ବହୁ ଚର୍ଚ୍ଚିତ ଆମେରିକା ଅଭିନେତ୍ରୀ ବିଟ୍ଟି ହ୍ୱାଇଟଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ୱାଶିଂଟନ,୧ ।୧: ଆମେରିକା ନାଗରିକଙ୍କୁ ୭ ଦଶକରୁ ଅଧିକ ସମୟ ପର୍ଯ୍ୟନ୍ତ ମନୋରଞ୍ଜନ ଦେଉଥିବା ଅଭିନେତ୍ରୀ ବିଟ୍ଟି ହ୍ୱାଇଟଙ୍କର ୯୯ ବର୍ଷ ବୟସରେ ପରଲୋକ ହୋଇଛି । ସେ ତାଙ୍କର ଟେଲିଭିଜନ କ୍ୟାରିୟର ‘ଦ ଗୋଲଡେନ ଗର୍ଲସ’ ଓ ‘ଦ ମେରି ଟୟଲର ମୁର ଶୋ’ରୁ ଆରମ୍ଭ କରିଥିଲେ । ଏମି ଆୱାର୍ଡ ୱିନର କମେଡିଆନ ବିଟ୍ଟି ଆମେରିକା ଟେଲିଭିଜନ ଇତିହାସରେ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଅଭିନୟ କରିଥିବା ଅଭିନେତ୍ରୀ । ସେ ପ୍ରଥମଥର ୧୯୪୯ରେ ଟେଲିଭିଜନରେ ଦେଖାଯାଇଥିବା ବେଳେ ୨୦୧୯ରେ ‘ଟୟ ଷ୍ଟୋରୀ ୪’ରେ ଶେଷଥର ପାଇଁ ତାଙ୍କ କଣ୍ଠସ୍ୱର ଶୁଣାଯାଇଥିଲା । ଅଭିନେତ୍ରୀଙ୍କ ଏଜେଣ୍ଟ ଜେଫ ୱିଟଜାସ ପିପଲ ମାଗାଜିନକୁ ଦେଇଥିବା ଏକ ବୟାନରେ କହିଥିଲେ କି ବିଟ୍ଟି ଖୁବଶୀଘ୍ର ୧୦୦ ବର୍ଷରେ ପାଦ ଦେବେ । ସେ ସବୁବେଳେ ଆମ ଭିତରେ ରହିବେ । ତେବେ ମୃତ୍ୟୁକୁ କେବେ ଭୟ କରୁ ନ ଥିବା ବିଟ୍ଟି ସର୍ବଦା ତାଙ୍କ ମୃତ ସ୍ୱାମୀ ଏଲନ ଲୁଡେନଙ୍କୁ ମନେ ପକାଉଥିଲେ । ଆଉ ଖୁବଶୀଘ୍ର ସେ ତାଙ୍କ ସ୍ୱାମୀଙ୍କ ନିକଟକୁ ଯିବେ ବୋଲି ବିଶ୍ୱାସ ରଖିଥିଲେ । ବିଟ୍ଟିଙ୍କ ମୃତ୍ୟୁରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସୂଚନାଯୋଗ୍ୟ, ଅଭିନେତ୍ରୀ ତାଙ୍କ ନିଜ ଘରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଶ୍ଳିଳ ବିଷୟବସ୍ତୁ ପ୍ରସ୍ତୁତିରେ ସାମିଲ ଥିବା ନେଇ କୌଣସି ପ୍ରମାଣ ନାହିଁ: ରାଜ କୁନ୍ଦ୍ରା

ବମ୍ବେ,୨୦।୯: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଶେଷରେ ମିଳିଲା ଜାମିନ। ଦୀର୍ଘ ୨ ମାସ ଜେଲରେ ରହିବା...

ଗୋଦାମରେ ବଡ଼ ଧରଣର ବିସ୍ଫୋରଣ: ୭୮ରୁ ଅଧିକ ମୃତ, ୪ ହଜାରରୁ ଅଧିକ ଆହତ

ବେରୁଟ, ୫।୮: ଲେବାନନ୍‌ର ରାଜଧାନୀ ବେରୁଟରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୭୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ହଜାରରୁ ଅଧିକ ଆହତ ହୋଇଛନ୍ତି।...

୩ ଦେଶ ମଧ୍ୟରେ ଶୁକ୍ରବାର ବସିବ ବୈଠକ

ଓ୍ବାଶିଂଟନ୍‌,୧୭।୮: ଶୁକ୍ରବାର କ୍ୟାମ୍ପ ଡେବିଡରେ ହେବାକୁ ଥିବା ତ୍ରିପାକ୍ଷିକ ସମ୍ମିଳନୀରେ ସଂଯୁକ୍ତ ରାଜ୍ୟ ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ଯୋଗଦେବେ। ଆଶା କରାଯାଉଛି ଯେ,...

ଯୁଦ୍ଧ ଧମକ ଦେଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୬।୪ : ଉତ୍ତର କୋରିଆ ଗୁରୁବାର ଆମେରିକା ଏବଂ ଦକ୍ଷିଣ କୋରିଆ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି। ଉତ୍ତର କୋରିଆ କହିଛି ଯେ ଦୁଇ ଦେଶ...

ଢାକା ବସ୍ତିରେ ଅଗ୍ନିକାଣ୍ଡ: ୧୦ ହଜାର ବାସହରା

ଢାକା,୧୯ା୮(ଏଏଫ୍‌ପି): ବାଂଲାଦେଶ ରାଜଧାନୀ ଢାକାର ଏକ ଜନଗହଳିପୂର୍ଣ୍ଣ ବସ୍ତିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଫଳରେ ସେଠାରେ ବସବାସ କରୁଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ...

କ୍ୟାଲେଣ୍ଡରଙ୍କ କମେଡ଼ି: ଦୁନିଆଠାରୁ ଲୁଚାଇ ରଖୁଥିଲେ ହୃଦୟର ବ୍ୟଥା…

ମୁମ୍ବାଇ,୯।୩ : ମୃତ୍ୟୁ ହେଉଛି ଏହି ଜଗତର ଶେଷ ସତ୍ୟ, ଅନୁପମ ଖେରଙ୍କ କଥା ଗୁରୁବାର ସକାଳେ ସାରା ଦେଶକୁ ଭାବୁକ କରି ଦେଇଥିଲା ଯେତେବେଳେ...

କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ ଅଫିସ,୫।୪: କଟକ ଫ୍ୟାମିଲି କୋର୍ଟରେ ସୋମବାର ହାଜର ହୋଇଛନ୍ତି ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଅଭିନେତା ସ୍ବାମୀ ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ସହ ପାରିବାରିକ...

ସନ୍ୟାସୀ ହେବେ ବିନୋଦଙ୍କ ପୁଅ

ମୁମ୍ବାଇ: ୭୦ଦଶକର ସୁପରଷ୍ଟାର ବିନୋଦ ଖାନ୍ନା ଏବେ ବି ଲୋକଙ୍କ ହୃଦୟରେ ରହିଛନ୍ତି। ଏହି ଆଗଧାଡିର ଅଭିନେତା ଯେତେବେଳେ ନିଜ କ୍ୟାରିୟରର ସବୁଠୁ ଶୀର୍ଷରେ ରହିଥିଲେ...

Advertisement
Archives

Model This Week