Posted inଜାତୀୟ

ସାମ୍ପ୍ରଦାୟିକ ହିଂସା: ଇଣ୍ଟରନେଟ ସେବା ୨୪ ଘଣ୍ଟା ବନ୍ଦ

ଭିଲଓ୍ବାଡା,୧୧।୫: ଗତ କିଛି ଦିନର ବିରତି ପରେ ରାଜସ୍ଥାନର ଭିଲୱାଡାରେ ପୁଣିଥରେ ଉତ୍ତେଜନା ବୃଦ୍ଧି ପାଇଛି। ଭିଲଓ୍ବାଡାରେ ଜଣେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା କରାଯିବା ପରେ ସାମ୍ପ୍ରଦାୟିକ ହିଂସା ତେଜିବାରେ ଲାଗିଛି। ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ବୁଧବାର ସକାଳ ୬ଟାରୁ ଗୁରୁବାର ସକାଳ ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ସାମ୍ପ୍ରଦାୟିକ ହିଂସାକୁ ନେଇ ଭାଜପା, ବିଶ୍ୱ ହିନ୍ଦୁ ପରିଷଦ, ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ବୁଧବାର ଭିଲଓ୍ବାଡାରେ ବନ୍ଦ ଡାକରା ଦିଆଯାଇଛି। ସୂଚନାଯୋଗ୍ୟ, ଭିଲଓ୍ବାଡା ସହରର କୋତୱାଲି ପୋଲିସ ଷ୍ଟେସନ ନିକଟସ୍ଥ ଶାସ୍ତ୍ରୀ ନାଗରରେ ମଙ୍ଗଳବାର ରାତିରେ ଜଣେ ୨୨ବର୍ଷୀୟ ଯୁବକ ଆଦର୍ଶ ତାପଡିଆଙ୍କୁ ଅନ୍ୟ ସମ୍ପ୍ରଦାୟର ଲୋକମାନେ ଛୁରୀ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଟଙ୍କା କାରବାରକୁ ନେଇ ଆଦର୍ଶଙ୍କ ସହ ଅନ୍ୟ ସମ୍ପ୍ରଦାୟର ଯୁବକଙ୍କ ସହ ବିବାଦ ଦେଖାଦେଇଥିଲା। ମଙ୍ଗଳବାର ମିଠା ଦୋକାନ ନିକଟରେ ଟଙ୍କାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଏତେ ବଢ଼ିଯାଇଥିଲା ଯେ, ଅନ୍ୟ ସମ୍ପ୍ରଦାୟର ଯୁବକ ଆଦର୍ଶଙ୍କୁ ଛୁରି ଭୁଷି ଦେଇଥିଲେ। ଏହାପରେ ଆଦର୍ଶଙ୍କୁ ଆହତ ଅବସ୍ଥାରେ ଛାଡି ଘଟଣାସ୍ଥଳରୁ ସେମାନେ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକମାନେ ଆହତ ଅବସ୍ଥାରେ ତାଙ୍କୁ ଦେଖି ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଲୋକମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

ଆର୍‌ଟିଓ ଅଫିସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ସବୁ

ଗଜପତି,୨୯ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଜଳିଯାଇଛି କମ୍ପ୍ୟୁଟର ପ୍ରକୋଷ୍ଠ। ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ…

ଆନ୍ଧ୍ରରେ ଅଟୋ ଓଲଟି ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ରାଇକିଆ,୨୯ା୮(ପ୍ରଦୀପ କୁମାର ବେହେରା): ଦାଦନ ଖଟିବାକୁ ଯାଇ ପୁଣି ଜଣେ କନ୍ଧମାଳ ଶ୍ରମିକ ପ୍ରାଣ ହରାଇଛନ୍ତି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲା ଅନ୍ତର୍ଗତ ମେଜରମେଣ୍ଟାଠାରେ ଚଳିତ ମାସ ୨୪…

ଆଜି ରାତି ୯:୩୮ ରେ ଚନ୍ଦ୍ର ନିଜର ସ୍ଥାନ ପରିବର୍ତ୍ତନ କରିବେ! ଗୋଟିଏ ରାଶିର ଫିଟିଯିବ ଭାଗ୍ୟ…

ମେଷ : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି । ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ…

କ୍ୟାପଟେନ୍ସି ଯିବା ପରେ ପ୍ରଥମଥର ବଡ଼ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର, କହିଲେ- ୩ ଦିନ ପୂର୍ବରୁ…

ନୂଆଦିଲ୍ଲୀ,୨୯।୮: ଭାରତୀୟ ଟି-୨୦ ଦଳର କ୍ୟାପ୍ଟେନ୍ସି ହରାଇବା ଏବଂ ଏହା ପରେ ଦଳରୁ ବାଦ ପଡ଼ିବା ନେଇ ପ୍ରଥମଥର ପାଇଁ ଖୋଲାଖୋଲି ମୁହଁ ଖୋଲିଛନ୍ତି ସୂର୍ଯ୍ୟକୁମାର ଯାଦବ।…

୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର…

FD ରେ ଟଙ୍କା ରଖୁଛନ୍ତି କି? ସେପ୍ଟେମ୍ୱର ୧ରୁ ବଦଳିବ…

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ନିଜର କଷ୍ଟଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (Bank FD) ରେ ନିବେଶ କରିବାକୁ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri