Posted inଜାତୀୟ

ପଞ୍ଜାବରେ ଏଏପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନ୍‌…

ଚଣ୍ଡିଗଡ଼, ୧୮।୧ : ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନ୍‌ ହୋଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏ ସମ୍ପର୍କରେ ମଙ୍ଗଳବାର ଘୋଷଣା କରିଛନ୍ତିି। ସାଧାରଣ ଜନତାଙ୍କ ମତାମତ ଆଧାରରେ ପଞ୍ଜାବରେ ଦଳର ମୁଖ୍ୟମନ୍ତ୍ରୀ ଚୟନ କରିବାକୁ କେଜ୍ରିୱାଲ ଘୋଷଣା କରିଥିଲେ। ଦଳ ପକ୍ଷରୁ ଏକ ନମ୍ବର ଜାରି କରାଯାଇ ଜନମତ ସଂଗ୍ରହ କରାଯାଇଥିଲା।

ଏଥିରେ ୨୨ ଲକ୍ଷରୁ ଅଧିକ ଲୋକ ନିଜର ମତ ଦେଇଛନ୍ତି। ସେମାନଙ୍କର ପ୍ରଥମ ପସନ୍ଦ ଭଗଓ୍ବନ୍ତ ମାନ୍‌ ରହିଛନ୍ତି। ଏହି ମତାମତ ଆଧାରରେ କେଜ୍ରିୱାଲ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛନ୍ତି।

ମାନ୍‌ଙ୍କୁ ନେଇ କେଜ୍ରିୱାଲ ପୂର୍ବରୁ ସଙ୍କେତ ମଧ୍ୟ ଦେଇଥିଲେ। ପଞ୍ଜାବର ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ କେଜ୍ରିୱାଲ ମଞ୍ଚରେ କହିଥିଲେ ଯେ ସେ ଭଗଓ୍ବନ୍ତ ମାନ୍‌ଙ୍କୁ ଦଳର ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ପସନ୍ଦ କରନ୍ତି।

ଆମ ଆଦମୀ ପାର୍ଟିର ରାଜ୍ୟ ଅଧ୍ୟକ୍ଷ ଭଗଓ୍ବନ୍ତ ମାନ୍‌ ସାଙ୍ଗରୁରୁ ଦୁଇଥର ଲୋକ ସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ନେଇ ସେ ମାଲୱା ଅଞ୍ଚଳ ସମେତ ପୁରା ପଞ୍ଜାବରେ ଲୋକପ୍ରିୟ।
ସେ ଜାଟ ଶିଖ ସମ୍ପ୍ରଦାୟର।

ଯୁବ ନେତା ଭଗଓ୍ବନ୍ତ ମାନ୍‌ଙ୍କର ସ୍ବଚ୍ଛ ଭାବମୂର୍ତ୍ତି ଏବଂ ବକ୍ତବ୍ୟ ଶୈଳୀ ହେଉଛି ତାଙ୍କର ଶକ୍ତି। ତେବେ ସମାଲୋଚକମାନେ ତାଙ୍କୁ ଅନଭିଜ୍ଞ ବୋଲି କହୁଛନ୍ତି ଏବଂ ତାଙ୍କ ବିରୋଧରେ ମଦ୍ୟପାନର ଅଭିଯୋଗ ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ୫୫ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ନେଇ ଦେଶ ଅତିକ୍ରମ କଲା ୧୬ ଲକ୍ଷ

ନୂଆଦିଲ୍ଲୀ,୩୧।୭: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଏବେ ଦେଶ କରୋନା ସଂକ୍ରମଣରେ ପ୍ରତିଦିନ ନୂଆ ନୂଆ ରେକର୍ଡ...

ଭାରତ ପହଞ୍ଚିଲେ ଡେନମାର୍କ ପ୍ରଧାନମନ୍ତ୍ରୀ: ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା, ରାଷ୍ଟ୍ରପତିଙ୍କ ସହ ସାକ୍ଷାତ୍‌କାର

ନୂଆଦିଲ୍ଲୀ,୯ ।୧୦: ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକ୍ସନ ଶୁକ୍ରବାର ରାତିରେ ତାଙ୍କ ୩ ଦିନିଆ ଭାରତ ଗସ୍ତରେ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି । ରାତି ପ୍ରାୟ...

ପାରିକରଙ୍କୁ ମନେ ପକାଇଲେ ମୋଦି

ପାଣାଜୀ,୧୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୋଆରେ ପହଞ୍ଚିଛନ୍ତି। ଗୋଆ ମୁକ୍ତି ଦିବସ ଅବସରରେ ସେ ନବୀକରଣ ହୋଇଥିବା ଫୋର୍ଟ ଆଗୁଆଡା ଜେଲ ସଂଗ୍ରହାଳୟ, ଗୋଆ...

ଦଳକୁ ଫେରିବାକୁ ଚାହୁଁଛନ୍ତି ଆଉ ଜଣେ ଟିଏମ୍‌ସି ନେତା

କୋଲକାତା,୬।୬: ପଶ୍ଚିମବଙ୍ଗରେ କିଛି ପୂର୍ବତନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକ ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ମତ ବଦଳାଇ ପୂର୍ବ...

ରାଷ୍ଟ୍ରପତି ନିର୍ବାଚନ: ବସିବ ସଂସଦୀୟ ବୋର୍ଡ ବୈଠକ, ଅଧ୍ୟକ୍ଷତା କରିବେ ମୋଦି

ନୂଆଦିଲ୍ଲୀ,୨୧।୬ : ରାଷ୍ଟ୍ରପତି ନିର୍ବାଚନ ରାଜନୀତି ସରଗରମ ହୋଇଉଠିଛି। ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି। ଇତି ମଧ୍ୟରେ ମଙ୍ଗଳବାର ଭାଜପା...

ଅନ୍ତର୍ଜାତୀୟ ବଜାରରୁ ଟିକା କିଣିବା ସହ ୯ ପ୍ରସ୍ତାବ ଦେଲେ ବିରୋଧୀ

ନୂଆଦିଲ୍ଲୀ, ୧୨।୫: ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରବଳ ବେଗରେ ମାଡ଼ିଚାଲିଥିବା ବେଳେ ହସ୍ପିଟାଲଗୁଡ଼ିକରେ ରୋଗୀ ଚିକିତ୍ସା ପାଇଁ ବେଡ୍‌ ମିଳୁନି। ପ୍ରତିଦିନ ହଜାର ହଜାର...

ଉହାନ ପାଲଟିଲା ବିହାରର ସିଓ୍ବାନ !

ପାଟନା,୯।୪: ଚାଇନାର ଉହାନ ସହରରେ ପ୍ରଥମେ ହାହାକାର ସୃଷ୍ଟି କରିଥିବା କରୋନା ଭାଇରସ ଏବେ ୨ଶହରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପି ସାରିଲାଣି। ଏବେ ବିହାରର ଜଣେ...

ଏନଡିଏକୁ ଫେରିବାକୁ ଚାହୁଁଥିଲେ ଉଦ୍ଧବ, ଶିନ୍ଦେ ଗୋଷ୍ଠୀ ନେତାଙ୍କ ଦାବି…

ମୁମ୍ବାଇ, ୧୯।୭ : ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଗତବର୍ଷ ଏନଡିଏକୁ ଫେରିବାକୁ ଚାହୁଁଥିଲେ। କିନ୍ତୁ ପରେ ଏଭଳି କଠୋର ନିଷ୍ପତ୍ତି ନେବାରେ ସେ ପଛେଇ...

Advertisement
Archives

Model This Week