ପ୍ରତିବର୍ଷ ମାଆ ହେବାକୁ ଚାହାନ୍ତି ଭାରତି!

ମୁମ୍ବାଇ: କମେଡି କୁଇନ୍ ଭାରତିଙ୍କୁ କିଏ ବା ନ ଜାଣେ । ତାଙ୍କର ଭଲ କମିକ ଟାଇମିଂ ପାଇଁ ସେ ଦର୍ଶକଙ୍କ ନିକଟରେ ବେଶ ପରିଚିତ । ଏବେ କିନ୍ତୁ ସେ ତାଙ୍କ କମେଡିକୁ ନେଇ ଯେତିକି ପରିଚିତ ତା’ଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ତାଙ୍କ ପ୍ରେଗନାନ୍ସିକୁ ନେଇ । ଭାରତି ସମୟ ସମୟରେ ପ୍ରେଗ୍ନାନସିର କିଛି ସୁନ୍ଦର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଶେୟାର କରୁଥିବା ବେଳେ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ଚେଷ୍ଟା କରୁଛନ୍ତି । ଏବେ କିନ୍ତୁ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହା ଯଦିଓ ତାଙ୍କ ଅଫିସିୟାଲ ଇନଷ୍ଟାଗ୍ରାମରେ ଶେୟାର କରାଯାଇନାହିଁ ହେଲେ ଏହା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଘଟଣା ହେଲା ଉକ୍ତ ଭିଡିଓରେ ଭାରତି କହୁଛନ୍ତି ଲୋକଙ୍କ ମତରେ ମୁଁ କୁଆଡେ ଗର୍ଭବତୀ ହେବା ପରଠାରୁ ଖୁବ୍ ସୁନ୍ଦର ଦେଖାଯାଉଛି, ଚେହେରାରେ ଗ୍ଲୋ ଆସିଛି । କ’ଣ ଏହା ସତ । ଯଦି ଏହା ସତ ତେବେ ପ୍ରତିବର୍ଷ ‘ହୋ ଯାଏ’ । ଭାରତିଙ୍କ ଏହି ‘ହୋ ଯାଏ’ ଏବେ ଖୁବ୍ ଚର୍ଚ୍ଚାରେ । କୁହାଯାଉଛି କି ଭାରତି ପ୍ରତିବର୍ଷ ମାଆ ହେବାକୁ ଚାହୁଁଛନ୍ତି । ଏମିତି ଏକ ଭିଡିଓ ଭାଇରାଲ ହେବା ପରେ ତାଙ୍କର ପ୍ରଶଂସକମାନେ ହାର୍ଟ ବା ଫାୟାର ଇମୋଜି ଦେଇ କମେଣ୍ଟ କରୁଥିବା ବେଳେ ଆଉ କେହି କେହି ଲେଖିଛନ୍ତି ଆମେ ଦୁଇ ଆମର ଦୁଇ ଠିକ୍ । ଆଉ କିଏ, ଲେଖିଛନ୍ତି ଗୋଟିଏ ସନ୍ତାନ ଯଥେଷ୍ଟ । ଫୁଟବଲ ଟିମର ଆବଶ୍ୟକତା ନାହିଁ । ଏମିତି କିଛ କମେଣ୍ଟ ସମସ୍ତଙ୍କୁ ବେଶ ପସନ୍ଦ ଆସିଛି ।
ସୂଚନାଯୋଗ୍ୟ, ଗତବର୍ଷ ଶେଷ ବେଳକୁ ଭାରତି ଗର୍ଭବତୀ ଥିବା ଖବର ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଥିଲେ । ଏବେ ଜଣାପଡିଛି କି ଏପ୍ରିଲ ପ୍ରଥମ ସପ୍ତାହରେ ସେ ମାଆ ହେବାକୁ ଯାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ବିଜେତା ହେଲେ ଅଜୟ ସିଂ

ମୁମ୍ବାଇ,୨୩ ।୧୧: ବେଶ୍ କିଛି ଦିନର ପ୍ରତିଯୋଗୀତା ପରେ ଶେଷରେ ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ବିଜେତା ଘୋଷଣା କରାଯାଇଛି । ଶୋ’ରେ ଟାଇଗର ପପ୍ ନାମରେ...

କଙ୍ଗନା ରାଣାୱତଙ୍କୁ ପୁଣି ସମନ

ମୁମ୍ବାଇ,୧୮।୧୧: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ପୁଣି ସମନ କରିଛି ମୁମ୍ବାଇ ପୋଲିସ। ସୋଶିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ...

ଆସିଲା ନଓ୍ବାଜୁଦ୍ଦିନଙ୍କ କରୋନା ଟେଷ୍ଟ ରିପୋର୍ଟ

ଲକ୍ଷ୍ନୌ,୧୮।୫: ବଲିଉଡ୍‌ ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକିଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଖୁସି ଖବର। ନିକଟରେ ୧୪ ଦିନଆ ହୋମ କ୍ୱାରାଣ୍ଟାଇନରେ ଥିବା ଏହି ଅଭିନେତାଙ୍କ କରୋନା...

ଏହି ରୋଗରେ ପୀଡ଼ିତ ଥିଲେ ବିଦ୍ୟା, କେହି ଚପଲ ପିନ୍ଧିଲେ..

ବମ୍ବେ: ନିଜର ଦମଦାର ଅଭିନୟକୁ ନେଇ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ ପରିଚିତ। ହେଲେ ସେ ନିଜର ବ୍ୟକ୍ତିଗତ ଜୀବନକୁ ଲାଇମଲାଇଟ୍‌ରୁ ଦୂରରେ ରଖିବାକୁ ପସନ୍ଦ...

ହ୍ବାଟ୍ସଆପ୍‌ ଚାଟ୍‌ ଭାଇରାଲ କରି ମୁଖା ଖୋଲିଦେଲେ

ବମ୍ବେ: ଚର୍ଚ୍ଚାରେ ବୋଲ୍ଡ ଲୁକ୍‌କୁ ନେଇ ଖବର ଶିରୋନାମା ପାଲଟୁଥିବା ଉର୍ଫି ଜାଭେଦ। ସେ ଜଣେ କାଷ୍ଟିଂ ନିର୍ଦ୍ଦେଶକଙ୍କ ନାମରେ କାଷ୍ଟିଂ କାଉଚ୍‌ ତଥା ଯୌନ...

ପୂର୍ବ ପ୍ରେମିକ ହାର୍ଦ୍ଦିକଙ୍କ ସହ ସମ୍ପର୍କକୁ ନେଇ ଅଡ଼ୁଆରେ ଉର୍ବଶୀ, କହିଲେ ‘ମୋ ଛବିକୁ ଖରାପ କରା ନ ଯାଉ’

ମୁମ୍ବାଇ: ବଲିଉଡ ଅଭିନେତ୍ରୀଙ୍କ ସହ ଭାରତୀୟ କ୍ରିକେଟ ଖେଳାଳିଙ୍କ ନାମ ଯୋଡ଼ା ଯିବା ସାଧାରଣ କଥା। ମାତ୍ର ବେଳେବେଳେ ଏହା ଅଭିନେତ୍ରୀମାନଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ...

ଜୟାଙ୍କ ହୃଦୟ ଜିତିଥିଲା ଐଶ୍ୱର୍ଯ୍ୟାଙ୍କ ଏହି କଥା

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଯୋଡିକୁ ବଲିଉଡ୍‌ର ଆଦର୍ଶ ଯୋଡି ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ଐଶ୍‌ ଶାଶୁ ଜୟା ବଚ୍ଚନଙ୍କର ଖୁବ୍‌...

ସଲମାନଙ୍କ ବୟାନ ରେକର୍ଡ କରିବ ମୁମ୍ବାଇ ପୋଲିସ

ମୁମ୍ବାଇ,୬।୬: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିବା ଘଟଣା ପରେ ମୁମ୍ବାଇ ପୋଲିସ ବର୍ତ୍ତମାନ ଆକ୍ସନ ମୁଡରେ ଆସିଯାଇଛି। ଖୁବ୍‌ଶୀଘ୍ର ମୁମ୍ବାଇ ପୋଲିସ...

Advertisement
Archives

Model This Week