ୟାମିଙ୍କ ଅବସ୍ଥା ଦେଖି ପ୍ରଶଂସକ ଚକିତ

ବଲିଉଡର ଅନ୍ୟତମ ସୁନ୍ଦର ଅଭିନେତ୍ରୀ ୟାମି ଗୌତମ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପ୍ରଥମେ ଲୁଚିଛପି ବିବାହ ଏବଂ ଏବଂ ନିଜ ଫିଲ୍ମ ‘ଭୂତ ପୋଲିସ’କୁ ୟାମି ଆଲୋଚନାରେ ଅଛନ୍ତି। ଏହି ମଲ୍ଟି ଷ୍ଟାର ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇ ନାହିଁ ସତ, କିନ୍ତୁ ଫିଲ୍ମରେ ୟାମି ଗୌତମଙ୍କ ଅଭିନୟ ଏବଂ ଚରିତ୍ରକୁ ବହୁତ ପ୍ରଶଂସା କରାଯାଉଛି। ୟାମି ନିକଟରେ ଏହି ଚଳଚ୍ଚିତ୍ରରେ ତାଙ୍କ ଚରିତ୍ର ସହ ଜଡିତ ଅନୁଭୂତି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାସହ ଫଟୋ ମଧ୍ୟ ସେ ଶେୟାର କରିଛନ୍ତି। ତାଙ୍କ ଫଟୋ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ୟାମି ପ୍ରବଳ ଯନ୍ତ୍ରଣା ପରେ ମଧ୍ୟ ସେ କିପରି ନିଜ କାର୍ଯ୍ୟ ସମାପ୍ତ କଲେ ସେ ବିଷୟରେ କହିଥିଲେ। ୟାମି କ୍ୟାପସନରେ ଲେଖିଛନ୍ତି, ମୁଁ ଭୟଙ୍କର ଚଳଚ୍ଚିତ୍ରକୁ ଭଲ ପାଏ, ଯେଉଁଥିପାଇଁ ମୁଁ ଭୁତ ପୋଲିସରେ ଏହି ଚରିତ୍ରରେ ଅଭିନୟ କରିଛି। ତଥାପି, ଏସବୁ କରିବା ମୋ ପାଇଁ ସହଜ ନ ଥିଲା। ପ୍ରସ୍ତୁତ ହେବାକୁ ମୋତେ ତିନି ଘଣ୍ଟା ଏବଂ ମେକ୍‌ଅପ୍‌ କାଢିବା ପାଇଁ ୪୫ ମିନିଟ ସମୟ ଲାଗୁଥିଲା। ପ୍ରତିଦିନ ମୁଁ ଖାଲି ଶୁଟିଂ କରୁଥିଲି। ହିମାଚଳରେ ରାତି ବହୁତ ଥଣ୍ଡା । ମୋର ବେକରେ ଆଘାତ ଲାଗିଥିଲା, କିନ୍ତୁ ତଥାପି ମୁଁ ନିଜେ କିଛି କରିବାକୁ ଚାହୁଁଥିଲି ଏବଂ ଯୋଗ ଅଭ୍ୟାସ ମୋତେ ତାହା କରିବାରେ ବହୁତ ସାହାଯ୍ୟ କରିଛି। ମୁଁ ଯୋଗରେ ଜଣେ ପେସାଦାର ହେବାକୁ ଚାହୁଁଥିଲି। ଏଗୁଡ଼ିକ ହେଉଛି କିଛି ଚ୍ୟାଲେଞ୍ଜ ଯାହା ମୋ ବୃତ୍ତି ସହିତ ଆସେ, ଯାହାକୁ ମୁଁ ବହୁତ ଭଲ ପାଏ ଏବଂ ମୁଁ ଚ୍ୟାଲେଞ୍ଜ ନେବାକୁ ପ୍ରସ୍ତୁତ ଏବଂ ବାରମ୍ବାର ନେବି। ମୋତେ ବହୁତ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବା। ଏହି ଯନ୍ତ୍ରଣା ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହନ୍ତି ୟାମି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ: ଦୁଇ ବରିଷ୍ଠ IAS ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୧୮।୬: ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରାଯାଇଛି। ସରକାରଙ୍କ ପକ୍ଷରୁ ଦୁଇ ଜଣ ବରିଷ୍ଠ ଆଇଏଏସ (IAS) ଅଧିକାରୀଙ୍କୁ ନୂଆ ତଥା ଅତିରିକ୍ତ ଦାୟିତ୍ୱ…

ଭାଜପା ସହ ବଡ଼ ଗେମ ଖେଳିଦେଲେ ଡିକେ ଶିବକୁମାର! କ୍ରସ-ଭୋଟିଂ କରି ୫ ଆସନ ହାସଲ କଲେ

ବେଙ୍ଗାଲୁରୁ,୧୮।୬: ଡି.କେ. ଶିବକୁମାର କର୍ନାଟକର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ନିର୍ବାଚନୀ ପ୍ରତିଯୋଗିତାରେ, ଗୁରୁବାର (ଜୁନ ୧୮, ୨୦୨୬) ଶାସକ କଂଗ୍ରେସ ଦଳ ସାତଟି ବିଧାନସଭା ପରିଷଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri