Odisha Elections 2024
Posted inରାଜ୍ୟ

ସଙ୍ଗୀତରେ ଭୁବନେଶ୍ୱର…

ଭୁବନେଶ୍ୱର,୪ା୧୧(ଶର୍ମିଷ୍ଠା ପାଣିଗ୍ରାହୀ): ମନ୍ଦିରମାଳିନୀ ସହରରୁ ଏବେ ସ୍ମାର୍ଟସିଟି ଭୁବନେଶ୍ୱର। ଆଶା, ବିଶ୍ୱାସ, ସମ୍ପର୍କ, ଆଉ ବିକାଶର ଏହି ମହାନଗର। ସମୟ ସ୍ରୋତରେ ଏଠି କେତେ ସମ୍ପର୍କ ଗଢ଼ି ଉଠିଛି। ସହର ଛାତିରେ କେତେ କାହାଣୀ, କେତେ ଇତିହାସ ଲେଖାହୋଇଛି। ନାନା ଜାତି, ସମ୍ପ୍ରଦାୟକୁ କୋଳେଇ ନେଇ ଏଇ ସହର ଆପଣାର ଅନୁଭବ ଦେଇଛି। ଏସବୁ ଅନୁଭବ ଭିତରେ କେତେ ଗୀତ, କେତେ ସଙ୍ଗୀତ ଭୁବନେଶ୍ୱରର କ୍ରମ ବିକାଶକୁ ତାଜା କରିଛି। ରାଜଧାନୀ ଭୁବନେଶ୍ୱରକୁ ନେଇ ପ୍ରସ୍ତୁତ ସଙ୍ଗୀତଗୁଡିକୁ ନେଇ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା।
ବାଃ ବାଃରେ କ୍ୟାପିଟାଲ
ପ୍ରସିଦ୍ଧ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ କଣ୍ଠରୁ ‘ବାଃ ବାଃରେ କ୍ୟାପିଟାଲ’ ଗୀତ ୧୯୭୮ ମସିହାରେ ଶୁଣିବାକୁ ମିଳିଥିଲା। ଲିରିକ୍ସରେ ଶୀର୍ଷାନନ୍ଦ କାନୁନ୍‌ଗୋ ରହିଥିଲେ। ଅକ୍ଷୟଙ୍କ ଅନ୍ୟ ଗୀତଗୁଡ଼ିକ ଭଳି ଏହା ମଧ୍ୟ ଏକ ବେଶ୍‌ ଲୋକପ୍ରିୟ ତଥା ନିଆରା ହୋଇଥିଲା।
ସଲାମ୍‌ ଭୁବନେଶ୍ୱର
୨୦୧୬ରେ ପ୍ରସ୍ତୁତ ହୋଇଥିଲା ‘ସଲାମ୍‌ ଭୁବନେଶ୍ୱର’। ଏହି ଗୀତଟି ଲୋଫର୍‌ ଚଳଚ୍ଚିତ୍ରର ହୋଇଥିବାବେଳେ ସେତେବେଳେ ଏହା ବହୁତ ଲୋକପ୍ରିୟତା ହାସଲ କରିଥିଲା। ଏହି ଗୀତରେ ଅଭିନେତା ବାବୁସାନ୍‌ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ବାପୁ ଗୋସ୍ବାମୀଙ୍କ ଲିଖିତ ଏହି ଗୀତକୁ କଣ୍ଠଶିଳ୍ପୀ ଗୁଡ୍‌ଲି ରଥ ସ୍ବରରେ ସଜାଇଥିଲେ।
ହେ ଭୁବନେଶ୍ୱର
‘ଓଡ଼ିଶା ପୋଷ୍ଟ ଲାଇଭ୍‌’ ପକ୍ଷରୁ ‘ହେ ଭୁବନେଶ୍ୱର’ ମ୍ୟୁଜିକ ଭିଡିଓ ୨୦୧୯ ଡିସେମ୍ବର ୨୨ରେ ପ୍ରସ୍ତୁତ ହୋଇଥିଲା। ‘ଭୁବନେଶ୍ୱର ଆନ୍ଥେମ’ ଭାବରେ ଏହାକୁ ରିଲିଜ କରାଯାଇଥିଲା। ସଙ୍ଗୀତରେ ଅନୁରାଗ ପଟ୍ଟନାୟକ ରହିଥିବାବେଳେ
ଭିଡିଓରେ ସମର ପ୍ରତାପ ନାୟକ
ସଙ୍ଗୀତରେ ଭୁବନେଶ୍ୱର…
ଓ ଆକାଶ ବାଘର୍‌ଙ୍କୁ ଦେଖିବାକୁ ମିଳିଥିଲା। ଉଭୟ ସମର ଓ ଆକାଶ ଏହି ଗୀତ ଲେଖିବା, ଗାଇବା ସହ ହୋଷ୍ଟ ମଧ୍ୟ କରିଥିଲେ। ଏହାର ସମ୍ପାଦନା ଓ ନିର୍ଦ୍ଦେଶନା ସୌମ୍ୟରଞ୍ଜନ ଶତପଥୀ କରିଥିଲେ। ଏହା ମଧ୍ୟ ସେହି ସମୟରେ ଅନେକ ସଫଳତା ପାଇଥିଲା।
ହାଏରେ ଭୁବନେଶ୍ୱର
‘ହାଏରେ ଭୁବନେଶ୍ୱର’ ଗୀତକୁ ୨୦୧୯ରେ କଣ୍ଠଶିଳ୍ପୀ ଟି ସୌରୀ ଗାଇଥିଲେ। ଏହାର ଭିଡିଓ ଆଲ୍‌ବମ୍‌ ଦର୍ଶକଙ୍କ ପାଖକୁ ଆସିଥିଲା। ଅଭିନେତା ବବି ମିଶ୍ର ଓ ଅଭିନେତ୍ରୀ ମିଠିଙ୍କ ରୋମାନ୍ସକୁ ନେଇ ଏକ ସୁନ୍ଦର ରୋମାଣ୍ଟିକ ଆଲବମ୍‌ ହେଉଛି ହାଏରେ ଭୁବନେଶ୍ୱର। ଏହି ସଙ୍ଗୀତର ନିର୍ଦ୍ଦେଶନା ଜ୍ୟୋତିନ୍ଦ୍ର ଦତ୍ତ ଦେଇଥିବା ବେଳେ ଲିରିକ୍ସରେ ନିଜାମ୍‌ ରହିଥିଲେ। ଉଭୟ ଗୀତ ଓ ଆଲ୍‌ବମ୍‌ ଲୋକଙ୍କ ହୃଦୟ ଜିଣିଥିଲା।
ଭୁବନେଶ୍ୱର-ଏକ ସ୍ମୃତି
ଚଳିତବର୍ଷ ଏପ୍ରିଲ ୧୭ରେ ‘ଭୁବନେଶ୍ୱର- ଏକ ସ୍ମୃତି’ ମ୍ୟୁଜିକ ଭିଡିଓ ରିଲିଜ ହୋଇଥିଲା। ଦ ଭୋନ୍ସର କାର୍ନିଭାଲ ପକ୍ଷରୁ ପ୍ରତିଷ୍ଠାତା ପୁଣ୍ୟଶ୍ଳୋକ ପଣ୍ଡାଙ୍କ ଚେଷ୍ଟାରେ ଏହି ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରାଯାଇଥିଲା। ଗୀତଟିକୁ ସୁମିତ ପଣ୍ଡା ଲେଖିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ବନି ମହାନ୍ତି ଦେଇଥିଲେ। ଗୌରବ ଆନନ୍ଦଙ୍କ କଣ୍ଠରୁ ଏହି ଗୀତ ଶ୍ରୋତାଙ୍କୁ ବେଶ୍‌ ଛୁଇଁପାରିଥିବାବେଳେ ଭିଡିଓରେ ଅଭିଜିତ୍‌, ବର୍ଷା, ଶୁଭଜିତ୍‌, ଶୁଭମ୍‌ ପ୍ରମୁଖଙ୍କ ଅଭିନୟ ଭୁବନେଶ୍ୱରର ସ୍ମୃତିକୁ ଆହୁରି ତାଜା କରିଥିଲା।

ମୋ ସହର ଭୁବନେଶ୍ୱର
ଭୁବନେଶ୍ୱରର ୭୫ବର୍ଷ ଉପଲକ୍ଷେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏପ୍ରିଲ ୧୫ରେ ‘ମୋ ସହର ଭୁବନେଶ୍ୱର’ ମ୍ୟୁଜିକ ଭିଡିଓ ରିଲିଜ ହୋଇଥିଲା। ଏହାର ଲିରିକ୍ସରେ ସୁମିତ ପଣ୍ଡା ଥିବାବେଳେ ଗୀତର କମ୍ପୋଜ୍‌ କସ୍ତୁରୀ କୌଶିକ କରିଥିଲେ। ଅନୁରାଗ ଦାସ, ଗୌରବ ଆନନ୍ଦ ଓ ଅର୍ପିତା ଚୌଧୁରୀ ଏଥିରେ ସ୍ବର ଦେଇଛନ୍ତି। ସୋମେଶ ଶତପଥୀ ମିକ୍ସ ଆଣ୍ଡ୍‌ ମାଷ୍ଟରରେ ରହିଛନ୍ତି।
ଭୁବନେଶ୍ୱର ଫାଷ୍ଟ
ବର୍ତ୍ତମାନ ଓଡ଼ିଶାରେ ରାପ ଗୀତର କ୍ରେଜ୍‌ ଭଲ ଥିବାରୁ ବିଏମ୍‌ସି ପକ୍ଷରୁ ୭୫ବର୍ଷ ଉପଲକ୍ଷେ ‘ଭୁବନେଶ୍ୱର ଫାଷ୍ଟ’ ନାମରେ ରାପ ମ୍ୟୁଜିକ୍‌ ଭିଡିଓ ରିଲିଜ ହୋଇଥିଲା। ଏହାର ଲିରିକ୍ସ ଓ ମ୍ୟୁଜିକରେ ରାପର୍‌ ବିଗ୍‌ ଡିଲ୍‌ ରହିଛନ୍ତି। ସଞ୍ଜିତ ରାଉତ ସିନେମାଟୋଗ୍ରାଫି କରିଥିବା ବେଳେ କୋରିୟଗ୍ରାଫିରେ ଆଶୁତୋଷ ସାହୁ ରହିଥିଲେ। ମାନବ ରଥଙ୍କ ଦ୍ୱାରା ପ୍ରଯୋଜିତ ଏହି ମ୍ୟୁଜିକ୍‌ ଭିଡିଓର ସ୍କ୍ରିନ୍‌ ପ୍ଲେ ଓ ନିର୍ଦ୍ଦେଶନା ଦେଇଛନ୍ତି ଜଗଦୀଶ ମିଶ୍ର।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି-ଭାଜପା ମୁଦ୍ରାର ଉଭୟ ପାର୍ଶ୍ୱ : ସଚିନ୍‌

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ), ୧୯।୫: ‘ଲୋକେ ଜାଣିଗଲେଣି ବିଜେଡି ଓ ଭାଜପା ଗୋଟିଏ ମୁଦ୍ରାର ଉଭୟ ପାର୍ଶ୍ୱ’, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ତଥା...

ଭାଜପା ପ୍ରାର୍ଥୀଙ୍କର ୧୨ ଗାଡ଼ି, ୧୧୫୦ ଗ୍ରାମ୍‌ ସୁନା

ରାଜନଗର, ୧୯ା୫(ଭାସ୍କର ରାଉତରାୟ)ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ମଇଦାନରେ ୯ ପ୍ରାର୍ଥୀ ଅଛନ୍ତି। ଶାସକ ବିଜେଡିରୁ ଧ୍ରୁବ ଚରଣ ସାହୁ, କଂଗ୍ରେସରୁ ଅଶୋକ କୁମାର...

ଭୋଟ୍‌ ବେଲେ ମାଗି ଆଏସନ୍‌

ସୁନ୍ଦରଗଡ଼ରୁ ଅନିଲ ଦାସ,୧୯ା୫: ଭୋଟ୍‌ ବେଲେ ମାଗି ଆଏସନ୍‌, ପଛେ ଦେଖା ନି ମିଲେ। ଏହାର ଅର୍ଥ ନେତାମାନେ ନିିର୍ବାଚନ ସମୟରେ ଭୋଟ ମାଗିବାକୁ ଘରକୁ...

ଡିଜିପି ପରିବର୍ତ୍ତନ ଦାବି କଲା ଭାଜପା

ଭୁବନେଶ୍ୱର,୧୯।୫(ଅନୁରାଧା ମହାରଣା)ନିର୍ବାଚନ ହାରିବା ଭୟରେ ବିଜେଡି ସରକାରୀ କଳ, ବଳର ଅପବ୍ୟହାର କରିବା ସହ ରକ୍ତମୁଖା ହୋଇ ଭାଜପା କାର୍ଯ୍ୟକର୍ତ୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛି।...

ଦାଦନ, ଭାଗଚାଷ ବଢ଼ାଇଛି ଲୋକଙ୍କ ଦୁଃଖ

ଆସିକାରୁ ସୁନୀତ ମିଶ୍ର, ୧୯ା୫ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତ ୧୩ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୦ ତାରିଖରେ ଆଉ ୫ ଲୋକ ସଭା...

ବିକାଶ ହିଁ ଆମର ପ୍ରସଙ୍ଗ: ଦେବେଶ ଆଚାର୍ଯ୍ୟ

ବରଗଡ଼ ଜିଲାରେ ଦେବେଶ ଆଚାର୍ଯ୍ୟ ଏକ ପରିଚିତ ଚେହେରା। ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କ ନାତି ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସେ ପୁଅ।...

ଜମିପଟ୍ଟା ନ ଥିଲେ ମିଳୁନି ଜାତି ପ୍ରମାଣପତ୍ର

ସମ୍ବଲପୁର,୧୯।୫(ଭବାନୀ ଶଙ୍କର ଭୋଇ)ଶିକ୍ଷା କ୍ଷେତ୍ରରେ ମିଳୁଥିବା ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ଅନୁସୂଚିତ ଜାତି ଏବଂ ଜନଜାତ ଛାତ୍ରୀଛାତ୍ରଙ୍କ ପାଇଁ ଜାତି ପ୍ରମାଣ ପତ୍ରର...

ପାଣିଟାଙ୍କି ଉପର ପାଲଟିଛି ମୋବାଇଲ ନେଟ୍‌ୱର୍କ ଜୋନ୍‌

ବଲାଙ୍ଗୀର/ମୁରିବାହାଲ,୧୯ା୫ (ବୀରେନ୍ଦ୍ର କୁମାର ଝାଙ୍କର/ଶ୍ରୀବତ୍ସ ବେହେରା)ମୋବାଇଲ ଫୋନ୍‌ରେ କଥା ହେବା ପାଇଁ ଗ୍ରାମବାସୀଙ୍କୁ ଚଢ଼ିବାକୁ ପଡୁଛି ଗଁାରେ ଥିବା ପାଣିଟାଙ୍କି ଉପରକୁ। ଗଁାରେ ଲାଗି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri