ଭୁବନେଶ୍ବର-ଜୟପୁର ବିମାନସେବା ଆରମ୍ଭ

ଭୁବନେଶ୍ୱର, ୧।୧୧(ବ୍ୟୁରୋ):କୋରାପୁଟବାସୀଙ୍କ ବହୁଦିନର ସ୍ବପ୍ନ ପୂରଣ ହୋଇଛି। ବହୁପ୍ରତୀକ୍ଷିତ ଭୁବନେଶ୍ବର-ଜୟପୁର ବିମାନସେବା ସୋମବାରଠାରୁ ଆରମ୍ଭ ହୋଇଛି। ଏହି ବିମାନସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଉଦ୍‌ଘାଟନ କରିଛନ୍ତି। ଇଣ୍ଡିଆ ୱାନ୍‌ ଏୟାର ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ୯ ସିଟ୍‌ ବିଶିଷ୍ଟ ବିମାନ ଉଡ଼ାଣ କରିଛି। ପ୍ରତିଦିନ ଏହା ପୂର୍ବାହ୍ନ ୧୧ଟା ୩୫ରୁ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରି ଜୟପୁରରେ ଅପରାହ୍ନ ୧ଟା ୨୦ରେ ପହଞ୍ଚତ୍ବ। ସେଠାରୁ ଅପରାହ୍ନ ୧ଟା ୪୦ରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରି ୨ଟା ୩୦ରେ ପହଞ୍ଚତ୍ବ। ପୁଣି ଅପରାହ୍ନ ୩ଟାରେ ବିଶାଖାପାଟଣାରୁ ବାହାରି ୩ଟା ୫୦ରେ ଜୟପୁର ଓ ପରେ ୪ଟା ୫ରେ ସେଠାରୁ ବାହାରି ୫ଟା ୫୦ରେ ଭୁବନେଶ୍ବରରେ ପହଞ୍ଚତ୍ବ। ଭୁବନେଶ୍ବରରୁ ଜୟପୁର ପାଇଁ ପ୍ରାରମ୍ଭିକ ଭାବେ ଟିକେଟ ମୂଲ୍ୟ ୧,୦୪୯ ଟଙ୍କା ରହିଛି। ଆଗକୁ ସର୍ବାଧିକ ଅଢ଼େଇ ହଜାର ଟଙ୍କା ରହିବ ବୋଲି ସୂଚନା ଦିଆଯାଇଛି।
ଗତ ୨୦ ତାରିଖରେ ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ିବା ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦିଆଯାଇଥିଲା। ଏବେ ଭୁବନେଶ୍ୱର, ଝାରସୁଗୁଡ଼ା ଏବଂ ରାଉରକେଲା ବିମାନବନ୍ଦର ପରେ ଏହା ରାଜ୍ୟର ଚତୁର୍ଥ ଲାଇସେନ୍ସପ୍ରାପ୍ତ ବିମାନବନ୍ଦର ଭାବେ ପରିଗଣିତ ହୋଇଛି। ଏହା ରାଜ୍ୟର ପ୍ରଥମ ନିଜସ୍ବ ବିମାନବନ୍ଦର ହେବ, ଯାହାକି ବ୍ୟବସାୟିକ ବିମାନ ଚଳାଚଳ ପାଇଁ ଲାଇସେନ୍ସପ୍ରାପ୍ତ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜୟପୁର-ଭୁବନେଶ୍ବର ଏବଂ ଭୁବନେଶ୍ବର-ଜୟପୁର ବିମାନ ଉଡ଼ିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିସହ ‘ଇଣ୍ଡିଆ ୱାନ୍‌ ଏୟାର’ ପକ୍ଷରୁ ଟୁଇଟ୍‌ କରି ୩୧ତାରିଖରୁ ଭୁବନେଶ୍ବର-ଜୟପୁରକୁ ବିମାନ ଚଳାଚଳ କରିବା ନେଇ ସୂଚନା ଦିଆଯାଇଥିଲା। ଯାତ୍ରୀମାନେ ଭୁବନେଶ୍ବରରୁ ଜୟପୁର ଯାତ୍ରା କରିବା ପାଇଁ ଇଣ୍ଡିଆ ୱାନ୍‌ ଏୟାର ଓ୍ବେବ୍‌ସାଇଟ୍‌କୁ ଯାଇ ଅନ୍‌ଲାଇନ୍‌ ଟିକେଟ କାଟିଥିଲେ। ତେବେ ପ୍ରଥମଦିନର ଯାତ୍ରା ପାଇଁ ଇଣ୍ଡିଆ ୱାନ୍‌ ଏୟାର ପକ୍ଷରୁ ଅଫର ପ୍ରାଇସ୍‌ ଭାବେ ୯୯୯ଟଙ୍କା ରଖାଯାଇଥିଲା। ଜୟପୁରରେ ବିମାନ ଅବତରଣ କରିବା ପରେ ବାଜା, ନାଚ ଗୀତ ସହ ଯାତ୍ରୀଙ୍କୁ ଫୁଲତୋଡ଼ା ଦିଆଯାଇ ସ୍ବାଗତ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଜୟପୁର ବିମାନବନ୍ଦରକୁ ଉଡ଼ାନ(ଉଡ଼େ ଦେଶ୍‌ କି ଆମ୍‌ ନାଗରିକ) ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଓଡିଶା ସରକାର ଏବଂ ବିମାନବନ୍ଦର ପ୍ରାଧିକରଣଙ୍କ ମିଳିତ ଉଦ୍ୟମରେ ବିମାନବନ୍ଦର ରୂପେ ବିକାଶ କରାଯାଇଛି। ଏହି ଯୋଜନା ଅନୁଯାୟୀ ରାଜ୍ୟ ସରକାର ବିମାନବନ୍ଦର ନିମନ୍ତେ ଆବଶ୍ୟକ ହେଉଥିବା ଜମି, ସୁରକ୍ଷା ଏବଂ ଅଗ୍ନିଶମ କର୍ମଚାରୀ, ବିଦ୍ୟୁତ ଏବଂ ଜଳ ଦେୟ, ମାନବ ଶକ୍ତି ଏବଂ ଆର୍ଥିକ ପ୍ରୋତ୍ସାହନ ଆଦି ପ୍ରଦାନ କରିଛନ୍ତି। ଜୟପୁର ସହରରେ ବିମାନବନ୍ଦର ଏହି ଅଞ୍ଚଳର ଅର୍ଥନୈତିକ କାର୍ଯ୍ୟଧାରାକୁ ତ୍ୱରାନ୍ବିତ କରିବା ସହ ରାଜ୍ୟ ରାଜଧାନୀକୁ ସଂଯୋଗ କରିବା ପାଇଁ ଅତ୍ୟନ୍ତ ଆବଶ୍ୟକ ଥିଲା। ବର୍ତ୍ତମାନ ଏହି ସହରଟି ଦକ୍ଷିଣ ଓଡ଼ିଶାର ଏକ ବାଣିଜ୍ୟ କେନ୍ଦ୍ର ଭାବରେ ଉଭା ହୋଇଛି, ଯେଉଁଥିରେ ଅନେକ ଉତ୍ପାଦନକ୍ଷମ କାରଖାନା ରହିଛି। ଏହାବ୍ୟତୀତ ଏଠାରେ ଅନେକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଓ ବହୁ ଖ୍ୟାତିସମ୍ପନ୍ନ ପ୍ରତିଷ୍ଠାନ ରହିଛି। ତେଣୁ ଯାତାୟାତ କ୍ଷେତ୍ରରେ ଏହି ବିମାନସେବା ଉପଯୋଗୀ ହେବ ବୋଲି ଆଶା ରଖାଯାଇଛି। ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କେ. ପାଣ୍ଡିଆନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?