ନିଜ ବିବାହ ଫଟୋ ବିକ୍ରି କରି ଏତିକି ଟଙ୍କା ରୋଜଗାର କରିଥିଲେ ଏସବୁ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିଙ୍କ ବିବାହ ପ୍ରଶଂସକଙ୍କ ପାଇଁ ଉତ୍ସାହର କଥା। ବିଶେଷକରି ପ୍ରଶଂସକମାନେ ସେମାନଙ୍କ ମନ ପସନ୍ଦର ଅଭିନେତ୍ରୀ-ଅଭିନେତାଙ୍କ ବିବାହ ଫଟୋ ଦେଖିବାକୁ ବେଶ୍‌ ଆଗ୍ରହୀ। କିନ୍ତୁ ଏବେ ଅଧିକାଂଶ ସେଲିବ୍ରିଟି ସେମାନଙ୍କ ବିବାହକୁ ଗୁପ୍ତ ରଖିବାକୁ ପସନ୍ଦ କରୁଛନ୍ତି। କାରଣ ସେଲିବ୍ରିଟିମାନେ ସେମାନଙ୍କ ବିବାହ ସମୟର ଫଟୋ ବିକ୍ରି କରି ଏଥିରୁ ରୋଜଗାର କରିଥାନ୍ତି। ବଡ଼ବଡ଼ ମ୍ୟାଗାଜିନ୍‌ ସେମାନଙ୍କ ଫଟୋ ନେଇ ମୋଟା ଅଙ୍କର ଅର୍ଥ ଦେଇଥାନ୍ତି। ଏବେ ଯେମିତି ଅଭିନେତ୍ରୀ ଅଭିନେତାଙ୍କ ବିବାହ ବ୍ୟବସାୟରେ ପରିଣତ ହୋଇଛି। କିନ୍ତୁ ବେଳେବେଳେ ବିବାହର କିଛି ଫଟୋ ଲିକ୍‌ ହୋଇଯାଇଥାଏ। ଜାଣନ୍ତୁ କେଉଁ ଅଭିନେତ୍ରୀ ସେମାନଙ୍କ ବିବାହ ଫଟୋ ବିକ୍ରି କରି କେତେ ଟଙ୍କା ରୋଜଗାର କରିଛନ୍ତି…

ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସ୍‌ଙ୍କ ବିବାହ ଖୁବ୍‌ ଧୂମ୍‌ଧାମରେ ହୋଇଥିଲା। ୨୦୧୮ରେ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହିନ୍ଦୁ ରୀତିନୀତି ଅନୁଯାୟୀ ଏହି ବିବାହ ସମ୍ପନ୍ନ ହୋଇଥିଲା। ପ୍ରିୟଙ୍କା ତାଙ୍କ ବିବାହରେ ମୋବାଇଲ ବ୍ୟବହାର ନ କରିବାକୁ ଅତିଥିମାନଙ୍କୁ ବାରଣ କରିଥିଲେ। ଏହାର ବଡ଼ କାରଣ ଥିଲା ଏହି ଯୋଡ଼ିଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଛାଇଯିବ। ତେଣୁ ସେମାନେ ଏଥିପ୍ରତି ପ୍ରତିବନ୍ଧକ ଲଗାଇଥିଲେ। ପରେ ତାଙ୍କ ବିବାହ ଫଟୋକୁ ୧୮ କୋଟି ଟଙ୍କାରେ ବିକ୍ରି କରିଥିଲେ।

ସେହିପରି ଅଭିନେତ୍ରୀ ଅନୁଷ୍କା ଶର୍ମା କ୍ରିକେଟର ବିରାଟ କୋହଲିଙ୍କ ହାତ ଧରିଥିଲେ। ଏମାନେ ମଧ୍ୟ ତାଙ୍କ ବିବାହକୁ ଗୁପ୍ତ ରଖିବାକୁ ଚାହିଁଥିଲେ। ଏହି ଯୋଡ଼ି ଇଟାଲୀରେ ବିବାହ କରିଥିଲେ। ସେତେବେଳେ ଏହି ଯୋଡ଼ିଙ୍କ ଫଟୋ କିଛି ଲିକ୍‌ ହୋଇଯାଇଥିଲା। ପରେ ସେମାନେ ତାଙ୍କ ଫଟୋଗୁଡ଼ିକୁ ଏକ ମ୍ୟାଗାଜିନକୁ ବ୍ରିକ୍ରି କରିଥିଲେ। ଅବଶ୍ୟ ଏଥିରୁ ଯେଉଁ ଅର୍ଥ ମିଳିଥିଲା ସେମାନେ ଏହାକୁ ଦାନ କରି ଦେଇଥିଲେ।

ସେହିପରି ପ୍ରୀତି ଜିଣ୍ଟା ତାଙ୍କ ବିବାହ ଫଟୋକୁ ବିକ୍ରି କରି ଯେଉଁ ଅର୍ଥ ରୋଜଗାର କରିଥିଲେ ତାହାକୁ ଏକ ଅନୁଷ୍ଠାନକୁ ଦାନ କରି ଦେଇଥିଲେ। ପରେ ଯାହା ବଳିଥିଲା ସେହି ଅର୍ଥକୁ ଶିକ୍ଷା ଏବଂ ବୃଦ୍ଧାଶ୍ରମରେ ଦାନ କରିଥିଲେ।

ଏବେ ଶୁଣିବାକୁ ମିଳୁଛି କାଟ୍ରିନା-ଭିକି କୌଶଲ ସେମାନଙ୍କ ବିବାହ ଫଟୋ ବିକ୍ରି କରିବାକୁ ଡିଲ୍‌ ହୋଇସାରିଛି। ତେବେ କେତେ ଟଙ୍କାରେ ବିକୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri