ଅମିତାଭ ବଚ୍ଚନଙ୍କ ଅପେକ୍ଷା ତୁମେ ଜଣେ ଭଲ ଅଭିନେତା, ଏକଥା ଶୁଣି ଅଭିଷେକ କହିଲେ..

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିଜ ପ୍ରଶଂସକଙ୍କ ସହ ସର୍ବଦା ଯୋଡି ହେବାକୁ ଚେଷ୍ଟା କରନ୍ତି। ଫିଲ୍ମ ‘ରିଫ୍ୟୁଜି’ରୁ କ୍ୟାରିୟର ଆରମ୍ଭ କରିଥିବା ଅଭିଷେକ ବଚ୍ଚନ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ଅନେକ ହିଟ୍‌ ଚଳଚ୍ଚିତ୍ରରେ କାମ କରିଛନ୍ତି। ସମ୍ପ୍ରତି ଜଣେ ଉପଭୋକ୍ତା ତାଙ୍କୁ ତାଙ୍କ ପିତା ତଥା ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ଅପେକ୍ଷା ଜଣେ ଭଲ ଅଭିନେତା ବୋଲି ଟୁଇଟ୍‌ କରିଛନ୍ତି। ୟୁଜର୍‌ ଜଣଙ୍କ ଲେଖିଥିଲେ, ‘ବିଗ ବିଙ୍କଠାରୁ ତୁମେ ଅଭିନୟରେ ଭଲ। ଗୁରୁ ଭାଇ ଆଶୀର୍ବାଦ। ଏହା ପରେ ସେ ସମ୍ପୃକ୍ତ ୟୁଜରଙ୍କୁ ଧନ୍ୟବାଦ ଜଣାଇ ଅଭିଷେକ କହିଛନ୍ତି, ପ୍ରଶଂସା ପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ। କିନ୍ତୁ ଅମିତାଭ ବଚ୍ଚନଙ୍କ ଅପେକ୍ଷା କେହି ଭଲ ଅଭିନେତା ହୋଇପାରିବେ ନାହିଁ। ଅଭିଷେକଙ୍କ ଏହି ଉତ୍ତର ସମସ୍ତଙ୍କ ହୃଦୟ ଜିତିଛି। ପ୍ରଶଂସକମାନେ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି। ଅଭିଷେକ ବଚ୍ଚନ ଅନେକଥର ସୋସିଆଲ ମିଡିଆରେ ଟ୍ରୋଲ ହେବାର ଦେଖାଯାଏ। ତାଙ୍କ ପିତା ଅର୍ଥାତ୍‌ ଅମିତାଭ ବଚ୍ଚନଙ୍କ କାରଣରୁ ସେ ଫିଲ୍ମରେ କାମ କରୁଛନ୍ତି ବୋଲି ନିକଟରେ କିଛି ୟୁଜର୍ସ କହି ତାଙ୍କୁ ଟ୍ରୋଲ କରିଥିଲେ।
ଅଭିଷେକ ଏବେ ଫିଲ୍ମ ‘ଦଶ୍‌ଂବୀ’ ପାଇଁ ଶୁଟିଂ କରୁଛନ୍ତି। ଏହା ବ୍ୟତୀତ ତାଙ୍କର ପାଖରେ ‘ବବ ବିଶ୍ୱାସ’ ଏବଂ ‘ବ୍ରୀଦ୍‌ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ମଧ୍ୟ ରହିଛି।

अभिषेक बच्चन, अमिताभ बच्चन, Abhishek Bachchan, Amitabh Bachchan, Abhishek Bachchan responds Twitter user, Abhishek says nobody can be better then Amitabh Bachchan, Social Media


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?