Posted inଜାତୀୟ

୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବେଟିଂ ବଜାର ସରଗରମ, ଉତ୍ତରପ୍ରଦେଶ ଉପରେ ଅଧିକ-ପଞ୍ଜାବ ଦ୍ୱିତୀୟ ସ୍ଥାନରେ…

ନୂଆଦିଲ୍ଲୀ, ୯।୨ : ଫେବୃୟାରୀ ୧୦ରୁ ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆ ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଯାଉଛି। ବିଧାନସଭା ନିର୍ବାଚନରେ କେଉଁ ରାଜ୍ୟରେ କିଏ କ୍ଷମତା ଦଖଲ କରିବ ସେ ନେଇ ବେଟିଂ ବଜାର ସରଗରମ ହେବାରେ ଲାଗିଛି।

ଉତ୍ତରପ୍ରଦେଶଠାରୁ ପଞ୍ଜାବ ପର୍ଯ୍ୟନ୍ତ ବିଭିନ୍ନ ପାର୍ଟି ଉପରେ ହଜାର ହଜାର କୋଟି ଟଙ୍କାର ବାଜି ଲଗାଯାଇଛି। ବୁକିମାନେ ଉତ୍ତରପ୍ରଦେଶରେ ଭାଜପାର ଆସନ ସଂଖ୍ୟା ମୂଲ୍ୟ ୨୩୩ରୁ ୨୩୫ ମଧ୍ୟରେ ଜାରି ରହିଛି। ଉତ୍ତରପ୍ରଦେଶରେ ଭାଜପା ୨୩୩ ରୁ କମ ସିଟ୍‌ରେ ଆସିବ ବୋଲି ନୋ ବେଟିଂ କରୁଥିବା ଲୋକଙ୍କୁ ଦ୍ୱିଗୁଣ ଟଙ୍କା ମିଳିବ। ସେହିପରି ୨୩୫ରେ ହଁ ବେଟିଂ ଲଗାଇଲେ ତାଙ୍କୁ ଦୁଇଗୁଣ ଟଙ୍କା ମିଳିବ।

ସେହିଭଳି ଏସପିର ଭାଲ୍ୟୁ ୧୨୪-୧୨୬, ବିଏସ୍‌ପି ପାଇଁ ୯-୧୦, କଂଗ୍ରେସ ପାଇଁ ୧-୨ ବେଟିଂ ଭାଲ୍ୟୁ ଚାଲିଛି। ଉତ୍ତରପ୍ରଦେଶ ପଛକୁ ବେଟିଂ ବଜାରରେ ସବୁଠାରୁ ଅଧିକ ଟଙ୍କା ପଞ୍ଜାବ ପାଇଁ ଖର୍ଚ୍ଚ ହୋଇଛି। ବେଟିଂ ବଜାର ଅନୁଯାୟୀ, ଏଠାରେ ସର୍ବାଧିକ ସୁଯୋଗ ଆମ ଆଦମୀ ପାର୍ଟି ସପକ୍ଷରେ ଯାଉଛି।

ପଞ୍ଜାବରେ ବୁକିମାନେ ଆମ ଆଦମୀ ପାର୍ଟି ପାଇଁ ୫୮-୬୦ ସିଟ, କଂଗ୍ରେସ ପାଇଁ ୩୦-୩୨ ସିଟ ଏବଂ ଅକାଳୀ ଦଳ ଲାଗି ୧୮-୨୦ ବିଧାନସଭା ଆସନ ଉପରେ ଅର୍ଥ ବିନିଯୋଗ କରୁଛନ୍ତି। ବୁକିଙ୍କ ଅନୁଯାୟୀ, ମତଦାନର ପ୍ରଥମ ପର୍ଯ୍ୟାୟ ପରେ, ଧାରା ଉପରେ ନିର୍ଭର କରି ମୂଲ୍ୟ ବି ବଦଳିପାରେ। ଏଥିସହିତ ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆକୁ ନେଇ ବେଟିଂ ବଜାରରେ କଳ୍ପନାଜଳ୍ପନାର ପରିବେଶ ଟିକେ ମାନ୍ଦା ରହିଛି। ସେଠାରେ ନିର୍ବାଚନରେ ଉଷ୍ଣତା ବଢ଼ିବା ସହିତ ବେଟିଂ ବଜାର ମଧ୍ୟ ପ୍ରଭାବିତ ହେବାର ଆଶା ରହିଛି।

ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ ଏବଂ ମଣିପୁରର ପାଞ୍ଚଟି ରାଜ୍ୟରେ ନିର୍ବାଚନ ପାଇଁ ଫେବୃଆରୀ ୧୦ରୁ ମତଦାନ ଆରମ୍ଭ ହେବାକୁ ଯାଉଛି । ସାତଟି ପର୍ଯ୍ୟାୟରେ ମତଦାନ ପରେ ମାର୍ଚ୍ଚ ୧୦ ରେ ଅନ୍ତିମ ଫଳାଫଳ ପ୍ରକାଶ ପାଇବ।

୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଏହି ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଉଛି, ଯାହା ଜାତୀୟ ରାଜନୀତିରେ ସିଧାସଳଖ ପ୍ରଭାବ ପକାଇବାର ସମ୍ଭାବନା ରହିଥିବା ରାଜନୈତିକ ସମୀକ୍ଷକ ମତ ପୋଷଣ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଶ୍ରେଷ୍ଠ ମନ୍ତ୍ରୀଙ୍କ ମଧ୍ୟରେ ରାଜନାଥ, ଅଶ୍ୱିନୀ

ନୂଆଦିଲ୍ଲୀ,୩୦।୫: କୋଭିଡ୍‌ ମହାମାରୀ ବେଳେ ଟ୍ରେନ୍‌ରେ ଦେଶର ବିଭିନ୍ନ ଅଞ୍ଚଳକୁ ଖାଦ୍ୟଶସ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର କ୍ୟାବିନେଟର...

ସିଭିଲ ସର୍ଭିସ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହୋଇଥିବାରୁ ପରିବାର ସହ ମନ୍ଦିରରେ ଭାଙ୍ଗଡା କଲେ ଗାମିନୀ ସିଂଘଲ

ବିଲାସପୁର,୩୧ ।୫: ୟୁପିଏସସି ପକ୍ଷରୁ ସୋମବାର ସିଭିଲ ସିର୍ଭିସ ପରୀକ୍ଷାର ଫାଇନାଲ ରିଜଷ୍ଟ ଜାରି କରାଯାଇଛି । ହିମାଳଚ ପ୍ରଦେଶ ବିଳାସପୁର ଜିଲାର ନୈନା ଦେବୀ...

ଦିଲ୍ଲୀ ବିମାନ ବନ୍ଦରରେ ଟଳିଲା ବଡ ଦୁର୍ଘଟଣା: ଇଣ୍ଡିଗୋ ବିମାନର ନୋଜ ଏରିଆରେ ଫସିଲା ଗାଡି

ନୂଆଦିଲ୍ଲୀ,୨ ।୮: ରାଜଧାନି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟର ନ୍ୟାଶନାଲ ବିମାନ ବନ୍ଦରରେ ମଙ୍ଗଳବାର ଏକ ବଡ ଦୁର୍ଘଟଣା ଟଳି ଯାଇଛି । ବିମାନ ବନ୍ଦରର...

ଅବେଳରେ କଂଗ୍ରେସକୁ ସୋନିଆ ସାହା

ନୂଆଦିଲ୍ଲୀ,୧୨ା୮: ଚଳିତବର୍ଷ ଶେଷ ଭାଗରେ କେତେକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ସୋନିଆ ଗାନ୍ଧୀ କଂଗ୍ରେସର ନେତୃତ୍ୱ ନିଜ ହାତକୁ ନେଇଛନ୍ତି। ଖରାପ...

ଆସାମ ନଲବାଡିରୁ ବହୁପରିମାଣରେ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଜବତ

ଗୁଆହାଟି,୬ ।୨: ଆସାମର ନଲବାଡି ଜିଲାରେ ସିଆରପିଏଫର ଯବାନ ଓ ଆସାମ ପୋଲିସର ମିଳିତ ଅଭିଯାନରେ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି...

‘ଅପରେଶନ ଲୋଟସ’କୁ ଅଲକାଏଦା ସହ ତୁଳନା କଲା ଶିବସେନା

ନୂଆଦିଲ୍ଲୀ,୨୬।୮: ଦେଶର ଅନେକ ରାଜ୍ୟରେ ଚାଲିଥିବା ରାଜନୈତିକ ଘଟଣାକ୍ରମକୁ ନେଇ ଶିବସେନା ଭାଜପାକୁ ଟାର୍ଗେଟ କରିଛି। ଶିବସେନା ମୁଖପତ୍ର ‘ସାମନା’ ମାଧ୍ୟମରେ ଭାଜପାକୁ କଡ଼ା ସମାଲୋଚନା...

ରାଜଧାନୀରେ କେବେଠୁ ଖୋଲିବ ସ୍କୁଲ: ଅଭିଭାବକ-ଶିକ୍ଷକଙ୍କଠୁଁ ପରାମର୍ଶ ଲୋଡିଲେ ସରକାର

ନୂଆଦିଲ୍ଲୀ, ୨୮।୭: କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଅନେକ ରାଜ୍ୟରେ ପୁଣି ଥରେ ସ୍କୁଲ ଓ କଲେଜ ଖୋଲିଛି। ଗୁଜରାଟ, କର୍ନାଟକ, ମଧ୍ୟପ୍ରଦେଶ, ଓଡ଼ିଶା...

ପ୍ରସ୍ତୁତ ହେବ କରୋନା ଭ୍ୟାକ୍ସିନ ‘କାର୍ବେଭାକ୍ସ’ର ୫ କୋଟି ଡୋଜ

ନୂଆଦିଲ୍ଲୀ,୬ ।୨: ହାଇଦ୍ରାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ କମ୍ପାନୀ ବାୟୋଲଜିକାଲ-ଇକୁ କରୋନା ଭ୍ୟାକ୍ସିନ ‘କାର୍ବେଭାକ୍ସ’ର ୫ କୋଟି ଡୋଜ ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର କହିଛନ୍ତି ।...

Advertisement
Archives

Model This Week