ଠିକାଦାରଙ୍କ ଉପରେ ରହୁନି ଅଧିକାରୀଙ୍କ କର୍ତ୍ତୃତ୍ୱ

ବାସୁଦେବପୁର,୩।୭(ନାରାୟଣ ପ୍ରସାଦ ବାରିକ୍‌): ବାସୁଦେବପୁରରେ ଗତ କିଛିବର୍ଷ ଧରି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ଓ ଅଧିକାରୀଙ୍କ ସଂଖ୍ୟା କମି କମି ଯାଉଥିବା ବେଳେ ବିଭାଗ ଅଧୀନରେ ଆସୁଥିବା କାର୍ଯ୍ୟକୁ ତଦାରଖ କରାଯାଇପାରୁ ନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ବାସୁଦେବପୁର ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ। ବାଲିନଗର ଛକ ନିକଟରେ ଥିବା ଏହି କାର୍ଯ୍ୟାଳୟରେ ଜଣେ ଏସ୍‌ଡିଓ ଏବଂ ୩ ଯନ୍ତ୍ରୀ ପଦବୀ ଥିବାବେଳେ ବର୍ତ୍ତମାନ ସମସ୍ତ ପଦବୀ ଖାଲି ପଡ଼ିଛି। ୨୦୨୩ ନଭେମ୍ବରଠାରୁ ଏସ୍‌ଡିଓ ପଦବୀ ଫାଙ୍କା ପଡ଼ିଛି। ଏଠାରେ କାର୍ଯ୍ୟରତ ଏସ୍‌ଡିଓ ଅବସର ନେବା ପରେ ସ୍ଥାୟୀ ଏସ୍‌ଡିଓ ନାହାନ୍ତି। ପୂର୍ବରୁ ୨ ଯନ୍ତ୍ରୀ ପଦବୀ ଖାଲି ପଡ଼ିଥିଲା। ୨୦୨୩ ନଭେମ୍ବରରେ ଅନ୍ୟ ଜଣେ ଯନ୍ତ୍ରୀ ଅବସର ନେବା ପରେ ତାହା ମଧ୍ୟ ଖାଲିପଡ଼ିଛି। ସାମୟିକ ଭାବେ ଚାନ୍ଦବାଲି ପୂର୍ତ୍ତ ବିଭାଗର ଏସ୍‌ଡିଓ ଏବଂ ଜଣେ ଯନ୍ତ୍ରୀ ବାସୁଦେବପୁର ବିଭାଗର ଦାୟିତ୍ୱ ଅସ୍ଥାୟୀ ଭାବେ ବୁଝୁଛନ୍ତି। ବାସୁଦେବପୁରରୁ ଚାନ୍ଦବାଲିର ଦୂରତା ପ୍ରାୟ ୭୦ କି.ମି.ରୁ ଊର୍ଦ୍ଧ୍ୱ। ଚାନ୍ଦବାଲିର ଏସ୍‌ଡିଓ ଓ ଯନ୍ତ୍ରୀ ବାସୁଦେବପୁରରେ ନିର୍ମାଣାଧୀନ ପ୍ରକଳ୍ପ ତଦାରଖ କରିବା କଷ୍ଟକର ହେଉଥିବା ସହ ସେମାନଙ୍କୁ ମଧ୍ୟ ଏଠାରେ ଦେଖିବାକୁ ମିଳୁନାହିଁ। ଏଠାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତଦାରଖ ଠିକ୍‌ ଭାବେ ହେଉନାହିଁ। ଫଳରେ ଏହାର ସୁଯୋଗରେ ଠିକାଦାରମାନେ ନିମ୍ନମାନର ଓ ମନମୁଖୀ କାର୍ଯ୍ୟ କରି ମୁନାଫା ଉଠାଉଛନ୍ତି। ଠିକାଦାରଙ୍କ କାର୍ଯ୍ୟ ଉପରେ ବିଭାଗୀୟ ଅଧିକାରୀଙ୍କ କର୍ତ୍ତୃତ୍ୱ ରହୁ ନ ଥିବାରୁ ନିର୍ମାଣାଧୀନ ରାସ୍ତା, ପୋଲର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କମାରଗାଁ-ବାଲିମେଦ, ବେକମୋଡ଼ି-ଆରୁହା, ଇଚ୍ଛାପୁର- ବାସୁଦେବପୁର, ବାସୁଦେବପୁର-ବାଲିଛନ୍ଦା ଘାଟ ରାସ୍ତାର ପ୍ରଶସ୍ତୀକରଣ ତଥା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ବିଭାଗୀୟ ଅଧିକାରୀମାନେ ଠିକ୍‌ ଭାବେ ଓ ନିୟମିତ ତଦାରଖ କରୁନାହାନ୍ତି। ରାସ୍ତାର ସୁରକ୍ଷା ପାଇଁ କମାରଗାଁ-ବାଲିମେଦ ରାସ୍ତାର ସାଇଡ୍‌ୱାଲ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ବେଳେ ଏହି ଗାଡ୍‌ୱାଲ ପାଖରୁ ମାଟି ଖୋଳି ରାସ୍ତା ପାଖ ଖାଲ ପୂରଣ କରାଯାଉ ଥିବାରୁ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟ ରାସ୍ତାଗୁଡ଼ିକରେ ମଧ୍ୟ ଠିକ୍‌ ଭାବେ ତଦାରଖ ହେଉ ନ ଥିବାରୁ ଠିକାଦାର ମନଇଚ୍ଛା ନିମ୍ନମାନର କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ସେହିପରି ମନ୍ତେଇ ନଦୀର ଚାରିବାଟିଆ, କରଞ୍ଜଆଡ଼ିଆ ଘାଟ ନିକଟରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସ୍ଥାୟୀ ଏସ୍‌ଡିଓ ଓ ଯନ୍ତ୍ରୀ ନ ଥିବାରୁ ତଦାରଖ କରାଯାଇପାରୁ ନାହିଁ।
ଜଳସେଚନ ବିଭାଗର ଅବସ୍ଥା ମଧ୍ୟ ତଦୃପ। ୧ ବର୍ଷରୁ ଊର୍ଦ୍ଧ୍ୱ ହେବ ଏଠାରେ ଏସ୍‌ଡିଓ ପଦବୀ ଖାଲିପଡ଼ିଛି। ସେହିପରି ଯନ୍ତ୍ରୀ ପଦବୀ ମଧ୍ୟ ଖାଲି ପଡ଼ିଥିବାରୁ ନିର୍ମାଣାଧୀନ ପ୍ରକଳ୍ପ ଠିକ୍‌ ରୂପରେଖ ନେଇପାରୁ ନାହିଁ। ବାସୁଦେବପୁର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଏହାର ସଂଖ୍ୟାଧିକ ପଞ୍ଚାୟତର ସୀମା ସିଧାସଳଖ ବଙ୍ଗୋପସାଗରକୁ ଭେଦ କରିଥିବା ବେଳେ ଐତିହାସିକ ଇଷ୍ଟକୋଷ୍ଟ କେନାଲ ମଧ୍ୟ ବାସୁଦେବପୁର ମଧ୍ୟଭାଗ ଦେଇ କୋଲକାତାର ହୁଗୁଳି ପର୍ଯ୍ୟନ୍ତ ଲମ୍ବିଛି। ଏହାର ସୁରକ୍ଷା ଓ ବଙ୍ଗୋପସାଗର କୂଳେ କୂଳେ ଥିବା ଲୁଣାବନ୍ଧର ସୁରକ୍ଷା ଦାୟିତ୍ୱ ଜଳସେଚନ ବିଭାଗ ଅଧୀନରେ ରହୁଥିବା ବେଳେ ବାସୁଦେବପୁର ଜଳସେଚନ ବିଭାଗର ଏସ୍‌ଡିଓ ପଦବୀ ବର୍ଷେରୁ ଊର୍ଦ୍ଧ୍ୱ ଖାଲିପଡ଼ିବା ନେଇ ଜନଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ଭଦ୍ରକ ଜିଲାର ଅଧୀକ୍ଷଣ ଯନ୍ତ୍ରୀ(ଏସ୍‌ଇ) ଦୀପକ କୁମାର ପାଣିଗ୍ରାହୀଙ୍କୁ ପଚାରିବାରୁ ବାସୁଦେବପୁରସ୍ଥିତ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଏସ୍‌ଡିଓ ଏବଂ ୩ ଯନ୍ତ୍ରୀ ପଦବୀ ଖାଲି ପଡ଼ିଥିବାରୁ ଉନ୍ନୟମୂଳକ କାର୍ଯ୍ୟ ତଦାରଖରେ ବାଧା ଉପୁଜୁଥିବା ସ୍ବୀକାର କରିଥିଲେ। ଏହି ପଦବୀ ପୂରଣ ପାଇଁ ପୂର୍ବରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଜିଲାପାଳଙ୍କୁ ଅବଗତ କରାଯାଇଛି। ଏହାସହ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଏ ବାବଦରେ ଅବଗତ କରିଛନ୍ତି। ଏହି ପଦବୀ ସମେତ ଜିଲାର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲେସିଆକୁ ୪-୧ରେ ହରାଇଲା ଭାରତ, ପଦାର୍ପଣ ମ୍ୟାଚ୍‌କୁ ସ୍ମରଣୀୟ କଲେ ଓଡ଼ିଆ ଝିଅ ପୂଜା

ଭୋପାଳ,୧୯।୧୧: ଡିଫେଣ୍ଡିଂ ଚାମ୍ପିୟନ ଭାରତ ଚଳିତ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ୪-୧…

ଖେଳିବା ଥିଲା ସହଜ, ଏବେ ପ୍ରକୃତ ପରୀକ୍ଷା ଆରମ୍ଭ ହେବ, ଧୋନିଙ୍କ ମେଣ୍ଟର ହେବା ଉପରେ ସେହୱାଗ କହିଲେ…

ନୂଆଦିଲ୍ଲୀ,୧୯।୧୧: ମହେନ୍ଦ୍ର ସିଂହ ଧୋନି IPL 2027 ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ମେଣ୍ଟର (ପରାମର୍ଶଦାତା) ହୋଇଛନ୍ତି। ମଙ୍ଗଳବାର (ନଭେମ୍ବର ୧୭) ଫ୍ରାଞ୍ଚାଇଜ ଘୋଷଣା…

ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ହତ୍ୟା ଧମକ

ମୁମ୍ବାଇ, ୧୯ା୧୧: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ମିଳିଛି ହତ୍ୟା ଧମକ। ହତ୍ୟା ଧମକ ପରେ ମୁମ୍ବାଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଅଭିନେତାଙ୍କ ଫୋନକୁ…

ବାତ୍ୟା ‘ଅକ୍ୱାନ’ ମୁକାବିଲା: ଗୁଡାରି ବ୍ଲକରେ ୩ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ୫୯ ଜଣ ସ୍ଥାନାନ୍ତରିତ; ମା’ ଗୃହରେ ୩ ପ୍ରସୂତିଙ୍କ ସଫଳ ପ୍ରସବ

ଗୁଡାରି, ୧୯।୧୧ (ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ଗୁଡାରି ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଗୁରୁବାର…

Hong Kong Sixes 2026ରୁ ମିଳିଥିବା ସମସ୍ତ ଆୟକୁ ଏହି ସଂସ୍ଥାକୁ ଦାନ କରିଛି BCCI; ସମ୍ପାଦକ ଦେବଜିତ ସାଇକିଆ କହିଲେ ଏହାର କାରଣ

ନୂଆଦିଲ୍ଲୀ,୧୯।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ‘ହଂକଂ ସିକ୍ସେସ’ (Hong Kong Sixes) ଟୁର୍ଣ୍ଣାମେଣ୍ଟରୁ ମିଳିଥିବା ଆୟକୁ ଦାନ କରିବାକୁ ନିଷ୍ପତ୍ତି ନେଇଛି। ବୋର୍ଡ ଏହି…

ବାତ୍ୟା ‘ଅକ୍ୱାନ’ ପାଇଁ ସଜାଗ ଗଞ୍ଜାମ ଏନ୍‌ଏସି: ଥଇଥାନ ବ୍ୟକ୍ତିଙ୍କୁ କମ୍ବଳ ବାଣ୍ଟିଲେ ଇଓ, ୧୦୨ ଜଣଙ୍କୁ ଦିଆଯାଉଛି ରନ୍ଧା ଖାଦ୍ୟ

ଗଞ୍ଜାମ, ୧୯।୧୧ (ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ବେଳକୁ ବେଳ ଉଗ୍ର ରୂପ ଧାରଣ କରୁଥିବା ବେଳେ ଆସନ୍ତାକାଲି ପୂର୍ବାହ୍ନରେ ଏହା ସ୍ଥଳଭାଗ ଛୁଇଁବ ବୋଲି…

କେନ୍ଦୁଝରରେ ଛୁଟି ଘୋଷଣା କଲେ ଜିଲାପାଳ

କେନ୍ଦୁଝର/ବଞ୍ଚୋ,୧୯।୧୧(ନରେଶ ପଟ୍ଟନାୟକ/ପ୍ରଦୋଷ ବିଶ୍ୱାଳ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ପ୍ରଭାବ ଏବଂ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ଏକ…

କେନ୍ଦ୍ରାପଡ଼ାକୁ ରେଡ୍‌ ଓ୍ବାର୍ନିଂ: ରାଜକନିକାରେ ଆଶ୍ରୟସ୍ଥଳୀକୁ ଗଲେ ୩,୬୦୦ ଲୋକ, ଗ୍ରାଉଣ୍ଡ ଜିରୋରେ…

ରାଜକନିକା, ୧୯।୧୧ (ସଞ୍ଜୟ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ହୋଇ ଭୀଷଣ ରୂପ ନେଇଥିବା ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ ଓଡ଼ିଶା ଉପକୂଳ ମୁହାଁ ହୋଇଛି। ଏହା ଆସନ୍ତାକାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?