ଗ୍ରହରିଷ୍ଟ ଖଣ୍ଡନ ନାଁରେ ମହିଳାଙ୍କୁ ଅଚେତ୍‌ କଲେ ଭଣ୍ଡବାବା: ଆଉ ତା’ପରେ…

ଡେରାବିଶ, ୨୭ା୧୧ ( ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ମିଶନ ଶକ୍ତି ଏମ୍‌ବିକେ କାର୍ଯ୍ୟ କରୁଥିବା ହିମାଂଶୁ ପାତ୍ରଙ୍କ ସ୍ତ୍ରୀ ଦମୟନ୍ତୀ ରାଉତ ୧୮ ତାରିଖ ମଧ୍ୟାହ୍ନରେ କାର୍ଯ୍ୟାଳୟରୁ ଘରକୁ ଏକୁଟିଆ ଫେରୁଥିଲେ। ଜଣେ ବାବାଜି ତାଙ୍କୁ ଅଟକାଇ ତୋ ସ୍ବାମୀ ଅଳ୍ପଦିନରେ ମୃତ୍ୟୁବରଣ କରିବ ବୋଲି କହି ଭୟଭୀତ କରାଇ ଗ୍ରହରିଷ୍ଟ ଖଣ୍ଡନ ପାଇଁ ପୂଜାର୍ଚ୍ଚନା ବାହାନା କରିଥିଲେ। ଏଥିସହ ଦମୟନ୍ତୀଙ୍କ ମୁଣ୍ଡରେ ସିନ୍ଦୂର ଲଗାଇ ଗ୍ରହରିଷ୍ଟ ଖଣ୍ଡନ ପାଇଁ କହି ଅଚେତ କରାଇ ଦେଇଥିଲେ। ଚେତା ଫେରିବା ପରେ ସେ ହାତରେ ପିନ୍ଧିଥିବା ସୁନା ମୁଦି ନ ଥିବା ସହ ବାବା ମଧ୍ୟ ସେଠାରୁ ପଳାଇ ଯାଇଥିଲେ। ଏ ସମ୍ପର୍କରେ ସେ ଯାଇ ଘରେ କହିବା ପରେ ଏହା ଅଞ୍ଚଳରେ ପ୍ରଚାରିତ ହୋଇଥିଲା। ମଙ୍ଗଳବାର ନିକଟସ୍ଥ ବଳଭଦ୍ରପୁର ଗଁାକୁ ଉକ୍ତ ଭଣ୍ଡ ବାବା ଆସି ମହିଳାମାନଙ୍କୁ ସମାନ କଥା କହି ଭୟଭୀତ କରାଇବା ସହ ଠାକୁରଙ୍କ ନାମରେ ସୁନା ଅଳଙ୍କାର ଦାନ କରିବାକୁ କହିଥିଲେ। ତେବେ ପୂର୍ବରୁ ଦମୟନ୍ତୀଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବାବାଜିଙ୍କ ପୁନଃ ଆଗମନ ଉପସ୍ଥିତ ମହିଳାମାନଙ୍କ ମଧ୍ୟରେ ସନ୍ଦେହ ଜାତ କରିଥିଲା। କେତେଜଣ ଉକ୍ତ ବାବାଙ୍କ ଫଟୋ ଉଠାଇ ଦମୟନ୍ତୀଙ୍କ ପାଖକୁ ପଠାଇବାରୁ ସେ ସେହି ଭଣ୍ଡ ବାବାଙ୍କୁ ଚିହ୍ନି ଅଟକାଇବା ପାଇଁ କହିଥିଲେ। ତେବେ ଗ୍ରାମବାସୀ ବାବାଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ଏ ନେଇ ଦମୟନ୍ତୀଙ୍କ ପକ୍ଷରୁ ପୁଣି ମଙ୍ଗଳବାର ଥାନରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ. ୧୬୨/୨୪ରେ ମାମଲା ରୁଜୁ କରିବା ସହ ଭଣ୍ଡବାବାଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଭଣ୍ଡାବାବାଙ୍କ ଘର ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅଞ୍ଚଳର ବିକ୍ରମ ସ୍ବାଇଁ(୫୫) ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏଥିସହ ଭଣ୍ଡବାବା ବ୍ୟବହାର କରୁଥିବା ବାଇକ୍‌(ନଂ. ଓଡି ୨୧କେ ୬୧୪୨)କୁ ପୋଲିସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri