ଅଧା ଜ୍ଞାନକୁ ସାବଧାନ

ଦେବଦତ୍ତ ପଟ୍ଟନାୟକ

ଅଭିମନ୍ୟୁ ଥିଲେ ଅର୍ଜୁନ ଏବଂ ସୁଭଦ୍ରା(କୃଷ୍ଣଙ୍କ ଭଉଣୀ)ଙ୍କ ପୁତ୍ର। ଯଦିଓ ପ୍ରତ୍ୟେକ ପାଣ୍ଡବ ଦ୍ରୌପଦୀଙ୍କ ଗର୍ଭରୁ ଗୋଟିଏ ଲେଖା ସନ୍ତାନ ଲାଭ କରିଥିଲେ, ତଥାପି ସେମାନେ ପ୍ରତ୍ୟେକ ଅନ୍ୟ ସ୍ତ୍ରୀଙ୍କଠାରୁ ଗୋଟିଏ କରି ସନ୍ତାନର ଜନକ ହୋଇପାରିଥିଲେ। ତେବେ ସବୁ ସନ୍ତାନଙ୍କ ମଧ୍ୟରେ ଅଭିମନ୍ୟୁଙ୍କ କାହାଣୀ ମହାଭାରତର ସବୁଠୁ ଚର୍ଚ୍ଚିତ ଓ ପୀଡ଼ାଦାୟକ। ଅଭିମନ୍ୟୁଙ୍କ ପିତା ଅର୍ଜୁନ ଧନୁର୍ବିଦ୍ୟା ଏବଂ ଯୁଦ୍ଧ ସମ୍ପର୍କରେ କୃଷ୍ଣଙ୍କ ସହ ପ୍ରାୟତଃ ଆଲୋଚନା କରନ୍ତି। ସୁଭଦ୍ରାଙ୍କ ଗର୍ଭରେ ଅଭିମନ୍ୟୁ ଥିବାବେଳେ ସେ ଅର୍ଜୁନଙ୍କ ପାଖରେ ବସି ଏହା ଶୁଣନ୍ତି। ଗର୍ଭସ୍ଥ ଅଭିମନ୍ୟୁ ପିତାଙ୍କ କଥା ଶୁଣି ଧନୁର୍ବିଦ୍ୟା ଉପରେ ସବୁ ଜାଣିପାରିଥିଲେ। ଫଳରେ ଜନ୍ମ ହେଲାବେଳକୁ ସେ ଜଣେ ଯୋଦ୍ଧା ହୋଇଯାଇଥିଲେ। ତେବେ ଯୁଦ୍ଧରେ ଚକ୍ରବୂ୍ୟହକୁ କିଭଳି ଭାଙ୍ଗିହେବ ସେ ବିଷୟରେ ଅର୍ଜୁନ କହୁଥିବା ସମୟରେ କୃଷ୍ଣ ବାଧା ଦେଇ ତାଙ୍କୁ ସୁଭଦ୍ରାଙ୍କ ପାଖ ଛାଡ଼ିବାକୁ କହିଥିଲେ। ଫଳରେ ଅଭିମନ୍ୟୁ ଚକ୍ରବୂ୍ୟହରେ ପ୍ରବେଶ କରିବା କୌଶଳ ଜାଣିପାରିଥିଲେ, କିନ୍ତୁ ତାକୁ ଭାଙ୍ଗି ବାହାରକୁ ବାହାରିବା ବାଟ ଜାଣିପାରି ନ ଥିଲେ। ସେଥିପାଇଁ ୧୬ ବର୍ଷ ପରେ ଏହିି ଘଟଣା ଅଭିମନ୍ୟୁଙ୍କ ମୃତ୍ୟୁର କାରଣ ପାଲଟିଥିଲା। ଅଭିମନ୍ୟୁ ମାତୃଗର୍ଭରେ ଥାଇ ଚକ୍ରବୂ୍ୟହ ସମ୍ପର୍କରେ ଶିକ୍ଷା କରୁଥିବା ସମୟରେ ଶ୍ରୀକୃଷ୍ଣ କାହିଁକି ସେଥିରେ ବାଧା ଦେଇଥିଲେ ତାହାର କାରଣକୁ ନେଇ ଭାରତର ବିଭିନ୍ନ ଅଞ୍ଚଳରେ ଅନେକ କିମ୍ବଦନ୍ତୀ ବା ଲୋକକଥା ସାମ୍‌ନାକୁ ଆସେ।
ଗୋଟିଏ କାହାଣୀ କହେ, ଅଭିମନ୍ୟୁ ବାସ୍ତବରେ ଜଣେ ରାକ୍ଷସ। ସେ ଯଦି କୁରୁକ୍ଷେତ୍ର ଯୁଦ୍ଧରୁ ବଞ୍ଚତ୍ୟାଇଥାଆନ୍ତେ ତେବେ ତାଙ୍କର ରାକ୍ଷସ ପ୍ରବୃତ୍ତି ପ୍ରକାଶ ପାଇଥାନ୍ତା। କୃଷ୍ଣ ଏହା ଜାଣିଥିଲେ। ଏଣୁ ଏହି କାର୍ଯ୍ୟ ମାଧ୍ୟମରେ ସେ ନିଜେ ଯୁଦ୍ଧରେ ଅଭିମନ୍ୟୁଙ୍କ ମୃତ୍ୟୁ ନିଶ୍ଚିତ କରିଥିଲେ। ଅନ୍ୟ ଏକ କାହାଣୀ ଅନୁଯାୟୀ, ଅଭିମନ୍ୟୁ ଥିଲେ ଚନ୍ଦ୍ରଙ୍କ ପୁତ୍ର। ସେ ମରଣଶୀଳ ଭାବେ ମର୍ତ୍ତ୍ୟରେ ରହିବାକୁ ଅଭିଶାପ ପାଇଥିଲେ। ଏଣୁ ଚନ୍ଦ୍ର ତାଙ୍କ ପୁତ୍ରକୁ ପାଖରେ ପାଇପାରୁ ନ ଥିଲେ। ଏଥିପାଇଁ ସେ ୧୬ ବର୍ଷ ବୟସରେ ତାଙ୍କ ପୁତ୍ରକୁ ମାରିବା ଲାଗି ଉପାୟ କରିବାକୁ କୃଷ୍ଣଙ୍କୁ ଅନୁରୋଧ କରିଥିଲେ। ଏହା କରିବାକୁ କୃଷ୍ଣଙ୍କ ପାଖରେ ଏକମାତ୍ର ଉପାୟ ଥିଲା ଅଭିମନ୍ୟୁଙ୍କୁ ଚକ୍ରବୂ୍ୟହ ରହସ୍ୟ ଶିକ୍ଷା କରାଇ ନ ଦେବା। ତୃତୀୟ କାହାଣୀ ଅତ୍ୟନ୍ତ କପଟସୂଚକ ତଥା ଭୟାବହ। ଅର୍ଜୁନ ତାଙ୍କ ପୁତ୍ର ଅଭିମନ୍ୟୁକୁ କେତେ ଭଲ ପାଉଥିଲେ ତାହା କୃଷ୍ଣ ଜାଣିଥିଲେ। କେବଳ ଅଭିମନ୍ୟୁଙ୍କ ମୃତ୍ୟୁ ତାଙ୍କ ଗୁରୁଙ୍କ ହାତରେ ହେଲେ ହିଁ ତାହା ବ୍ୟକ୍ତିଗତ ଭାବେ ଯୁଦ୍ଧକୁ ଗମ୍ଭୀରତାର ସହ ନେବା ଓ ଭୟଙ୍କର ଲଢ଼େଇ କରିବା ପାଇଁ ଅର୍ଜୁନଙ୍କୁ ଉସୁକାଇବ ବୋଲି କୃଷ୍ଣ ନିଶ୍ଚିତ ଥିଲେ।
ପାଣ୍ଡବମାନେ ଜୁଆଖେଳରେ ସେମାନଙ୍କ ରାଜ୍ୟ ହରାଇ ୧୩ ବର୍ଷ ନିର୍ବାସନରେ ଯିବାବେଳକୁ ଅଭିମନ୍ୟୁଙ୍କୁ ମାତ୍ର ୨ ବର୍ଷ ହୋଇଥିଲା। ପାଣ୍ଡବମାନେ ଅଜ୍ଞାତବାସରୁ ଫେରିବା ସମୟରେ ଅଭିମନ୍ୟୁଙ୍କ ବୟସ ଥିଲା ୧୫। ପାଣ୍ଡବ ସେମାନଙ୍କ ରାଜ୍ୟ ଫେରାଇବା ଲାଗି କୌରବଙ୍କୁ କହିବାରୁ ସେମାନେ ମନା କରିଦେଲେ। ଏହାଯୋଗୁ କୌରବଙ୍କ ବିରୋଧରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେବାକୁ ପାଣ୍ଡବଙ୍କୁ ୧ ବର୍ଷ ଲାଗିଯାଇଥିଲା। ଏଣୁ ଯୁଦ୍ଧ ଆରମ୍ଭ ହେବାବେଳକୁ ଅଭିମନ୍ୟୁଙ୍କୁ ହୋଇଥିଲା ୧୬ ବର୍ଷ। ଦ୍ୱାରକା ଥିଲା ଅଭିମନ୍ୟୁଙ୍କ ମାମୁଘର। ସେଠାରେ ମାମୁ କୃଷ୍ଣ ଓ ବଳରାମଙ୍କ ସହିତ ତାଙ୍କ ପିଲାଦିନ କଟିଥିଲା। ଦ୍ୱାରକାରେ ରହିବା ସମୟରେ ସେ ବଳରାମଙ୍କ କନ୍ୟା ବତ୍ସଳା(କେତେକ ପୁରାଣରେ ନାମ ଶଶିରେଖା)ଙ୍କ ପ୍ରେମରେ ପଡ଼ିଯାଇଥିଲେ। କିନ୍ତୁ ବଳରାମ ତାଙ୍କ କନ୍ୟାର ବିବାହ ଜଣେ ଜୁଆଡ଼ିଙ୍କ ପୁତ୍ର ସହ ନ କରି ଜଣେ ଧନୀ ବ୍ୟକ୍ତି ସହିତ କରିବାକୁ ଚାହଁୁଥିଲେ। ଏଣୁ ସେ ଦୁର୍ଯ୍ୟୋଧନଙ୍କ ପୁତ୍ର ଲକ୍ଷ୍ମଣଙ୍କୁ ତାଙ୍କ ଝିଅକୁ ବିବାହ କରିବା ଲାଗି ଆମନ୍ତ୍ରଣ କଲେ। ଏଥିରେ ଅଭିମନ୍ୟୁ ଭାଙ୍ଗିପଡ଼ିଲେ ଓ ସାହାଯ୍ୟ କରିବାକୁ ମାମୁ କୃଷ୍ଣଙ୍କୁ ଅନୁରୋଧ କଲେ। କୃଷ୍ଣ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ କହି ଭୀମଙ୍କ ପୁତ୍ର ଘଟତ୍‌କଚ(ହିଡ଼ିମ୍ବାଙ୍କ ଗର୍ଭରୁ ଜନ୍ମ)ଙ୍କ ସାହାଯ୍ୟ ନେବା ଲାଗି ଅର୍ଜୁନଙ୍କୁ ପରାମର୍ଶ ଦେଇଥିଲେ। ଘଟତ୍‌କଚ୍‌ ରାଜିହୋଇ ଅଭିମନ୍ୟୁ ଓ ବତ୍ସଳାଙ୍କୁ ଦ୍ୱାରକା ବାହାରକୁ ନେଇ ଜଙ୍ଗଲରେ ଉଭୟଙ୍କ ବିବାହ କରାଇଥିଲେ। ପରେ ଘଟତ୍‌କଚ୍‌ ଅଲୌକିକ ମାୟାବଳରେ ବତ୍ସଳା ରୂପ ନେଇ ବିବାହ ଉତ୍ସବରେ ଉପସ୍ଥିତ ହେଲେ। ବଳରାମ କନ୍ୟାଦାନ କରିବା ସମୟରେ ଘଟତ୍‌କଚ୍‌ ଲକ୍ଷ୍ମଣଙ୍କ ହାତକୁ ଜୋର୍‌ରେ ଚାପିଦେବାରୁ ସେ ମୂର୍ଚ୍ଛା ହାଇଗଲେ। ଦୁର୍ଯ୍ୟୋଧନ ଯେତେବେଳେ ଜାଣିଲେ ଯେ ବତ୍ସଳା ହେଉଛି ଘଟତ୍‌କଚ୍‌, ସେତେବେଳେ ସେ ରାଗିଗଲେ। ଦୁର୍ଯ୍ୟୋଧନଙ୍କ ବଦଳରେ ସୁଭଦ୍ରା ଯେଭଳି ଅର୍ଜୁନଙ୍କୁ ବିବାହ କରିଥିଲେ ଠିକ୍‌ ସେହିଭଳି ବତ୍ସଳା ଦୁର୍ଯ୍ୟୋଧନଙ୍କ ପୁତ୍ରକୁ ବାହା ନ ହୋଇ ଅର୍ଜୁନଙ୍କ ପୁତ୍ରଙ୍କୁ ବିବାହ କରିଥିଲେ। ଦ୍ୱିତୀୟଥର ଠକାମିର ଶିକାର ହେବା ଦ୍ୱାରା ପୁନର୍ବାର ପାଣ୍ଡବମାନଙ୍କ ପ୍ରତି ଦୁର୍ଯ୍ୟୋଧନଙ୍କ ଘୃଣା ବଢ଼ିଯାଇଥିଲା।
ପାଣ୍ଡବମାନେ ଅଜ୍ଞାତବାସରୁ ବାହାରିବା ପରେ ଅର୍ଜୁନ ତାଙ୍କ ପୁଅ ଅଭିମନ୍ୟୁଙ୍କୁ ମତ୍ସ୍ୟର ରାଜା ବିରାଟଙ୍କ କନ୍ୟା ଉତ୍ତରା ସହ ଦ୍ୱିତୀୟ ପତ୍ନୀ ରୂପେ ବିବାହ କରାଇଥିଲେ। ମାତ୍ର ବିରାଟ ତାଙ୍କ କନ୍ୟାଙ୍କୁ ଅର୍ଜୁନଙ୍କ ସହ ବିବାହ ଦେବାକୁ ଚାହଁୁଥିଲେ। କିନ୍ତୁ ଉତ୍ତରା ତାଙ୍କ ପୁତ୍ରବଧୂ ହେବା ଲାଗି ଅଧିକ ଯୋଗ୍ୟ ବୋଲି ଅର୍ଜୁନ ଅନୁଭବ କରିଥିଲେ। ଠିକ୍‌ ଏହି ସମୟରେ କୁରୁକ୍ଷେତ୍ରରେ ଯୁଦ୍ଧ ଘୋଷଣା ହେଲା। ସେତେବେଳକୁ ଅଭିମନ୍ୟୁଙ୍କ ଦୁଇ ସ୍ତ୍ରୀ ଥିଲେ। ସେ ଯେତେବେଳେ ଯୁଦ୍ଧକ୍ଷେତ୍ରକୁ ଗଲେ ସେତେବେଳେ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଉତ୍ତରାଙ୍କ ଗର୍ଭରେ ପରିକ୍ଷିତ ଥିଲେ। ପାଣ୍ଡବଙ୍କ ଉତ୍ତରାଧିକାରୀ ଭାବେ ସେ ହିଁ କେବଳ ଯୁଦ୍ଧରୁ ବଞ୍ଚତ୍ୟାଇଥିଲେ। ମହାଭାରତ ଯୁଦ୍ଧର ତ୍ରୟୋଦଶ ଦିବସରେ ଚକ୍ରବୂ୍ୟହ ରଚନା କରି ଦ୍ରୋଣ ପାଣ୍ଡବ ସେନାଙ୍କ ଉପରେ ଭୟଙ୍କର ଆକ୍ରମଣ କଲେ। ଏହି ଚକ୍ରବୂ୍ୟହକୁ ଭେଦ କରିବାରେ ଏକମାତ୍ର ବୀର ଥିଲେ ଅର୍ଜୁନ। କିନ୍ତୁ କୃଷ୍ଣ ରଥାରୂଢ଼ ଯୋଦ୍ଧାମାନଙ୍କୁ ନିପାତ କରିବା ଲାଗି ଅର୍ଜୁନଙ୍କୁ ଯୁଦ୍ଧକ୍ଷେତ୍ରର ବହୁଦୂରକୁ ନେଇଗଲେ। ଏହି ସମୟରେ ପାଣ୍ଡବ ସେନା ଚକ୍ରବୂ୍ୟହରେ ଫସିଗଲେ। ଯୁଧିଷ୍ଠିର ନିରାଶ ହୋଇଗଲେ। ସେ କହିଲେ କେହି କ’ଣ ଏହି ଚକ୍ରବୂ୍ୟହକୁ ଭାଙ୍ଗିପାରିବ ନାହିଁ? ଏହା ଶୁଣି ଅଭିମନ୍ୟୁ କହିଲେ, ସେ ଏହାକୁ ଭାଙ୍ଗିବାର କୌଶଳ ଜାଣିଛନ୍ତି, ଯେଉଁଥିରେ ପାଣ୍ଡବ ସେନା ରକ୍ଷାପାଇଯିବେ। କିନ୍ତୁ କେହି ଜଣେ ମୋତେ ସେହି ବୂ୍ୟହରୁ ବାହାର କରି ରକ୍ଷା କରିବା ଲାଗି ଆସିବାକୁ ପଡ଼ିବ, କାରଣ ମୁଁ ସେଥିରୁ ବାହାରିବାର ବାଟ ଜାଣିନାହିଁ। ପାଣ୍ଡବ ସେନା ରକ୍ଷା ପାଇବା ପରେ ଯୁଧିଷ୍ଠିର ତାଙ୍କୁ ରକ୍ଷା କରିବା ଲାଗି ଯିବେ ବୋଲି ପ୍ରତିଶ୍ରୁତି ଦେଲେ। କିନ୍ତୁ ଦୁର୍ଭାଗ୍ୟବଶତଃ, ସେ ତାହା କରିବାକୁ ଅକ୍ଷମ ହୋଇଥିଲେ। କାରଣ ଦୁର୍ଯ୍ୟୋଧନଙ୍କ ଭିଣୋଇ ଜୟଦ୍ରଥ ତାଙ୍କ ବାଟ ଓଗାଳିଥିଲେ।
ଚକ୍ରବୂ୍ୟହରେ ପଡ଼ି ଅଭିମନ୍ୟୁ ସିଂହ ଭଳି ଯୁଦ୍ଧ କରିଥିଲେ। ସେ ଦୁର୍ଯ୍ୟୋଧନଙ୍କ ପୁତ୍ର ଲକ୍ଷ୍ମଣଙ୍କୁ ବଧ କରିଥିଲେ। କିନ୍ତୁ ପରେ ଯୁଦ୍ଧର ସବୁ ନୀତିନିୟମ ବିରୋଧରେ ଯାଇ ଅନେକ କୌରବ ବୀର ତାଙ୍କ ଉପରେ ବାରମ୍ବାର ଆକ୍ରମଣ କରିଥିଲେ। ଅଭିମନ୍ୟୁଙ୍କ ଧନୁ ଓ ରଥକୁ କର୍ଣ୍ଣ ଭାଙ୍ଗିଦେଇଥିଲେ। ହେଟାମାନେ ଯେଉଁଭଳି ଏକ ଆହତ ସିଂହକୁ ଘେରିଯାଇ ଆକ୍ରମଣ କରନ୍ତି ସେହିଭଳି ଅନ୍ୟ ରଥୀମାନେ ଅଭିମନ୍ୟୁଙ୍କୁ ଘେରିଯାଇ ଆକ୍ରମଣ କରିଥିଲେ। ଚକ୍ରବୂ୍ୟହ ବାହାରେ ରହି ପାଣ୍ଡବମାନେ କେବଳ ତାଙ୍କ କାନ୍ଦ ଶୁଣୁଥିଲେ। ଶେଷରେ ଦୁଃଶାସନ ପୁତ୍ରର ଶେଷ ଆକ୍ରମଣରେ ଅଭିମନ୍ୟୁଙ୍କ ମୃତ୍ୟୁ ହୋଇଥିଲେ ବି ବୀରତ୍ୱର ସହ ଲଢ଼ି ତାଙ୍କୁ ମଧ୍ୟ ମାରିଦେଇଥିଲେ ଅଭିମନ୍ୟୁ। ବହୁ ସମୟରେ ଗୁରୁମାନେ କୁହନ୍ତି ‘ଅଧା ଜ୍ଞାନକୁ ସାବଧାନ’, ଯାହାର ଏକ ବଡ଼ ଉଦାହରଣ ରଖିଯାଇଛନ୍ତି ଅଭିମନ୍ୟୁ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?