ବିଶ୍ୱର ୧୧ ଉତ୍ତମ ବାସୋପଯୋଗୀ ସହର ମଧ୍ୟରେ ଭୁବନେଶ୍ୱର

ଭୁବନେଶ୍ୱର, ୨୫ା୭(ଅନୁରାଧା ମହାରଣା): ବିଶ୍ୱର ଉତ୍ତମ ବାସୋପଯୋଗୀ ୧୧ ସହର ଭିତରେ ଭୁବନେଶ୍ୱର ରହିଛି। ୟୁଏନ୍‌ ହାବିଟାଟ୍‌ ସର୍ଭେରୁ ଏହା ଜଣାପଡିଛି। ଏବେ ଶ୍ରେଷ୍ଠ ସହର ଚୟନ ସହ ର଼୍ୟାଙ୍କିଙ୍ଗ୍‌ ପାଇଁ ପ୍ରକ୍ରିୟା ଚାଲିଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସହାୟତାରେ ୟୁଏନ୍‌ ହାବିଟାଟ୍‌ର ୨ ଦିନିଆ କର୍ମଶାଳା ବିଏମ୍‌ସି ମୁଖ୍ୟାଳୟଠାରେ ଆରମ୍ଭ ହୋଇଛି। ୟୁଏନ୍‌ ହାବିଟାଟ୍‌ ପକ୍ଷରୁ ସମଗ୍ର ବିଶ୍ୱରେ ୧୧ଟି ସହରକୁ ଉତ୍ତମ ବାସୋପଯୋଗୀ ଭାବେ ଚୟନ କରାଯାଇଥିବାବେଳେ ଏହା ମଧ୍ୟରେ ଭୁବନେଶ୍ୱର ସ୍ଥାନ ପାଇଥିବା କର୍ମଶାଳାରେ ୟୁଏନ୍‌ ହାବିଟାଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଏପରିକି ସମଗ୍ର ଦକ୍ଷିଣ ଏସିଆ ମହାଦେଶରେ ଏକମାତ୍ର ସହର ଭାବେ ଭୁବନେଶ୍ୱରକୁ ୟୁଏନ୍‌ ହାବିଟାଟ୍‌ ପାଇଲଟ ସହର ଭାବେ ଚୟନ କରିଛି। ସରକାରଙ୍କ ପ୍ରତିନିଧି, ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ସ୍ବତନ୍ତ୍ର ଆଗ୍ରହ ଥିବା ଗୋଷ୍ଠୀ ଏବଂ ବ୍ୟବସାୟୀଙ୍କ ସହଯୋଗରେ ଜନକୈନ୍ଦ୍ରିକ ଉନ୍ନତି, ଉନ୍ନୟନ ଏବଂ ଜୀବନ ଧାରଣର ଗୁଣାତ୍ମକ ମାନ ମୂଲ୍ୟାଙ୍କନ ସହ ସେହି ଅନୁସାରେ ଲକ୍ଷ୍ୟ ହାସଲ କରିବାକୁ କେଉଁ ପ୍ରକାର ପଦକ୍ଷେପ ନିଆଯିବ, ସେ ସମ୍ପର୍କରେ ଅନୁଧ୍ୟାନ କରାଯିବ। ଏହିକ୍ରମରେ ଭୁବନେଶ୍ୱରବାସୀଙ୍କ ଗୁଣାତ୍ମକ ଜୀବନ ଧାରଣର ମାନ ମୂଲ୍ୟାଙ୍କନ ପାଇଁ ସର୍ଭେ କାମ ଆରମ୍ଭ ହୋଇଛି। ଏହାଦ୍ୱାରା ନାଗରିକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଭୁବନେଶ୍ୱରର ସ୍ଥାନ କେଉଁଠି, ତାହା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
ଚୟନ ହୋଇଥିବା ସହରଗୁଡ଼ିକ ସମ୍ପର୍କରେ ବିଭିନ୍ନ ସୋପାନରେ ମିଳୁଥିବା ତଥ୍ୟକୁ ଭିତ୍ତିକରି ୟୁଏନ୍‌ ହାବିଟାଟ୍‌ ଚୂଡାନ୍ତ ଖସଡ଼ା ପ୍ରସ୍ତୁତ କରିବା ସହ ସେହି ଅନୁସାରେ କାମ କରିବ। ୯ଟି ପାରାମିଟରକୁ ନେଇ ବିଭିନ୍ନ ଉପାୟରେ ସର୍ଭେ କରାଯାଉଛି। ଏହା ୬ରୁ ୧୨ ମାସ ପର୍ଯ୍ୟନ୍ତ ଚାଲିବ। ଡାଟା ଆନାଲିସିସ୍‌, ଗୋଷ୍ଠୀ ଓ ଆର୍ଥିକ ବିକାଶ, ଜିଆଇଏସ୍‌, ଜନସ୍ବାସ୍ଥ୍ୟ, ଦକ୍ଷତା ଅନୁଧ୍ୟାନ ବା ଷ୍ଟ୍ରାଟେଜିକ୍‌ ପ୍ଲାନିଂ, ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା, କର୍ମଶାଳା ଏବଂ ଅନ୍‌ଲାଇନ ଓ ପ୍ରତ୍ୟକ୍ଷ ତଥ୍ୟର ଆଦାନ ପ୍ରଦାନ ଆଦି କରାଯିବ। ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ସୂଚକାଙ୍କକୁ ନେଇ ଏକ ନୂତନ ଖସଡା ପ୍ରସ୍ତୁତ କରାଯିବ। ଚୂଡାନ୍ତ ଖସଡାକୁ ଭିତ୍ତିକରି ସହରୀ ଗୁଣାତ୍ମକ ଜୀବନ ଧାରଣ ପଦ୍ଧତିର ମାନ ନିର୍ଦ୍ଧାରଣ କରାଯିବ ବୋଲି ୟୁଏନ୍‌ ହାବିଟାଟ୍‌ର ଇନ୍‌କ୍ଲୁସିଭ ସିଟି ପ୍ଲାନିଂ ଏକ୍ସପର୍ଟ ପାରୁଲ ଶର୍ମା ସୂଚନା ଦେଇଛନ୍ତି।
ବିଏମ୍‌ସି ମୁଖ୍ୟାଳୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ମେୟର ସୁଲୋଚନା ଦାସ, କମିଶନର ରାଜେଶ ପ୍ରଭାକର ପାଟିଲ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚତ୍ ନାରାୟଣ ମହାସୂପକାର, ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଶୁଭେନ୍ଦୁ କୁମାର ସାହୁ, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି, ସେନ୍‌ସସ୍‌ ଅପରେଶନ ଓଡ଼ିଶାର ଯୁଗ୍ମ ସଚିବ ହେମନ୍ତ କୁମାର ସିଂ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଶାଶ୍ୱତ କୁମାର ମହାନ୍ତି, ଇକୋନୋମିକ୍‌ ଆଣ୍ଡ୍‌ ଷ୍ଟାଟିଷ୍ଟିକସ୍‌ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ଏସ୍‌. ଏମ୍‌. ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ବିଏମ୍‌ସ, ନ୍ୟାଶନାଲ ସାମ୍ପଲ ସର୍ଭେ, ବାଣିଜ୍ୟ ଓ ପରିବହନ, ଓକାକ୍‌, ବିଡିଏ, ଉତ୍କଳ ବିଶ୍ୱବିଦ୍ୟାଳୟ, କିଟ୍‌, ଜାଭିୟର ବିଶ୍ୱବିଦ୍ୟାଳୟ, ୟୁନିସେଫର ପ୍ରାୟ ୪୦ଜଣ ଅଧିକାରୀ ଉପସ୍ଥିତ ଥିଲେ। ଏହି ପାଇଲଟ୍‌ ଷ୍ଟଡିର ନୋଡାଲ ଅଫିସର ତଥା ବିଏମ୍‌ସି ସହକାରୀ କମିଶନର ଏନ୍‌. ଗଣେଶ ବାବୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?