ଭୁବନେଶ୍ୱର ବସ୍ତି ନାଁ ଶୁଣିଲେ ଭୟ ଘାରୁଛି

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ରାଜ୍ୟର ଆଉ ଏକ ହଟ୍‌ସ୍ପଟ୍‌ ପାଲଟିବାକୁ ଯାଉଛି ରାଜଧାନୀ। ବସ୍ତି ପାଇଁ ବିଗିଡି ଗଲାଣି ସ୍ଥିତି। ସାଲିଆ ସାହି ବସ୍ତିରୁ ପଜିଟିଭ୍‌ ଠାବ ହେବାର ମାତ୍ର କେଇଟା ଦିନ ଭିତରେ ଏହି ମହାମାରୀ ଏବେ ସହରର ୧୦ରୁ ଊର୍ଦ୍ଧ୍ୱ ବସ୍ତିକୁ ବ୍ୟାପିଗଲାଣି। ଜାରି କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌କୁ ବସ୍ତିଗୁଡିକରେ ଖୋଲାଖୋଲି ଉଲ୍ଲଂଘନ କରାଯିବାରୁ ଏପରିସ୍ଥିତି ଉପୁଜିଥିବା କୁହାଯାଉଛି। ବିଏମ୍‌ସିର ଢିଲା ଆଭିମୁଖ୍ୟ ଯୋଗୁ ନେଡିଗୁଡ଼ କହୁଣିକୁ ବୋହିଯାଇଛି। ଏବେ ଭୁବନେଶ୍ୱରର ମୋଟ ଆକ୍ରାନ୍ତ ୨୮୮ରେ ପହଞ୍ଚତ୍ଥିବାବେଳେ ୪୦ ପ୍ରତିଶତ ହେଉଛନ୍ତି ହସ୍ପିଟାଲ କର୍ମଚାରୀ ଓ ବସ୍ତି ବାସିନ୍ଦା। ବିଏମ୍‌ସି ନିୟମ ଉଲ୍ଲଂଘନ କରୁଥିବା ହୋଟେଲ, ଘରୋଇ ହସ୍ପିଟାଲ ଓ ଦୋକାନକୁ ସିଲ୍‌ କରୁଥିଲେ ମଧ୍ୟ ବିଶେଷକରି ବସ୍ତି ଅଞ୍ଚଳରେ କିଛି ବି ଫରକ ପଡୁନି। ବିଭିନ୍ନ ବସ୍ତିରେ ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ଏବେ ବସ୍ତି କଥା ପଡ଼ିଲେ ଲୋକଙ୍କ ମନରେ ଭୟ ଘାରୁଛି। ସବୁଠାରୁ ବଡ଼ କଥାହେଲା କରୋନା ମୁକାବିଲାରେ ସାମିଲ୍‌ ଥିବା କର୍ମଚାରୀମାନେ ବସ୍ତି ଅଞ୍ଚଳକୁ ଯିବାକୁ ଡରିଲେଣି। ପଳରେ ବସ୍ତି ଅଞ୍ଚଳରେ ଏବେ ସ୍ବାସ୍ଥ୍ୟ ପରୀକ୍ଷା, ଥର୍ମାଲ ସ୍କାନ୍‌ ଆଦି କାର୍ଯ୍ୟ ଏକପ୍ରକାର ଠପ୍‌ ହୋଇଯାଇଛି।

ସୂଚନା ମୁତାବକ, ବସ୍ତି ଅଞ୍ଚଳରେ ଆକ୍ଟିଭ୍‌ ସର୍ଭିଲାନ୍ସ ଜାରି ରହିଥିବା ବିଏମ୍‌ସି କହୁଛି। ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା, ଯାଞ୍ଚ, ଥର୍ମାଲ ସ୍କାନି ଆଦି କାର୍ଯ୍ୟରେ ମହିଳା ସମିତି ସଦସ୍ୟା, ଆଶା, ଅଙ୍ଗନଓ୍ବାଡ଼ି କର୍ମୀ ଓ ସାମାଜିକ କର୍ମୀଙ୍କୁ ନିୟୋଜିତ କରାଯାଇଛି। ହେଲେ ସେମାନେ ନିୟମିତ ବସ୍ତି ଅଞ୍ଚଳକୁ ଯାଉନାହାନ୍ତି କି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଥର୍ମାଲ ସ୍କାନିଂ କରିବାକୁ ଆନ୍ତରିକତା ଦେଖାଉନାହାନ୍ତି ବୋଲି ବସ୍ତିବାସିନ୍ଦା ଅଭିଯୋଗ କରୁଛନ୍ତି। ପଚାରିଲେ କରୋନା ଭୟ କଥା କହୁଛନ୍ତି। ତେଣୁ ଆଗକୁ ବସ୍ତିରେ ସଂକ୍ରମଣ ଆହୁରି ବଢ଼ିବା ସହ ଭୁବନେଶ୍ୱରର ସ୍ଥିତିକୁ ସମ୍ପୂର୍ଣ୍ଣ ଅଣାୟତ୍ତ କରିଦେବାର ଆଶଙ୍କା କରାଯାଉଛି।

ଅନ୍ୟପକ୍ଷରେ ଶେଷ ୨୪ଘଣ୍ଟାରେ ଭୁବନେଶ୍ୱରରୁ ଆଉ ୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜଣେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବାବେଳେ ୮ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏହି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଲକ୍ଷ୍ମୀବଜାର ବସ୍ତିରୁ ଆଉ ୪ଜଣ ଚିହ୍ନଟ ହୋଇଛନ୍ତି। ୨ଜଣ ମହିଳା ୩୧ ଓ ୩୮ବର୍ଷ ବୟସର ହୋଇଥିବାବେଳେ ଅନ୍ୟ ଦୁଇଜଣ ପୁରୁଷଙ୍କ ବୟସ ୫୦ ଓ ୧୮। ଏମାନଙ୍କୁ ମିଶାଇଲେ ଉକ୍ତ ବସ୍ତିରେ ସଂକ୍ରମିତଙ୍କ ସଂଖ୍ୟା ୧୫ରେ ପହଞ୍ଚତ୍ଛି। ସେହିପରି ଘରୋଇ ହସ୍ପିଟାଲରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପୁରୁଷ ହୋଇଥିବାବେଳେ ବୟସ ଯଥାକ୍ରମେ ୩୮, ୪୨ ଓ ୪୧ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି। ସେହିପରି ଅନ୍ୟଜଣେ ଆକ୍ରାନ୍ତ ବିଡିଏ କାର୍ଯ୍ୟାଳୟରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ବୟସ ୫୨ ବର୍ଷ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?