ଭୁବନେଶ୍ୱର ଦେଶର ଚତୁର୍ଥ ବାସୋପଯୋଗୀ ରାଜଧାନୀ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ସ୍ମାର୍ଟ ସିଟି ଭୁବନେଶ୍ୱର ଉତ୍ତମ ବାସୋପଯୋଗୀ ସହର ତାଲିକାରେ ସ୍ଥାନ ପାଇଛି । ଦେଶର ପ୍ରମୁଖ ୧୦ଟି ସହର ମଧ୍ୟରୁ ଏହା ୪ର୍ଥ ସ୍ଥାନ ହାସଲ କରିଛି। ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନ୍‌ଭାଇରନମେଣ୍ଟ(ସିଏସ୍‌ଇ) ଇଜ୍‌ ଅଫ୍‌ ଲିଭିଂ ଇଣ୍ଡେକ୍ସ ରିପୋର୍ଟ ଅନୁଯାୟୀ ଦେଶରେ ବେଙ୍ଗାଲୁରୁ ସର୍ବୋତ୍ତମ ରହଣି ରାଜଧାନୀର ମାନ୍ୟତା ହାସଲ କରି ୧ ନମ୍ବର ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟରେ ଚେନ୍ନାଇ, ତୃତୀୟରେ ଶିମ୍‌ଲା ଏବଂ ଚତୁର୍ଥରେ ଭୁବନେଶ୍ୱର ରହିଛି।
ଏହି ମାନ୍ୟତା ହାସଲ ପାଇଁ ୪ ପ୍ରକାର ମାନଦଣ୍ଡ ଧାର୍ଯ୍ୟ କରାଯାଇଥିଲା। ଗୁଣବତ୍ତାସମ୍ପନ୍ନ ଜୀବନଧାରଣ, ଅର୍ଥନୈତିକ ସାମର୍ଥ୍ୟ, ସହନଶୀଳତା ଓ ନାଗରିକଙ୍କୁ ମିଳୁଥିବା ସୁବିଧା ।

ଇଜ୍‌ ଅଫ୍‌ ଲିଭିଂ ଇଣ୍ଡେକ୍ସରେ ବେଙ୍ଗାଲୁରୁ ୬୬.୭ ସ୍କୋର କରିଥିବା ବେଳେ ଚେନ୍ନାଇ ୬୨.୬୧, ଶିମ୍‌ଲା ୬୦.୯ ଏବଂ ଭୁବନେଶ୍ୱର ୫୯.୮୫ ସ୍କୋର କରିଛି। ଆର୍ଥିକ ଦକ୍ଷତା ସର୍ଭେରେ ଭୁବନେଶ୍ୱର ୧୦୦ରୁ ୧୧.୫୭ ସ୍କୋର କରିଛି। ସିଏସ୍‌ଇ ପକ୍ଷରୁ କରାଯାଇଥିବା ସର୍ଭେରେ ମୁମ୍ବାଇ ୫ମ, ଦିଲ୍ଲୀ ୬ଷ୍ଠ, ଭୋପାଳ ୭ମ, ରାୟପୁର ୮ମ, ଗାନ୍ଧୀନଗର ୯ମ ଓ ଜୟପୁର ୧୦ମରେ ରହିଛି ।

ରାଜଧାନୀ ଭୁବନେଶ୍ବର ସିଏସ୍‌ଇ ସର୍ଭେର ଚତୁର୍ଥ ସ୍ଥାନରେ ରହିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକଟ କରିଛନ୍ତି । ସମଗ୍ର ଦେଶରେ ଭୁବନେଶ୍ୱର ଅନୁକୂଳ ପରିବେଶ ଭାବରେ ଚତୁର୍ଥ ସ୍ଥାନରେ ରହିଛି । ଭୁବନେଶ୍ବର ପଛରେ ଦିଲ୍ଲୀ। ଇଜ୍‌ ଅଫ୍‌ ଲିଭିଂ ଇଣ୍ଡେକ୍ସରେ ଭୁବନେଶ୍ବର ସ୍ଥାନ ପାଇବା ଓଡ଼ିଶା ପାଇଁ ଗର୍ବର ବିଷୟ ହୋଇଛି । ନାଗରିକ ମତାମତ ସର୍ଭେ ଆଧାରରେ ଭୁବନେଶ୍ୱରକୁ ୧୦୦ରୁ ୯୪.୮ ପ୍ରତିଶତ ମାର୍କ ମିଳିଥିବାବେଳେ ବେଙ୍ଗାଲୁରୁକୁ ୭୮ ପ୍ରତିଶତ, ଚେନ୍ନାଇକୁ ୮୨.୬ ପ୍ରତିଶତ , ଶିମ୍‌ଲାକୁ ୮୩.୩୯ ପ୍ରତିଶତ ମାର୍କ ମିଳିଛି । ସେହିଭଳି ଦେଶର ରାଜଧାନୀ ଦିଲ୍ଲୀକୁ ୬୯. ୪ ପ୍ରତିଶତ ମାର୍କ ମିଳିଛି ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରହିବା ଲାଗି ସବୁଠାରୁ ଅନୁକୂଳ ରାଜଧାନୀ ତାଲିକାରେ ଭୁବନେଶ୍ବର ସ୍ଥାନ ପାଇଛି । ଗତ ମାର୍ଚ୍ଚରେ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀଙ୍କ ଦ୍ବାରା ପ୍ରକାଶିତ ଇଜ୍‌ ଅଫ୍‌ ଲିଭିଂ ସିଟି ତାଲିକାରେ ଭୁବନେଶ୍ବର ଦ୍ୱିତୀୟ ସ୍ଥାନ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri