ରାଜଧାନୀ ଭୁବନେଶ୍ୱର ବିଶ୍ୱରେ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର,୧।୪(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବୁଧବାର ରେକର୍ଡ ଭାଙ୍ଗିଥିଲା ଭୁବନେଶ୍ୱର। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜଧାନୀ ଭୁବନେଶ୍ୱରକୁ ବିଶ୍ୱର ସବୁଠୁ ଉତ୍ତପ୍ତ ସହର ଭାବରେ ସ୍ଥାନିତ କରାଯାଇଛି। ବୁଧବାର ଭୁବନେଶ୍ୱରରେ ତାପମାତ୍ରା ସର୍ବାଧିକ ୪୪.୨ ଡିଗ୍ରୀ ରହିଥିଲା। ଯାହାକି ସବୁ ସହରଠାରୁ ଆଗରେ ଥିଲା।

ସୂଚନାଯୋଗ୍ୟ, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସ୍ଥାପନ ହେବାଠାରୁ ୧୯୪୮ରୁ ଏଯାଏ ଭୁବନେଶ୍ୱରରେ ମାର୍ଚ୍ଚ ମାସର ଏହା ସର୍ବକାଳୀନ ରେକର୍ଡ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବୁଧବାର ରାଜ୍ୟର ୧୯ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଓ ୧୩ ସହର ୪୧ ଡିଗ୍ରୀ ଉପରେ ରହିଥିଲା। ବାରିପଦାରେ ୪୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ବାଲେଶ୍ୱର ୪୩, ଚାନ୍ଦବାଲି ୪୨.୬, ତାଳଚେର ୪୨.୫, ମାଲକାନଗିରି, ଗଜପତି ଓ ବୌଦ୍ଧରେ ୪୨, ଅନୁଗୋଳ ୪୧.୭, ବଲାଙ୍ଗୀର ଓ ଭବାନିପାଟଣାରେ ୪୧.୫, ଟିଟିଲାଗଡ଼ ଓ ନୟାଗଡ଼ରେ ୪୧.୨, ସମ୍ବଲପୁର ଓ ସୋନପୁରରେ ୪୦.୮, କଟକ ୪୦.୬, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ୪୦.୫, ରାୟଗଡ଼ାରେ ୪୦.୧ ଡିଗ୍ରୀ ଛୁଇଁଥିଲା ପାରଦ।


Enter your email to get our daily news in your inbox.

All Right Reserved By Dharitri.Com

ଗରିବଙ୍କୁ ଖାଦ୍ୟ ଯୋଗାଇବ ମୋବାଇଲ୍‌ ଫୁଡ୍‌ ବ୍ୟାଙ୍କ୍‌

ଭୁବନେଶ୍ୱର,୧୭ା୧(ବ୍ୟୁରୋ): କ୍ଷୁଧା ଦୂରୀକରଣ ତଥା ଗରିବଙ୍କୁ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ‘ସୋ ଆମ୍‌ ଆଇ(ସାଇ) ଫାଉଣ୍ଡେଶନ ଟ୍ରଷ୍ଟ’ ପକ୍ଷରୁ ‘ହଙ୍ଗର୍‌ ଫ୍ରି ଓଡ଼ିଶା’ କ୍ୟାମ୍ପେନ୍‌...

ବିଜେଡିର ୮ ନୂତନ ସହପର୍ଯ୍ୟବେକ୍ଷକ

ଭୁବନେଶ୍ୱର,୮।୨(ବ୍ୟୁରୋ): ବିଜେଡି ପକ୍ଷରୁ ରବିବାର ସୁନ୍ଦରଗଡ ଜିଲା ସହିତ ୭ଟି ନିର୍ବାଚନମଣ୍ଡଳୀ ପାଇଁ ସହ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ଏହି ୮ ନବନିଯୁକ୍ତ ସହପର୍ଯ୍ୟବେକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ...

ଆରମ୍ଭ ହେଲା ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜା

ବଡ଼ସାହି,୧୦ା୨(ସ୍ବ.ପ୍ର)- ଉତ୍ତର ଓଡିଶାର ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜା ଶନିବାରଠାରୁ ଆରମ୍ଭ ହୋଇଛି। ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପୂଜା...

ଅଣ୍ଟା ସଳଖୁଛି ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ସ୍ବାଭାବିକ ହେଉଛି ଦେଶର ପ୍ରଥମ ତଥା ଏକମାତ୍ର ହସ୍ତଶିଳ୍ପ ଓ ହସ୍ତତନ୍ତ ସଂଗ୍ରହାଳୟ ‘କଳାଭୂମି’ର ସ୍ଥିତି। ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ଥିବା ଏହି ସଂଗ୍ରହାଳୟ ବାତ୍ୟା...

ଶ୍ରୀଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା ପ୍ରସଙ୍ଗ

ପୁରୁଣା ଭୁବନେଶ୍ୱର, ୨୯।୨(ଡି.ଏନ.ଏ.): ମହାଶିବରାତ୍ରି ଯିବାର ପ୍ରଥମ ଶନିବାର ପରମ୍ପରା ଅନୁସାରେ ଠାକୁରଙ୍କ ହାଣ୍ଡିଭଙ୍ଗା ଯାତ୍ରା ଅନୁଷ୍ଟିତ ହେଉଥିଲା। ହେଲେ ୨୦୧୫ରୁ ଶ୍ରୀକପିଳେଶ୍ୱର ମନ୍ଦିରରେ ମଲିଆ...

ରାଜ୍ୟରେ ୪୦ ତଳେ କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର,୨୨।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉଥିଲା। ମଙ୍ଗଳବାର ସାମାନ୍ୟ ଆଶ୍ୱସ୍ତିକର ଖବର ମିଳିଛି। ଆଜି...

ପିପିଲି ଉପନିର୍ବାଚନ: ଆଜିଠୁ ବାଲଟ୍‌ ମତଦାନ ଆରମ୍ଭ

ଭୁବନେଶ୍ୱର,୩।୫(ବ୍ୟୁରୋ): ଆସନ୍ତା ୧୬ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ସେନେଇ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ସୋମବାରଠାରୁ ବାଲଟ୍‌ ମତଦାନ ଆରମ୍ଭ ହୋଇଛି। ଘରଘର ବୁଲି...

ଶ୍ରୀମନ୍ଦିରରେ ଖସାପଡ଼ା ନୀତି: ୩ ଘଣ୍ଟା ବନ୍ଦ ରହିଲା ଦର୍ଶନ

ପୁରୀ ଅଫିସ, ୬।୮: ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କ ଖସାପଡ଼ା ନୀତି ସମ୍ପନ୍ନ ହୋଇଛି। ଏହି ନୀତି ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୧୦ଟା...

Advertisement


Archives

Model This Week

Why Dharitri