Posted inଖେଳ

ଅବସର ପରେ ଆସିଲା କ୍ୟାରିୟରର ଶ୍ରେଷ୍ଠ ଇନିଂସ

ଅଲ ଆମେରାଟ,୨୩।୧: ଏଠାରେ ଚାଲିଥିବା ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଶୁକ୍ରବାର ଓ୍ବାଲର୍‌ଡ ଜିଆଣ୍ଟସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ଇଣ୍ଡିଆ ମହାରାଜ ପାଇଁ ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିଲେ ନମନ ଓଝା। ମାତ୍ର ୬୯ ବଲରେ ସେ ୨୦୦ରୁ ଊର୍ଦ୍ଧ୍ୱ ଷ୍ଟ୍ରାଇକ୍‌ ରେଟ୍‌ରେ ଖେଳିଥିଲେ ୧୪୦ ରନ୍‌ର ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୧୫ ଚୌକା ଓ ୯ ଛକା। ଟି୨୦ କ୍ରିକେଟରେ ଏହା ଥିଲା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଇନିଂସ। ଗତବର୍ଷ ଫେବୃୟାରୀରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିଥିବା ନମନ ଭାରତ ପାଇଁ ପ୍ରତ୍ୟେକ ଫର୍ମାଟରେ ଖେଳିଥିଲେ। ଅନ୍ତର୍ଜାତୀୟ ସ୍ତରରେ ସେ ଖେଳିଥିଲେ ଗୋଟିଏ ଲେଖାଏ ଟେଷ୍ଟ ଓ ଦିନିକିଆ ସହ ଦୁଇଟି ଟି୨୦ ମ୍ୟାଚ୍‌। ଏହାବାଦ୍‌ ଆଇପିଏଲରେ ୧୧୩ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ତାଙ୍କ ବ୍ୟାଟରୁ ଗୋଟିଏ ହେଲେ ଶତକ ବାହାରି ନ ଥିଲା।

ତାଙ୍କ ୧୪୦ ରନ୍‌ର ପାଳି ସତ୍ତ୍ୱେ ଇଣ୍ଡିଆ ମହାରାଜା ପରାଜୟରୁ ବର୍ତ୍ତି ପାରି ନ ଥିଲା। ମହମ୍ମଦ କୈଫଙ୍କ ନେତୃତ୍ୱାଧୀନ ଦଳ ଦ୍ୱାରା ଧାର୍ଯ୍ୟ ୨୧୦ ରନ୍‌ର ଟାଗେର୍ଟକୁ ୩ ବଲ ପୂର୍ବରୁ ହାସଲ କରିନେଇଥିଲା ଓ୍ବାଲର୍‌ଡ ଜିଆଣ୍ଟ୍ସ। ଦଳର ବିଜୟ ଆଶା ପ୍ରାୟତଃ ଶେଷ ହୋଇଯାଇଥିବା ବେଳେ ତ୍ରାଣକର୍ତ୍ତା ସାଜିଥିଲେ ଇମ୍ରାନ ତାହିର। ତାହିର ମାତ୍ର ୧୯ ବଲରେ ୫୨ ରନ୍‌ର ପାଳି ଖେଳି ମ୍ୟାଚ୍‌ର ଫଳାଫଳ ବଦଳି ଦେଇଥିଲେ। ତାଙ୍କ ଇନିଂସରେ ଥିଲା ୩ ଚୌକା ଓ ୫ ଛକା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଫଗାନିସ୍ତାନକୁ ଷ୍ଟାଡିୟମ ପାଇଁ ମିଳିଲା ଜମି

କାବୁଲ,୨୧।୧୨: ନିକଟ ଭବିଷ୍ୟତରେ ଆଫଗାନିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ଆୟୋଜନ କରିବାକୁ ଆଶା ପ୍ରକଟ କରିଛନ୍ତି ଦେଶର କ୍ରିକେଟ ବୋର୍ଡ ମୁଖ୍ୟ ଫର୍ହାନ ୟୁସେଫଜାଇ। ମୁଖ୍ୟତଃ...

ସେମିରେ ନାଡାଲ, ଜୋକୋଭିଚ୍‌

ରୋମ,୧୮।୫(ଏଏଫ୍‌ପି)- ବିଶ୍ୱର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ନୋଭାକ ଜୋକୋଭିଚ୍‌ ଓ ୮ ଥର ଚାମ୍ପିୟନ ରାଫାଲ ନାଡାଲ ଏଠାରେ ଚାଲିଥିବା ଇଟାଲିଆନ ଓପନର...

ଘରେ ଶୌଚାଳୟ ନ ଥିଲା, ବିସ୍ଫୋରକ ବ୍ୟାଟିଂରେ ରଚିଥିଲେ ଇତିହାସ

ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ୟୁସୁଫ ପଠାନଙ୍କ ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ଗୁଜରାଟର ଭଡୋଦରାରେ ଜନ୍ମ ହୋଇଥିବା ଏହି ଖେଳାଳି ନିଜ ପ୍ରତିଭା ଦେଖିବାରେ ସମର୍ଥ...

ଟ୍ରଟ୍‌ ଇଂଲଣ୍ଡ ବ୍ୟାଟିଂ କୋଚ୍‌

ଲଣ୍ଡନ,୩।୮(ପି.ଟି.): ଆସନ୍ତା ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ନୂଆ ବ୍ୟାଟିଂ କୋଚ୍‌ ନିଯୁକ୍ତ କରିଛି। ଏହି ୩...

ଅଲିମ୍ପିକ୍ସ ହକି: କ୍ୱାର୍ଟରରେ ଭାରତୀୟ ପୁରୁଷ ଦଳ

ଟୋକିଓ, ୩୦।୭: ଟୋକିଓ ଅଲିମ୍ପିକ୍ସ ହକି ଇଭେଣ୍ଟରେ ଭାରତୀୟ ପୁରୁଷ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଅନୁଷ୍ଠିତ ପୁଲ୍‌- ଏ ମ୍ୟାଚ୍‌ରେ ଭାରତ...

ଫାଇନାଲରେ ୧୯୦ରୁ ଅଧିକ ରନ୍‌ର ଟାର୍ଗେଟ ବଡ଼ ନୁହେଁ

ଦୁବାଇ,୧୫।୧୦: ଟି୨୦ କ୍ରିକେଟରେ ୧୯୦ରୁ ଅଧିକ ରନ୍‌ର ବିଜୟ ଲକ୍ଷ୍ୟକୁ ଅପେକ୍ଷାକୃତ ସୁରକ୍ଷିତ ଭାବେ ବିଚାର କରାଯାଏ। କିନ୍ତୁ ଆଇପିଏଲ ଫାଇନାଲରେ ଦୁଇ ଦୁଇ ଥର...

ଓସାକା ବିଶ୍ୱର ସବୁଠାରୁ ଆୟକାରୀ ମହିଳା ଆଥଲେଟ୍‌

ନ୍ୟୁୟର୍କ, ୨୩।୫: ଜାପାନର ମହିଳା ଟେନିସ ତାରକା ନାଓମି ଓସାକା ବିଶ୍ୱର ସବୁଠାରୁ ଅଧିକ ଆୟକାରୀ ମହିଳା ଆଥଲେଟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି...

ଏମିତି କାମ କରି ହୃଦୟ ଜିତିଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ

ୟୁଏଇ,୨୯।୯: ଆଇପିଏଲ ୨୦୨୧ର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଇଥିବା ୪୨ତମ ମ୍ୟାଚ ସମୟରେ କ୍ରୀଡ଼ା ଭାବନାର ଏକ ବଡ଼ ଉଦାହରଣ ଦେଖିବାକୁ...

Advertisement
Archives

Model This Week