Posted inଜାତୀୟ

ମମତାଙ୍କ ବାସଭବନ ନିକଟରେ ଦମ୍ପତିଙ୍କୁ ଗୁଳି କରି ହତ୍ୟା

କୋଲକାତା,୭ା୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋଲକାତାସ୍ଥିତ ହରିଶ ମୁଖାର୍ଜୀ ରୋଡ୍‌ ବାସଭବନ ନିକଟରେ ସୋମବାର ରାତିରେ ଏକ ଗୁଜରାଟୀ ଦମ୍ପତିଙ୍କୁ ହତ୍ୟା କରାଯାଇଛି। ମୃତକ ଦ୍ୱୟ ହେଲେ ଅଶୋକ ଶାହ(୫୬) ଓ ତାଙ୍କ ସ୍ତ୍ରୀ ରଶ୍ମୀତା ଶାହ(୫୨)। ଉଭୟଙ୍କୁ ଗୁଳିମାଡ଼ ସହ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ହତ୍ୟାକାଣ୍ଡ ଘଟିଥିବା ସ୍ଥାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଭବାନୀପୁର ଅଧୀନରେ ଆସୁଛି। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଝିଅଙ୍କୁ ଆଖି ମାରିଲେ, ଫ୍ଲାଇଂ କିସ୍‌ କଲେ ଯିବେ ଜେଲ୍‌

ମୁମ୍ବାଇ,୧୧।୪: ଜଣେ ନାବାଳିକାଙ୍କୁ ଆଖି ମାରିବା ଓ ଫ୍ଲାଇଂ କିସ୍‌ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ ମୁମ୍ବାଇର ଜଣେ ୨୦ ବର୍ଷୀୟ...

ଶେଲ୍‌ କମ୍ପାନୀ ଦେଉଥିଲେ ଚିଦାମ୍ବରମଙ୍କ ଗସ୍ତ ଖର୍ଚ୍ଚ

ନୂଆଦିଲ୍ଲୀ,୨୫ା୮: ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ଗସ୍ତ ଖର୍ଚ୍ଚ କାର୍ତ୍ତି ଚିଦାମ୍ବରମଙ୍କ ନିୟନ୍ତ୍ରଣରେ ଥିବା ଶେଲ୍‌ କମ୍ପାନୀ ଭରଣା କରୁଥିଲେ। କାର୍ତ୍ତିଙ୍କ କମ୍ପାନୀର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭାସ୍କର...

ଥଣ୍ଡା ପଡିଲେ ଚିରାଗ

ପାଟନା,୧୨ ।୯: ବିହାର ବିଧାନସଭା ନିର୍ବାଚନକୁ ନେଇ ଆରମ୍ଭ ହେଲାଣି ପ୍ରସ୍ତୁତି । ଶନିବାର ଭାରତୀୟ ଜନତା ପାର୍ଟି(ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବିହାର...

୧୧କି.ମି. ଦୌଡ଼ି ବିବାହ କରିବାକୁ ପହଞ୍ଚିଲେ ବର

ଇନ୍ଦୋର,୨୧।୧: ବର୍ତ୍ତମାନର ଖାଦ୍ୟପେୟ ଓ ଦୂଷିତ ପରିବେଶକୁ ଆଖି ଆଗରେ ରଖି ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନେ ଏବେ ସଜାଗ ହେଲେଣି। ନିଜକୁ ଫିଟ୍‌...

କରୋନା: ୨୪ ଘଣ୍ଟାରେ ୭୫ ମୃତ

ବେଜିଂ/ନୂଆଦିଲ୍ଲୀ,୫-୨: ସାରା ବିଶ୍ୱକୁ ଘାରିଛି କରୋନା ଭାଇରସ୍‌ ଆତଙ୍କ। ଚାଇନାର ଉହାନ ସହରରୁ ଏହା ବ୍ୟାପି ୨୫ ଦେଶକୁ କବଳିତ କଲାଣି। ଏଥିସହ ଚାଇନାରେ କେବଳ...

ରାମନଗରରୁ ନିର୍ବାଚନ ଲଢିବେ ହରିଶ ରାୱତ

ଡେରାଡୁନ,୨୫ ।୧: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ତା’ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ପତ୍ରରେ ୧୧ ଜଣଙ୍କ ନାମ ଘୋଷଣା କରିଛି । ଏଥିରେ...

ଭାସ୍କର ଖୁଲ୍‌ବେ, ଅମରଜିତ୍‌ ସିହ୍ନା ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା

ନୂଆଦିଲ୍ଲୀ,୨୨ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶତାଦା ଭାବେ ଦୁଇଜଣ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ସେମାନେ ହେଲେ ଭାସ୍କର ଖୁଲ୍‌ବେ ଓ ଅମରଜିତ୍‌ ସିହ୍ନା।...

୮୨ ବିଦେଶୀ ଛାତ୍ରୀଛାତ୍ରଙ୍କ ଜାତୀୟତା ପ୍ରମାଣ ରେକର୍ଡ ଜେଏନ୍‌ୟୁ ପ୍ରଶାସନ ପାଖରେ ନାହିଁ

ନୂଆଦିଲ୍ଲୀ,୨୨।୧: ଜେଏନ୍‌ୟୁରେ ପଢୁଥିବା ୮୨ ବିଦେଶୀ ଛାତ୍ରୀଛାତ୍ରଙ୍କ ଜାତୀୟତା ପ୍ରମାଣ ରେକର୍ଡ ବିଶ୍ୱବିଦ୍ୟାଳୟ ପ୍ରଶାସନ ପାଖରେ ନାହିଁ। ଏନେଇ ସୂଚନା ଅଧିକାର ଆଇନ ଅନ୍ତର୍ଗତ କରାଯାଇଥିବା...

Advertisement
Archives

Model This Week