Posted inଖେଳ

ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ପୁରସ୍କାର ଦୌଡ଼ରେ ଭୁବନେଶ୍ୱର

ଦୁବାଇ, ୯ା୪ (ପି.ଟି.)-ମାର୍ଚ୍ଚ ମାସ ପାଇଁ ଆଇସିସି ‘ପ୍ଲେୟର ଅଫ୍‌ ଦି ମନ୍ଥ’ ଦୌଡ଼ରେ ରହିଥିବା କ୍ରିକେଟରମାନଙ୍କ ମଧ୍ୟରେ ଭାରତର ଅଭିଜ୍ଞ ସିମ୍‌ ବୋଲର ଭୁବନେଶ୍ୱର କୁମାର ଅନ୍ୟତମ। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ମ୍ୟାଚଗୁଡ଼ିକରେ ତାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହିଥିଲା। ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟ୍‌ରେ ଯେଉଁ ପୁରୁଷ ଓ ମହିଳା କ୍ରିକେଟରମାନେ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି, ସେମାନଙ୍କର ଏକ ନାମ ତାଲିକା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ ଗୁରୁବାର ଘୋଷଣା କରାଯାଇଛି। ପୁରୁଷ ବିଭାଗରେ ଭୁବନେଶ୍ୱରଙ୍କ ବ୍ୟତୀତ ଅନ୍ୟ ଯେଉଁମାନଙ୍କ ନାମ ରହିଛି, ସେମାନେ ହେଲେ ଆଫଗାନିସ୍ତାନର ଲେଗ୍‌ ସ୍ପିନର ରସିଦ୍‌ ଖାଁ ଓ ଜିମ୍ବାଓ୍ବେର ସିନ୍‌ ଓ୍ବିଲିୟମ୍ସ। ମହିଳା ବିଭାଗରେ ଯେଉଁମାନଙ୍କ ନାମ ସୁପାରିସ ହୋଇଛି, ସେମାନେ ହେଲେ ଭାରତର ରାଜଶ୍ରୀ ଗାଏକ୍ୱାଡ, ଦକ୍ଷିଣ ଆଫ୍ରିକାର ଲିଜେଲି ଲି’ ଓ ଭାରତର ପୁନମ ରାଉତ। ଭୁବନେଶ୍ୱର ଗତ ମାସରେ ଇଂଲଣ୍ଡ ବିପକ୍ଷରେ ୩ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିଲେ। ସେ ୪.୬୫ ଇକୋନୋମି ରେଟ୍‌ରେ ୬ ଉଇକେଟ ଅକ୍ତିଆର କରିଥିଲେ। ସେ ଆହୁରି ମଧ୍ୟ ଏହି ଦଳ ବିପକ୍ଷରେ ୫ ଅନ୍ତର୍ଜାତୀୟ ଟି୨୦ ଖେଳି ୬.୩୮ ଇକୋନୋମି ରେଟ୍‌ରେ ୪ ଉଇକେଟ ଅକ୍ତିଆର କରିଥିଲେ। ଭାରତ ଓ ଇଂଲଣ୍ଡ ହ୍ବାଇଟ ବଲ୍‌ ସିରିଜରେ ସେ ଶ୍ରେଷ୍ଠ ବୋଲର ବିବେଚିତ ହୋଇଥିଲେ। ଅନ୍ୟପକ୍ଷରେ ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ତାଙ୍କ ଟିମ୍‌ ବିଜୟରେ ରସିଦ ୧୧ ଉଇକେଟ ଅକ୍ତିଆର କରିଥିଲେ। ପରେ ଅନ୍ତର୍ଜାତୀୟ ଟି୨୦ରେ ତାଙ୍କ ଦଳର ୩-୦ ବିଜୟରେ ସେ ୬ ଉଇକେଟ ହାସଲ କରିଥିଲେ। ଜିମ୍ବାଓ୍ବେର ଓ୍ବିଲିୟମ୍ସ ଆଫଗାନିସ୍ଥାନ ବିପକ୍ଷରେ ଦୁଇଟି ଟେଷ୍ଟ ଖେଳିଥିଲେ। ସେ ମୋଟ ୨୬୪ରନ ସଂଗ୍ରହ କରିଥିବାବେଳେ ୨ଟି ଉଇକେଟ ମଧ୍ୟ ଅକ୍ତିଆର କରିଥିଲେ। ସେ ଏହି ଦଳ ବିପକ୍ଷରେ ୩ ଅନ୍ତର୍ଜାତୀୟ ଟି୨୦ ମଧ୍ୟ ଖେଳିଥିଲେ। ୧୨୮.୫୭ ଷ୍ଟ୍ରାଇକ୍‌ରେଟ୍‌ରେ ୪୫ ରନ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆ କପ ପୂର୍ବରୁ ପାକିସ୍ତାନ ଟିମରେ ଉତ୍ତେଜନା, ୧୫ରୁ ଅଧିକ ଖେଳାଳିଙ୍କୁ ନୋଟିସ…

ଇସଲାମାବାଦ,୧୬।୮ : ବାବର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଦଳ ଏସିଆ କପ ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଅଛନ୍ତି। ୩୦ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା...

ଭାରତକୁ ରହିବାକୁ ପଡ଼ିବ ସାବଧାନ

ଦୁବାଇ,୨୭।୧୦: ଟି -୨୦ ବିଶ୍ୱକପ୍‌ର ଗ୍ରୁପ-୨ରେ ପାକିସ୍ତାନର ସେମିଫାଇନାଲ ରାସ୍ତା ସହଜ ହୋଇଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି।...

ଟି-୨୦ ବିଶ୍ୱକପ୍‌ ମଝିରେ କ୍ରିକେଟ୍‌କୁ ଅଲବିଦା କହିଲେ ସବୁଠୁ ସଫଳ ଅଧିନାୟକ

ଦୁବାଇ,୩୧।୧୦: ଆଫଗାନିସ୍ତାନ କ୍ରିକେଟର୍‌ ଅସଘର ଆଫଗାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ମଧ୍ୟ ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଆଫଗାନିସ୍ତାନ ଦଳରେ...

ବିଶ୍ୱ ରେକର୍ଡ ସମକକ୍ଷ ହେଲା ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳ, ଭାଙ୍ଗିବ ୧୭ ବର୍ଷ ତଳର କୀର୍ତ୍ତିମାନ

ବ୍ରିସବେନ୍‌, ୭।୧୦: ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମହିଳା ଦଳ ବିପକ୍ଷରେ ଏଠାରେ ଅନୁଷ୍ଠିତ ୩ୟ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବୃହତ୍‌ ବିଜୟ ହାସଲ କରିଛି। ସ୍ଥାନୀୟ ଆଲାନ୍‌...

ଓ୍ବାସିମ ଜାଫରଙ୍କୁ ନୂଆ ଦାୟିତ୍ୱ

କୋଲକାତା/ମୁମ୍ବାଇ, ୧୭|୫ (ପି.ଟି.)- ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବିି) ପୂର୍ବତନ ଭାରତୀୟ ଓପନର ଓ୍ବାସିମ୍‌ ଜାଫରଙ୍କୁ ମୀରପୁରସ୍ଥିତ ଏହାର ଏକାଡେମୀରେ ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛି।...

ଭାରତୀୟ ସେନାଙ୍କ ସହ ଲେହରେ ପହଞ୍ଚିଲେ ଧୋନୀ, ଅଗଷ୍ଟ ୧୫ରେ ଉଡାଇବେ ତ୍ରିରଙ୍ଗା

ଶ୍ରୀନଗର,୧୪।୮:ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ କିଛିଦିନ ପାଇଁ ଦୂରେଇ ଯାଇଛନ୍ତି। ଏହି ସମୟ ମଧ୍ୟରେ ନିଜକୁ ସେନାରେ ସାମିଲ...

ବିରାଟ କୋହଲି କରୋନା ପଜିଟିଭ୍‌

ଲଣ୍ଡନ,୨୨।୬: ଇଂଲଣ୍ଡ ବିପକ୍ଷରେ ବର୍ମିଂହାମ ଟେଷ୍ଟ ପାଇଁ ଟିମ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାପୂର୍ବରୁ ଭାରତୀୟ ଦଳର ଅନେକ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି।...

ଭାରତୀୟ ଦଳକୁ ବଡ଼ ଝଟ୍‌କା

ଭାରତୀୟ ଦଳକୁ ବଡ଼ ଝଟକା ବର୍ମିଂହାମ,୧ା୭(ପିଟି)- ଚଳିତ ବିଶ୍ୱକପ୍‌ରେ ପ୍ରଥମ ପରାଜୟବରଣ କରିଥିବା ଭାରତୀୟ ଦଳକୁ ସୋମବାର ବଡ଼ ଝଟକା ଲାଗିଛି। ଆହତ ସମସ୍ୟା ଯୋଗୁ...

Advertisement
Archives

Model This Week