୩୭ ବର୍ଷରେ ମା’ ହେବାକୁ ଯାଉଛନ୍ତି ଭାରତୀ, ପତି ହର୍ଷଙ୍କ ସହ ଆସିଲେ ନଜର

ମୁମ୍ବାଇ: କମେଡି କୁଇନ୍ ଭାରତୀ ସିଂ ଓ ପତି ହର୍ଷ ଲିମ୍ବାଚିୟା ପ୍ରଥମ ଥର ପାଇଁ ମାତା ପିତା ହେବାକୁ ଯାଉଛନ୍ତି । ଇତି ମଧ୍ୟରେ ପତି ହର୍ଷ ଲିମ୍ବାଚିୟାଙ୍କ ସହ ବେବି ବମ୍ପ ସହ ନଜର ଆସିଛନ୍ତି ଭାରତୀ । ଏମିତି କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେବଳ ସେତିକି ନୁହେଁ ଭାରତୀ ସାଙ୍ଗମାନଙ୍କ ସହ ପାର୍ଟି କରିବାର ଫଟୋ ବି ଶେୟାର କରିଛନ୍ତି ଯେଉଁଥିରେ ସେ ଖୁବ୍ ଖୁସିଥିବା ଦେଖାଯାଇଛି । ଆଉ ଏଥିରେ ଲେଖାଯାଇଛି ‘ବେବି ଲିମ୍ବାଚିୟା କମିଂ ସୁନ୍‌’ । ଏହା ର୍ପୂବରୁ ଭାରତୀ ଏକ ସାକ୍ଷାତ୍ କାରରେ କହିଥିଲେ ତାଙ୍କ ପତି ହର୍ଷ ନୂଆ ଅତିଥିକୁ ନେଇ ଖୁବ୍ ଏକ୍ସସାଇଟେଡ ଅଛନ୍ତି । ଆଉ ସେ ନିଜେ ମା’ ହେବାକୁ ଯାଉଥିବାରୁ ଖୁବ୍ ଖୁସି ଅଛନ୍ତି । ତେବେ ପ୍ରେଗ୍ନାନ୍ସି ସମୟରେ ସେ ସମସ୍ତ କାମ ସାରି ଦେବାକୁ ଚାହୁଁଛନ୍ତି । କାରଣ ବେବି ଆସିବା ପରେ ସେ ସମ୍ପୂଣ୍ଣଁ ଫ୍ରି ହେବାକୁ ଚାହୁଁଛନ୍ତି । ଏମିତି ହେଲେ ସେ ପୁରା ସମୟ ତାଙ୍କ ପିଲାକୁ ଦେଇପାରିବେ ବୋଲି କହିଛନ୍ତି । କେବଳ ସେତିକି ନୁହେଁ ଭାରତୀ କହିଛନ୍ତି ଆମ ପିଲା ଆମର ପରିଶ୍ରମକୁ ଅନୁଭବ କରିପାରୁଛି । ଆଉ ଆଶା କରୁଛୁ ସେ ବଡ ହୋଇ ଆମ ଭଳି ପରିଶ୍ରମି ହେଉ । ବିଶଷ କରି ସେ ତା’ ପିତା ଅର୍ଥାତ୍ ହର୍ଷଙ୍କ ଭଳି ପରିଶ୍ରମି ହେଉ ବୋଲି ଭାରତୀ ଇଚ୍ଛା ରଖିଛନ୍ତି । ସୂଚନାଯୋଗ୍ୟ, ଭାରତୀ ଏବେ ୫ ମାସର ଗର୍ଭବତୀ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ସିଡିପିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଅଙ୍ଗନୱାଡି ସଂଘର ଅନଶନ ଆରମ୍ଭ

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁରରେ ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ମଙ୍ଗଳବାରଠାରୁ ଅନଶନ ଆରମ୍ଭ କରିଛନ୍ତି। ଅନଶନ ଆରମ୍ଭ…

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri