ଗଲାଣି ସ୍ଥିତି। ସାଲିଆ ସାହି ବସ୍ତିରୁ ପଜିଟିଭ୍‌ ଠାବ ହେବାର ମାତ୍ର କେଇଟା ଦିନ ଭିତରେ ଏହି ମହାମାରୀ ଏବେ ସହରର ୧୦ରୁ ଊର୍ଦ୍ଧ୍ୱ ବସ୍ତିକୁ ବ୍ୟାପିଗଲାଣି। ଜାରି କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌କୁ ବସ୍ତିଗୁଡିକରେ ଖୋଲାଖୋଲି ଉଲ୍ଲଂଘନ କରାଯିବାରୁ ଏପରିସ୍ଥିତି ଉପୁଜିଥିବା କୁହାଯାଉଛି। ବିଏମ୍‌ସିର ଢିଲା ଆଭିମୁଖ୍ୟ ଯୋଗୁ ନେଡିଗୁଡ଼ କହୁଣିକୁ ବୋହିଯାଇଛି। ଏବେ ଭୁବନେଶ୍ୱରର ମୋଟ ଆକ୍ରାନ୍ତ ୨୮୮ରେ ପହଞ୍ଚତ୍ଥିବାବେଳେ ୪୦ ପ୍ରତିଶତ ହେଉଛନ୍ତି ହସ୍ପିଟାଲ କର୍ମଚାରୀ ଓ ବସ୍ତି ବାସିନ୍ଦା। ବିଏମ୍‌ସି ନିୟମ ଉଲ୍ଲଂଘନ କରୁଥିବା ହୋଟେଲ, ଘରୋଇ ହସ୍ପିଟାଲ ଓ ଦୋକାନକୁ ସିଲ୍‌ କରୁଥିଲେ ମଧ୍ୟ ବିଶେଷକରି ବସ୍ତି ଅଞ୍ଚଳରେ କିଛି ବି ଫରକ ପଡୁନି। ବିଭିନ୍ନ ବସ୍ତିରେ ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ଏବେ ବସ୍ତି କଥା ପଡ଼ିଲେ ଲୋକଙ୍କ ମନରେ ଭୟ ଘାରୁଛି। ସବୁଠାରୁ ବଡ଼ କଥାହେଲା କରୋନା ମୁକାବିଲାରେ ସାମିଲ୍‌ ଥିବା କର୍ମଚାରୀମାନେ ବସ୍ତି ଅଞ୍ଚଳକୁ ଯିବାକୁ ଡରିଲେଣି। ପଳରେ ବସ୍ତି ଅଞ୍ଚଳରେ ଏବେ ସ୍ବାସ୍ଥ୍ୟ ପରୀକ୍ଷା, ଥର୍ମାଲ ସ୍କାନ୍‌ ଆଦି କାର୍ଯ୍ୟ ଏକପ୍ରକାର ଠପ୍‌ ହୋଇଯାଇଛି।

ସୂଚନା ମୁତାବକ, ବସ୍ତି ଅଞ୍ଚଳରେ ଆକ୍ଟିଭ୍‌ ସର୍ଭିଲାନ୍ସ ଜାରି ରହିଥିବା ବିଏମ୍‌ସି କହୁଛି। ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା, ଯାଞ୍ଚ, ଥର୍ମାଲ ସ୍କାନି ଆଦି କାର୍ଯ୍ୟରେ ମହିଳା ସମିତି ସଦସ୍ୟା, ଆଶା, ଅଙ୍ଗନଓ୍ବାଡ଼ି କର୍ମୀ ଓ ସାମାଜିକ କର୍ମୀଙ୍କୁ ନିୟୋଜିତ କରାଯାଇଛି। ହେଲେ ସେମାନେ ନିୟମିତ ବସ୍ତି ଅଞ୍ଚଳକୁ ଯାଉନାହାନ୍ତି କି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଥର୍ମାଲ ସ୍କାନିଂ କରିବାକୁ ଆନ୍ତରିକତା ଦେଖାଉନାହାନ୍ତି ବୋଲି ବସ୍ତିବାସିନ୍ଦା ଅଭିଯୋଗ କରୁଛନ୍ତି। ପଚାରିଲେ କରୋନା ଭୟ କଥା କହୁଛନ୍ତି। ତେଣୁ ଆଗକୁ ବସ୍ତିରେ ସଂକ୍ରମଣ ଆହୁରି ବଢ଼ିବା ସହ ଭୁବନେଶ୍ୱରର ସ୍ଥିତିକୁ ସମ୍ପୂର୍ଣ୍ଣ ଅଣାୟତ୍ତ କରିଦେବାର ଆଶଙ୍କା କରାଯାଉଛି।

ଅନ୍ୟପକ୍ଷରେ ଶେଷ ୨୪ଘଣ୍ଟାରେ ଭୁବନେଶ୍ୱରରୁ ଆଉ ୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜଣେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବାବେଳେ ୮ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଲକ୍ଷ୍ମୀବଜାର ବସ୍ତିରୁ ଆଉ ୪ଜଣ ଚିହ୍ନଟ ହୋଇଛନ୍ତି। ୨ଜଣ ମହିଳା ୩୧ ଓ ୩୮ବର୍ଷ ବୟସର ହୋଇଥିବାବେଳେ ଅନ୍ୟ ଦୁଇଜଣ ପୁରୁଷଙ୍କ ବୟସ ୫୦ ଓ ୧୮। ଏମାନଙ୍କୁ ମିଶାଇଲେ ଉକ୍ତ ବସ୍ତିରେ ସଂକ୍ରମିତଙ୍କ ସଂଖ୍ୟା ୧୫ରେ ପହଞ୍ଚତ୍ଛି। ସେହିପରି ଘରୋଇ ହସ୍ପିଟାଲରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପୁରୁଷ ହୋଇଥିବାବେଳେ ବୟସ ଯଥାକ୍ରମେ ୩୮, ୪୨ ଓ ୪୧ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ସେହିପରି ଅନ୍ୟଜଣେ ଆକ୍ରାନ୍ତ ବିଡିଏ କାର୍ଯ୍ୟାଳୟରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ବୟସ ୫୨ ବର୍ଷ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri