ଲଘୁଚାପ ସତ୍ତ୍ୱେ ୧୧ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୧୨ା୭(ବ୍ୟୁରୋ):ମୌସୁମୀ ସକ୍ରିୟ ହେବାପରେ ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଲଘୁଚାପ ଦାନା ବାନ୍ଧୁଛି। ହେଲେ ସେହି ପରିମାଣର ବର୍ଷା ହେଉନି। ପାଣିପାଗ ବିଭାଗ ହିସାବ କହୁଛି, ଜୁଲାଇ ମାସରେ ଲଗାତର ୨ଟି ଲଘୁଚାପ ହୋଇଥିବା ବେଳେ ଆଉ ଗୋଟିଏ ଲଘୁଚାପ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୪ ଓ ୧୫ ତାରିଖରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏହା ଓଡ଼ିଶା ନିକଟ ସମୁଦ୍ର ଉପକୂଳରେ ରହୁଥିବାରୁ ରାଜ୍ୟକୁ ଭଲ ବର୍ଷା ମିଳିବା ସମ୍ଭାବନା କମ୍‌। ଅନ୍ୟପକ୍ଷରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବେଶକୁ ମାସେ ହୋଇଗଲାଣି। ଏପର୍ଯ୍ୟନ୍ତ ରାଜ୍ୟକୁ ଭଲ ବର୍ଷା ଦି’ଟୋପା ମିଳିଲା ନାହିଁ।
ଜୁନ୍‌ ପହିଲାରୁ ଜୁଲାଇ ୧୧ ତାରିଖ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଠାରୁ ମାତ୍ର ୧୫% କମ୍‌ ବର୍ଷା ହୋଇଥିବା ସୂଚାଉଛି। ବାସ୍ତବ କ୍ଷେତ୍ରରେ ଯଦି ଦେଖାଯିବ ତେବେ ରାଜ୍ୟର ଅଧାରୁ ଅଧିକ ଜିଲା ଶୁଖିଲା ପଡ଼ିଛି। କେଉଁଠି ବିଲ ଘାସପଡ଼ିଆ ହୋଇ ରହିଛି ତ ଆଉ କେଉଁଠି ପାଣି ଅଭାବରୁ ଧାନତଳି ପଡ଼ିପାରୁନି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଜୁନ୍‌ ପହିଲାରୁ ଜୁଲାଇ ୧୧ ମଧ୍ୟରେ ପୁରୀ ଜିଲାରେ ସ୍ବାଭାବିକଠାରୁ ୫୧% କମ୍‌ ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼ ୪୩, ଖୋର୍ଦ୍ଧା ୪୦, କେନ୍ଦ୍ରାପଡ଼ା ୩୪, ସମ୍ବଲପୁର ୩୧, ବଲାଙ୍ଗୀର ୩୦, ନବରଙ୍ଗପୁର ୨୧, କଟକ ୨୨, ଭଦ୍ରକ ୨୨, କଳାହାଣ୍ଡି ୨୦, ମୟୂରଭଞ୍ଜ ଜିଲାରେ ୨୨ ପ୍ରତିଶତ କମ୍‌ ବର୍ଷା ହୋଇଛି। ବିଲରେ ପାଣି ନ ଥିବାରୁ ଚାଷୀମାନେ ମୌସୁମୀ ବର୍ଷାକୁ ଅପେକ୍ଷା କରି ରହିଛନ୍ତି। ଲଘୁଚାପଜନିତ ବର୍ଷା ହେଉ ନ ଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସୋମବାର ବଙ୍ଗୋପସାଗରରେ ଯେଉଁ ଲଘୁଚାପ ଦାନା ବାନ୍ଧିଛି ତାହା ଓଡ଼ିଶା ପାଇଁ ସେତେଟା ବର୍ଷା ଦେବନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କଲେଣି। ଓଡ଼ିଶା ନିକଟ ସମୁଦ୍ରରେ ଲଘୁଚାପ ଦାନା ବାନ୍ଧୁଥିବାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ ନାହିଁ। ଏହାର ଫାଇଦା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଆଭ୍ୟନ୍ତରୀଣ ରାଜ୍ୟକୁ ମିଳିବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି।
ଅନ୍ୟପକ୍ଷରେ ଆସନ୍ତା ୧୬ ତାରିଖରୁ ରାଜ୍ୟରେ ମୌସୁମୀ ଦୁର୍ବଳ ହେବା ନେଇ ସୂଚନା ମିଳିଲାଣି। ଏହା ଚାଷୀଙ୍କ ଚିନ୍ତାକୁ ଆହୁରି ବଢ଼ାଇବା ଆଶଙ୍କା ସୃଷ୍ଟି କଲାଣି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, କଳାହାଣ୍ଡି, ସୋନପୁର, ବରଗଡ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଅନୁଗୋଳ ଓ ବଲାଙ୍ଗୀରର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଏହି ସମୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୧୪ ତାରିଖରେ ଭଦ୍ରକ, ଯାଜପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ବରଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇପାରେ। କଚ୍ଚାରାସ୍ତା ବର୍ଷା ଯୋଗୁ ଧୋଇଯିବାର ଆଶଙ୍କା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri