Advertisement

ବିଡିଏ ପାଇଁ ଭୁବନେଶ୍ବର ବିଶ୍ବସ୍ତରରେ ପ୍ରଶଂସିତ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବିଡିଏ ପାଇଁ ଭୁବନେଶ୍ବର ବିଶ୍ବସ୍ତରରେ ପ୍ରଶଂସିତ। ପ୍ରବଳ ବର୍ଷାରେ ମୁମ୍ବାଇ, ଚେନ୍ନାଇରେ ଯେଉଁ ପରିସ୍ଥିତି ଉପୁଜୁଛି ସେଭଳି ପରିସ୍ଥିତି ଭୁବନେଶ୍ବରରେ ହେଉନାହିଁ। ଏହା ବିଡିଏର ଅବଦାନ। କର୍ମଚାରୀଙ୍କ ଦକ୍ଷତା, ମନୋବଳ ଓ ଅକ୍ଳାନ୍ତ ପରିଶ୍ରମ ବଳରେ ଏସବୁ ସମ୍ଭବ ହୋଇ ପାରିଛି। ଏହି କର୍ମଚାରୀଙ୍କୁ ଆର୍ଥିକ ମଜଭୁତ କରିବାକୁ ଋଣ ଓ ମିତବ୍ୟୟ ସମିତି ଉଦ୍ୟମ କରିବା ଆବଶ୍ୟକ ବୋଲିି ବିଧାୟକ (ମଧ୍ୟ) ଅନନ୍ତ ନାରାୟଣ ଜେନା କହିଛନ୍ତି। ରବିବାର ବିଡିଏ କର୍ମଚାରୀ ସମବାୟ ଋଣ ଓ ମିତବ୍ୟୟ ସମିତିର ରୌପ୍ୟ ଜୟନ୍ତୀ ବିଡିଏ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ବିଡିଏର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶ୍ବଜିତ ମହାନ୍ତି ଯୋଗଦେଇ ଅର୍ଥ ଜମା ହୋଇ ରହିବା ଅପେକ୍ଷା ଏହାକୁ ବିନିଯୋଗ କରି ଆର୍ଥିକ ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ବିଡିଏର ଅର୍ଥ ସଦସ୍ୟ ରୁଦ୍ରନାରାୟଣ ଆଚାର୍ଯ୍ୟ ଯୋଗଦେଇ, ପଡି ରହିଥିବା ଜମି କିଭଳି ବିନିଯୋଗ ହୋଇପାରିବ ଓ କର୍ମଚାରୀଙ୍କ ହିତ ପାଇଁ ବିଡିଏର କିଭଳି ଏକ କର୍ପସ ଫଣ୍ଡ୍‌ ସୃଷ୍ଟି କରାଯାଇ ପାରିବ ତାହା ଉପରେ ଆଲୋକପାତ କରିଥିଲେ। ସମିତି ସଭାପତି ଶୁଭ୍ରାଂଶୁ ଶେଖର ମହାନ୍ତି ସଭା ପରିଚାଳନା କରିଥିଲେ। ସମ୍ପାଦକ କୁଳମଣୀ ଦାସ ସମ୍ପାଦକୀୟ ବିବରଣୀ ପାଠରେ ସମିତି ସଦସ୍ୟଙ୍କ ପାଇଁ ୨ ଲକ୍ଷରେ ସୀମିତ ଥିବା ଋଣ ପରିମାଣ ୫ ଲକ୍ଷକୁ ବୃଦ୍ଧି କରାଯାଇଥିବା ସୂଚନା ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ବାର୍ଷିକ ରିପୋର୍ଟ ଉନ୍ମୋଚନ କରିବା ସହ ସମିତି ସଦସ୍ୟଙ୍କୁ ଉପହାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ହାଜର ହେଲେ ଓଏଏସ୍‌ ଅଫିସର

ବାଲିଚନ୍ଦ୍ରପୁର,୧୦।୧୧(ସ୍ବ.ପ୍ର.): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଓଏଏସ୍‌ ଅଫିସର ପ୍ରମୋଦ ପୃଷ୍ଟି ରବିବାର ବିଳମ୍ବିତ ରାତିରେ ଥାନାରେ...

ଓଏଚ୍‌ଆର୍‌ସିରେ ୪୦ ପ୍ରତିଶତ କର୍ମଚାରୀ ପଦ ଖାଲି: ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ଆଇନଜୀବୀ

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ରାଜ୍ୟ ମାନବୀକ ଅଧିକାର କମିଶନ(ଓଏଚ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରେ ୬୯ ପଦବୀ ରହିଥିବାବେଳେ ୪୦ ପ୍ରତିଶତ ଅର୍ଥାତ୍‌ ୨୭ଟି ଖାଲି ପଡିଛି। ଏହାକୁ ପୂରଣ କରାଯାଉ ନ...

‘କେନ୍ଦ୍ର ଅନୁଦାନ ଖର୍ଚ୍ଚ କରିପାରୁନି ରାଜ୍ୟ’

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଚଳିତବର୍ଷ କେନ୍ଦ୍ର ସରକାରଙ୍କ ସାଧାରଣ ବଜେଟ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ, ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ ଲାଭାନ୍ବିତ...

ବଡ଼ତେଲେନପାଲିରେ ପହ୍ଲାରୁଆ ବେଳେ ବଜ୍ରପାତ: ଚାଲିଗଲା ୩ ମହିଳାଙ୍କ ଜୀବନ

ବଲାଙ୍ଗୀର ଅଫିସ, ୨୮।୭- ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବଡତେଲେନ୍‌ପାଲି ଗାଁରେ ମଙ୍ଗଳବାର ବଜ୍ରାଘାତରେ ୩ ମହିଳାଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଯୁବତୀ ଗୁରୁତର...

ବାଇକରେ ଆସିଲେ, ଚାଲି କି ଫେରିଲେ

ଖୋର୍ଦ୍ଧା ଅଫିସ,୫।୪ : କରୋନା ଭୁତାଣୁ ସଂକ୍ରମଣ ମୁକାବିଲା ଲାଗି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଲକଡାଉନ ଓ କୋଭିଡ 19...

ଇର୍ଷାନ୍ବିତ ହୋଇ ୫-ଟି ବିରୋଧରେ ମନ୍ତବ୍ୟ ଦେଉଛନ୍ତି ଅପରାଜିତା: ସସ୍ମିତ

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ସମାଲୋଚନା କରିବା ପ୍ରସଙ୍ଗରେ ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ସେ କହିଛନ୍ତି,...

୯ ଦିନରେ ଏନ୍‌ବିଡବ୍ଲ୍ୟୁରେ ବନ୍ଧାହେଲେ ୫୧୨୧

କଟକ ଅଫିସ, ୬ା୨: ପୋଲିସ ଡିଜି ଅଭୟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାମିନବିହୀନ ଗିରଫ ପରଓ୍ବାନା(ଏନ୍‌ବିଡବ୍ଲ୍ୟୁ)ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଗତ ୨୭ ତାରିଖରୁ...

ରାଜ୍ୟରେ କୁମୁଛି ସଂକ୍ରମଣ, ଗତ ୨୪ ଘଣ୍ଟା ମଧ୍ୟରେ ୨୯୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୬ ଜଣ ପିଲା ରହିଛନ୍ତି। ସେହିପରି ୧୭୧ ଜଣ...

Advertisement
Archives

Model This Week