ବିଳାସପୂର୍ଣ୍ଣ ଫାର୍ମହାଉସର ମାଲିକାଣୀ ଭାରତୀ, ଛାଡ଼ିଲେ ମୁମ୍ବାଇ ଘର…

ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ବର୍ତ୍ତମାନ ମା’ ହେବାକୁ ଯାଉଥିବାରୁ ନେଇ ଚର୍ଚ୍ଚାରେ ଅଛନ୍ତି। ମୁମ୍ବାଇରେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସେ କିଛ ଦିନ ପାଇଁ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ କରଜାତ ଫାର୍ମ ହାଉସ୍‌କୁ ରହିବା ପାଇଁ ଯାଇଛନ୍ତି। ସେଠାରୁ ସେ ଏକ ଭିଡିଓ ଶେୟାର କରି ଘରର ଭିତର ଦେଖାଇବା ସହ ଫାର୍ମହାଉସରେ ଥିବା ଏକ ସୁଇମିଂ ପୁଲ ଦେଖାଇଛନ୍ତି। ଭାରତୀ ୟୁଟ୍ୟୁବ୍‌ ବ୍ଲଗ ଜରିଆରେ ଏହି ଭିଡିଓ ଶେୟାର କରିଥିବା ବେଳେ ହର୍ଷ କହିଛନ୍ତି, ଫାର୍ମହାଉସରେ ଶୁଟିଂ କରିବୁ ବ୍ଲଗ ବନେଇବୁ। ଭିଡିଓରେ ଉଭୟ ମସ୍ତି କରୁଥିବା ନଜର ଆସିଛନ୍ତି।
ଭିଡିଓରେ ଭାରତୀ ହର୍ଷଙ୍କୁ ପରିହାସ କରି କହୁଛନ୍ତି, ମୁଁ ଜଣେ ଛୋଟ ଲେଖକଙ୍କ ପତ୍ନୀ। ସେହି ସମୟରେ ହର୍ଷ କୁହନ୍ତି ‘ଘରେ ରହିବା ଉଚିତ, ଏହାର ଏକ ସୁବିଧା ଅଛି ଯେ, ତୁମେ ଜୀବନର ତିକ୍ତ ବାସ୍ତବତା ସାମ୍ନାରେ ରହିବ ’। ହର୍ଷ ଆହୁରି ମଧ୍ୟ କହିଛନ୍ତି, ଫାର୍ମ ହାଉସରେ ଝଗଡ଼ା କରିବା ଉଚିତ କି? ପରେ ଭାରତୀ ଉତ୍ତରରେ କହିଛନ୍ତି, ଫାର୍ମ ହାଉସ ଏପରି କହୁଛ ଯେପରି ସଲମାନ ଖାନଙ୍କ ଫାର୍ମ ହାଉସ ନିକଟରେ ଆମର ଫାର୍ମ ହାଉସ ଅଛି।
ତେବେ ଭାରତୀଙ୍କ ଫାର୍ମ ହାଉସ ବହୁତ ବଡ ସେଠାରେ ଖୋଲା ସ୍ଥାନ ମଧ୍ୟ ଅଛି । ଫାର୍ମ ହାଉସରେ ଏକ ବଡ଼ ସୁଇମିଂ ପୁଲ ମଧ୍ୟ ଅଛିି ଏବଂ ଏହାର ଚାରିପାଖରେ ବହୁତ ଖୋଲା ସ୍ଥାନ ଅଛି । ଏହା ସହିତ, ଫାର୍ମ ହାଉସରେ ଅନେକ ବଡ ରୁମ୍‌ ମଧ୍ୟ ଅଛି। ପରେ ଭାରତୀ କହିଛନ୍ତି, ମୁଁ ଭାବିଛି ଯେ ଆଜିର ଖାଦ୍ୟ ଗ୍ୟାସରେ ନୁହେଁ ବରଂ ଚୁଲିରେ ତିଆରି ହେବା ଉଚିତ’। ସନ୍ଧ୍ୟାରେ ହର୍ଷ ଷ୍ଟୋଭରେ କିଛି କରୁଥିବା ବେଳେ , ଭାରତୀ ରୁଟି କରୁଥିବା ନ ଜର ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ବାଜିବ ସାହାନାଇ: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବମ୍ବେ: ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ପ୍ରେମିକ ବିକ୍କି ଜୈନଙ୍କ ସେ ହାତ ଧରିବେ। ଦୀର୍ଘ ୩ ବର୍ଷ ଧରି ଉଭୟ...

ବୋଲ୍ଡ ନଜରରେ ସାରା

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ଅପ୍‌ କମିଂ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏଥିରେ ସାରା, କାର୍ତ୍ତିକ ଆର୍ୟନ ଏବଂ...

ବିଛଣାରୁ ଉଠି ପାରୁନାହାନ୍ତି ନୋରା

ମୁମ୍ବାଇ: ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ିଛି। ଅର୍ଜୁନ କପୁର ଏବଂ...

୨୦୧୯ର ଚର୍ଚ୍ଚିତ ଷ୍ଟାରକିଡ୍‌: ତାଲିକାରେ ତୈମୁର, ଇନାୟା, ସୁହାନା, ଅନନ୍ୟା….

ବମ୍ବେ: ବଲିଉଡ୍‌ର ଷ୍ଟାରକିଡ୍‌ମାନେ ନିଜ ନିଜ ମା’ବାପାଙ୍କଠାରୁ ଚର୍ଚ୍ଚିତ ହେବାରେ କମ୍‌ ନୁହନ୍ତି। ସେଥିପାଇଁ ତ ସେ ସୈଫ୍‌-କରିନାଙ୍କ ତୈମୁର ହୁଅନ୍ତୁ ଅଥବା ଶାହିଦ-ମୀରାଙ୍କ ମିଶା,...

ଦୁଇ ଦୁଇ ଥର ଛାଡପତ୍ର ପାଇବା ପରେ ୧୮ ବର୍ଷ ସାନ ରୁଷୀୟ ମଡେଲଙ୍କ ହାତ ଧରିଛନ୍ତି ଏହି ସେଲିବ୍ରିଟି; ବିବାହ ପରେ..

ବମ୍ବେ: ବିଭିନ୍ନ ଟେଲିଭିଜନ ଶୋ’ରେ ନଜର ଆସୁଥିବା ରାହୁଲ ମହାଜନ ଚର୍ଚ୍ଚାରେ ରହିବାକୁ ଭଲ ପାଆନ୍ତି। ବିଶେଷକରି ବ୍ୟକ୍ତିଗତ ଜୀବନ ତାଙ୍କର ଖବର ଶିରୋନାମା ପାଲଟିଥାଏ।...

ଜଣେ କି ଦୁଇଜଣ ନୁହେଁ; ୩୦୮ ଜଣଙ୍କୁ ପ୍ରେମ କରିଥିଲେ ଏହି ବଲିଉଡ୍‌ ସୁପରଷ୍ଟାର; ହେଲେ…

ବମ୍ବେ: ବଲିଉଡ୍‌ରେ ଅନେକ ପ୍ରେମ କାହାଣୀ ଗଢ଼ି ଉଠିଛି। ସେଥିରୁ କିଛି ସଫଳ ତ କିଛି ହୋଇଛି ବିଫଳ। ଏହାକୁ ନେଇ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି...

ସାନ ଭାଇଙ୍କୁ ଭେଟିବାକୁ ବାପାଙ୍କ ଘରେ ପହଞ୍ଚିଲେ ସାରା

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ସାରା ବାପା ସୈଫ୍‌ ଅଲ୍ଲୀ...

ପୁଅର ପ୍ରଥମ ଜନ୍ମଦିନର ଫଟୋ ଶେୟାର କଲେ କମେଡି କିଙ୍ଗ୍‌

ମୁମ୍ବାଇ: କମେଡି କିଙ୍ଗ୍‌ ତଥା ଅଭିନେତା କପିଲ ଶର୍ମା ବୁଧବାର ପ୍ରଶଂସକଙ୍କ ସହ ତାଙ୍କ ପୁଅ ତ୍ରିଶାନଙ୍କ ପ୍ରଥମ ଜନ୍ମଦିନର ଫଟୋ ଶେୟାର କରିଛନ୍ତି। ତ୍ରିଶାନଙ୍କ...

Advertisement
Archives

Model This Week