Advertisement

‘ଦମନ’, ‘ଶେଷରାତି’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

ପୁରୀ ଅଫିସ,୯ା୧: ଓଡ଼ିଶାର ପୁରାତନ ଚଳଚ୍ଚିତ୍ର ପତ୍ରିକା ‘ଚଳଚ୍ଚିତ୍ର ଜଗତ’ର ୪୭ତମ ବାର୍ଷିକ ଉତ୍ସବ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ରବିବାର ପୁରୀ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ ଓଡ଼ିଶାର ମୁଖ୍ୟ ମହାଡାକପାଳ ଶୁଭେନ୍ଦୁ ସ୍ବାଇଁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ନାଲ୍‌କୋର ବାଣିଜ୍ୟ ନିର୍ଦ୍ଦେଶକ ସଦାଶିବ ସାମନ୍ତରାୟ, ପୁରୀ ସଦର ଚିକିତ୍ସାଳୟର ଯୁଗ୍ମ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଶୁଭେନ୍ଦୁ କୁମାର ମହାନ୍ତି, ପୁରୀର ପୂର୍ବତନ ଜିଲାପାଳ ପଦ୍ମନାଭ ସାମଲ ପ୍ରମୁଖ ଯୋଗଦେଇ ସମାଜର ବିଭିନ୍ନ ବର୍ଗର କୃତୀ ବ୍ୟକ୍ତିତ୍ୱମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ‘ଚଳଚ୍ଚିତ୍ର ଜଗତ’ର ଉପଦେଷ୍ଟା ପ୍ରଫେସର ଡାକ୍ତର ଶକ୍ତି ପ୍ରସାଦ ଦାସ ଅଧ୍ୟକ୍ଷତା କରିଥିଲେ। ସହସମ୍ପାଦକ ସ୍ଥିତପ୍ରଜ୍ଞ ରାଉତ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ଏହି ଅବସରରେ ଦିବଂଗତ ଚଳଚ୍ଚିତ୍ର ବ୍ୟକ୍ତିତ୍ୱମାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଏକ ମିନିଟ୍‌ ନୀରବ ପ୍ରାର୍ଥନା ପରେ ସହସମ୍ପାଦକ ବିଜୟ ରାଉତରାୟ ସ୍ବାଗତ ଭାଷଣ ଦେଇଥିଲେ। ସମ୍ପାଦକ ଆଦିକନ୍ଦ ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ବିଜୟ ମଲ୍ଲ ମଞ୍ଚ ପରିଚାଳନା କରିଥିବା ବେଳେ ରଞ୍ଜନ ରାଉତ, ରଞ୍ଜିତ ଚୌଧୁରୀ, ମୋହନ ସେଠୀ, ରସାନନ୍ଦ ସାହୁ, ଧୀରେନ୍ଦ୍ର ସାହୁ, ଶାରଦା ସାହୁ, ଗୁରୁପ୍ରସାଦ ରାଉତ ଉତ୍ସବ ପରିଚାଳନା କରିଥିଲେ। ୨୦୨୨ ମସିହାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଓ ବିଭିନ୍ନ ଚ୍ୟାନେଲରେ ପ୍ରସାରିତ ଧାରାବାହିକଗୁଡ଼ିକ ମଧ୍ୟରୁ ୩୦ଟି ବିଭାଗରୁ କୃତୀ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୧୬ ବ୍ୟକ୍ତି ବିଶେଷଙ୍କୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା ସ୍ବତନ୍ତ୍ର ସମ୍ମାନରେ ନିରୁପମା ସ୍ବାଇଁଙ୍କୁ ଅନ୍ନପୂର୍ଣ୍ଣା ଦ୍ୱିବେଦୀ ସ୍ମାରକୀ ସାହିତ୍ୟ ସମ୍ମାନ, ଶିଳ୍ପୋଦ୍ୟୋଗୀ ସ୍ବତନ୍ତ୍ର ସମ୍ମାନ ମଧୁସୂଦନ ସିଂହାରୀ, ଶମ୍ଭୁନାଥ ଖୁଣ୍ଟିଆ ସ୍ବତନ୍ତ୍ର ସମ୍ମାନ, ନବ କିଶୋର ଦାସ ଚଳଚ୍ଚିତ୍ର ଫ୍ଲାଗ୍‌, ଅନୁପମ ପଟ୍ଟନାୟକ ଚଳଚ୍ଚିତ୍ର ପ୍ରତୀକ୍ଷା ପାଇଁ ସ୍ବତନ୍ତ୍ର ସମ୍ମାନ, ଲୋକନାଥ ଲେଙ୍କାଙ୍କୁ ସୀତା ଦେବୀ ସ୍ମାରକୀ ଅପେରା କଳାକାର ସମ୍ମାନ, ଶକ୍ତି ସିନେମା ପ୍ରୋପ୍ରାଇଟର କେ. ହାଡୁ ସୁବୁଦ୍ଧି ଆଶୁତୋଷ ମହାପାତ୍ର ସ୍ମାରକୀ ପ୍ରେକ୍ଷାଳୟ ସମ୍ମାନ, ସଙ୍ଗୀତ ନିଦ୍ଦେର୍ର୍ଶକ ଓ ତବଲା ବାଦକ ଆଲୋକ କୁମାର ମହାପାତ୍ରଙ୍କୁ ସତ୍ୟନାରାୟଣ ଅଗ୍ରୱାଲ ସ୍ମାରକୀ ସମ୍ମାନ, ଜଗନ୍ନାଥ ସ୍ବାଇଁ ମହାପାତ୍ରଙ୍କୁ ସ୍ବତନ୍ତ୍ର ସମ୍ମାନ, କୃଷି ବୈଜ୍ଞାନିକ ଭାବେ ସିଫା ନିର୍ଦ୍ଦେଶକ ପ୍ରଫେସର ପ୍ରମୋଦ କୁମାର ସାହୁଙ୍କୁ ସ୍ବତନ୍ତ୍ର ସମ୍ମାନ, ଚିକିତ୍ସକ ଭାବେ ପ୍ରଫେସର ଘନଶ୍ୟାମ ବିଶ୍ୱାସ ଓ ପ୍ରଫେସର ଜ୍ୟୋତି ରଞ୍ଜନ ପରିଡ଼ା, ଅଭିନେତା ଓ ନିର୍ଦ୍ଦେଶକ ନବ କିଶୋର ଆଚାର୍ଯ୍ୟଙ୍କୁ ଭୀମ ସିଂ ସ୍ମାରକୀ ସମ୍ମାନ, ଏବଂ ଶ୍ରୀନିବାସ ମହାପାତ୍ରଙ୍କୁ ନିତାଇ ପାଲିତ ପୁରସ୍କାର ଏବଂ ସମାଜସେବୀ ଯଜ୍ଞାଶିଷ ମହାପାତ୍ରଙ୍କୁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ପ୍ରତିଭା ସମ୍ମାନରେ ୩୨ ଜଣଙ୍କୁ ସମ୍ମାନିତ କରାଯାଇଥିଲା। ଲିପାକ୍ସି ଦାସଙ୍କୁ ବଟକୃଷ୍ଣ ନାୟକ ଶିଶୁ ପ୍ରତିଭା ସମ୍ମାନ (ମହାବାହୁ ଚଳଚ୍ଚିତ୍ର), ଶ୍ରେଷ୍ଠ କାହାଣୀକାର ଭାବେ ରଞ୍ଜନ କୁମାର ଦାସ (ମାୟାଦର୍ପଣ), ପ୍ରିୟନାଥ ସୁବୁଦ୍ଧି ପ୍ରତିଭା ସମ୍ମାନ ଶ୍ରେଷ୍ଠ ନବଗତ ନାୟକ ଲୁବୁନ୍‌ ସେନ (କହିବିନି ଆଇ ଲଭ୍‌ ୟୁ), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଓ ଅଭିନେତ୍ରୀ ଭାବେ ଶୁସିଲ ମିଶ୍ର, ରବି ମିଶ୍ର, ମନସ୍ବିନୀ ଟାକ୍ରି, ଐଶ୍ୱର୍ଯ୍ୟା ବେହେରାଙ୍କୁ ଯଥାକ୍ରମେ ପ୍ରତୀକ୍ଷା, ତୃଷ୍ଣା, ଦମନ ଏବଂ ମିଷ୍ଟର କହ୍ନେୟା ଚଳଚ୍ଚିତ୍ର ପାଇଁ ପୁରସ୍କୃତ କରାଯାଇଛି। ଶ୍ରେଷ୍ଠ ସଂଳାପକାର ଭାବେ ଶରଣାରବିନ୍ଦ ଓଝା (ମହାବାହୁ), ଶ୍ରେଷ୍ଠ ଅଭିନେତା ଜୀବନ ପଣ୍ଡା (ମାୟାଦର୍ପଣ), ଶ୍ରେଷ୍ଠ ଚରିତ୍ର ଅଭିନେତ୍ରୀ ସ୍ମିତା ମହାନ୍ତି (ବାଳୀ), ଶ୍ରେଷ୍ଠ ଚିତ୍ରୋତ୍ତୋନଳକାରୀ ଧ୍ରୁବାନନ୍ଦ ପଣ୍ଡା(ମାୟାବୀ) ସ୍ବତନ୍ତ୍ର ଜୁରୀ ପୁରସ୍କାର ପ୍ରତିଭା ପଣ୍ଡା (ମାୟାଦର୍ପଣ), ଶ୍ରେଷ୍ଠ ଚଳଚ୍ଚିତ୍ର (ପପୁରାଲ) ଦମନ ପାଇଁ ଦୀପେନ୍ଦ୍ର ସାମଲ, ଶ୍ରେଷ୍ଠ ଚଳଚ୍ଚିତ୍ର (କ୍ରିଟିକ୍‌) ‘ଶେଷ ରାତି’ ପାଇଁ ପ୍ରୀତମ ସାହୁ, ଶ୍ରେଷ୍ଠ ନାୟକ ଭାବେ ଆକାଶ ଦାସ ନାୟକ (ମହାବାହୁ), ଶ୍ରେଷ୍ଠ ନାୟିକା ଭାବେ ରିୟା ଦେ (ଶେଷ ରାତି)ଙ୍କୁ ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ହାସ୍ୟାଭିନେତା ଭାବେ ସ୍ବାୱନ ସୁମନ ନାୟକ (ରୁଦ୍ରାଣୀ), ଶ୍ରେଷ୍ଠ ନିର୍ଦ୍ଦେଶକ (ପପୁଲାର) ବିଶାଲ ମୌର୍ଯ୍ୟ (ଦମନ), ଦେବୀ ପ୍ରସାଦ ଲେଙ୍କା (ଶେଷ ରାତି), ଅମରେଶ ପତି ଶ୍ରେଷ୍ଠ ନିର୍ଦ୍ଦେଶକ (କ୍ରିଟିକ୍‌), ଶ୍ରେଷ୍ଠ ଗୀତିକାର ପୁଷ୍ପକ ପରିଡା (ଶେଷ ରାତି), ସ୍ବତନ୍ତ୍ର ଜୁରି ପୁରସ୍କାର ଦେବାଶିଷ ପାତ୍ର (ଶେଷ ରାତି), ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାର (ତୃଷ୍ଣା), ଶ୍ରେଷ୍ଠ ଖଳନାୟକ ସମ୍ମାନ ବୀରେନ୍‌ ମିଶ୍ର (ଶେଷ ରାତି), ଶ୍ରେଷ୍ଠ ଗାୟକ ଶ୍ରୀଚରଣ ମହାନ୍ତି ଓ ଶ୍ରେୟା ମିଶ୍ର, ଶ୍ରେଷ୍ଠ କଳା ନିର୍ଦ୍ଦେଶକ ନବଘନ ଦଳାଇଙ୍କୁ ପୁରସ୍କୃତ କରାଯାଇଥିଲା। ଦୁରଦର୍ଶନ ପୁରସ୍କାର ୫ଜଣଙ୍କୁ ପ୍ରଦାନ କରାଯାଇଥିଲା। ବିଜୟ ରାଉତରାୟ, ବନସ୍ମିତା ରାଉତରାୟ, ମନ୍ଦାକିନୀ ରାଉତ ଓ ରବୀନ୍ଦ୍ରନାଥ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମନ୍ମଥ ମିଶ୍ର, ଅଭିଜିତ୍‌ ମଜୁମଦାର, କୁମାର ଜାନୁ, ସନ୍ତୋଷ ଗୁପ୍ତା, ସ୍ବାହାଶ୍ରୀ ପତି, ସଞ୍ଜନା ରାଉତ, ପାୟଲ ପ୍ରୀୟଦର୍ଶନୀ ଭୋଳ, ଚାମେଲି ପ୍ରୀୟଦର୍ଶିନୀ ଓ ନିତୁ ପ୍ରିୟଦର୍ଶିନୀ ଡ୍ୟାନ୍ସ ଗ୍ରୁପ୍‌ର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପରେ ପ୍ରଯୋଜକ ବାପୁ ଲେଙ୍କା ଯାଦୁ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କ ମନ ମୁଗ୍ଧ କରିଥିଲେ। ଶେଷରେ ସହସମ୍ପାଦକ ଇଂ. ସ୍ଥିତପ୍ରଜ୍ଞ ରାଉତ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡ଼ା ଅଫିସ,୨୩।୫: ଆସନ୍ତା ୩୧ରେ ବ୍ରଜରାଜନଗରରେ ହେବ ଉପନିର୍ବାଚନ। ଏଥିପାଇଁ ପ୍ରଚାର ଜୋରଦାର ହେଉଛି। ଅନେକ ହେଭିଓ୍ବେଟ୍‌ ନେତା ମଧ୍ୟ ନିଜ ଦଳୀୟ ପ୍ରାର୍ଥୀଙ୍କସହ ମିଶି...

୨୨ ବର୍ଷ ପରେ ଏକାଠି ନଜର ଆସିବେ ଉର୍ମିଳା-ଗୋବିନ୍ଦା

ମୁମ୍ବାଇ: ଜି ଟିଭି ନିକଟରେ ତା’ର ଲୋକପ୍ରିୟ ରିୟଲିଟି ଶୋ’ ଡିଆଇଡି ସୁପର ମମ୍ସର ତୃତୀୟ ସିଜନ ଲଞ୍ଚ କରିଛି । ଡିଆଇଡି ସୁପର ମମ୍ସ...

ଆଖଣ୍ଡଳମଣିଙ୍କ ଲଗ୍ନ ମହୋତ୍ସବ ସମ୍ପନ୍ନ

ଆରଡି, ୧୮ା୫ (ଡି.ଏନ.ଏ.)-ଲକଡାଉନ ଯୋଗୁ ଭଦ୍ରକ ଜିଲାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରାୟ ୨ ମାସ ହେଲା ବନ୍ଦ ରହିଛି। ଚଳିତ ମାସ...

ମିନତି ମିଶ୍ରଙ୍କୁ ମରଣୋତ୍ତର ଗୁରୁ ଗଙ୍ଗାଧର ପ୍ରଧାନ ସମ୍ମାନ

କୋଣାର୍କ,୨୨।୨(ଡି.ଏନ.ଏ): କୋଣାର୍କ ନାଟ୍ୟମଣ୍ଡପରେ ଚାଲିଥିବା ୩୪ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ପଞ୍ଚଦେବ ସ୍ତୁତି ପରେ ବିଖ୍ୟାତ ସିତାର ବାଦକ...

କ୍ରଲ୍‌ରେ ରହିବ ‘ରାକେଶ’

ଢେଙ୍କାନାଳ ଅଫିସ, ୧୮।୩ – ଢେଙ୍କାନାଳ ଜିଲା କପିଳାସ ଚିଡ଼ିଆଖାନାର ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର ପରିସରରେ ବନ୍ଦୀ ଜୀବନ କାଟୁଥିବା ନରହନ୍ତା ଦନ୍ତା ‘ରାକେଶ’କୁ କ୍ରଲ୍‌...

ସ୍ତ୍ରୀଙ୍କ ସହ ସାଉଥ୍‌ ସୁପରଷ୍ଟାରଙ୍କୁ ଭେଟିଲେ ୟୁଜବେନ୍ଦ୍ର: ପ୍ରଶଂସକ କହିଲେ ଏମିତି…

ଗୋଟିଏ ପଟେ ଭାରତୀୟ ଦଳ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ବେଳେ ଅନ୍ୟପଟେ ଭାରତୀୟ ଖେଳାଳି ୟୁଜବେନ୍ଦ୍ର ଚହଲ କୋରାଓଗ୍ରାଫର-ୟୁଟ୍ୟୁବ୍‌ର ସ୍ତ୍ରୀ...

ବିପଦସଙ୍କୁଳ ଅବସ୍ଥାରେ ଖଣ୍ଡିଆ ବନ୍ଧ ପୋଲ, ରାସ୍ତା

ଜେନାପୁର,୧୯ା୮(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ରେଳବାଇ ଲେବୁଲ କ୍ରସିଂ ନିକଟସ୍ଥ ଖଣ୍ଡିଆ ବନ୍ଧ ପୋଲ ଓ ରାସ୍ତା ବିପଦସଙ୍କୁଳ ଅବସ୍ଥା ରହିଛି। ଏହି ପୁରାତନ...

୧୩ବର୍ଷର ବାଳକଙ୍କ ହୃଦ୍‌ ପ୍ରତିରୋପଣ ସଫଳ

କେନ୍ଦୁଝର, ୧୭ା୩ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ଘଟଗାଁ ବ୍ଲକ କୁଣ୍ଡାପିଠା ଗ୍ରାମର ବାଦଲ ପଇଦା (୧୩) ଙ୍କ ହୃଦ୍‌ପ୍ରତିରୋପଣ ସଫଳ ହୋଇଛି । ସେ ଓଡିଶାର ପ୍ରଥମ...

Advertisement
Archives

Model This Week