ବିଏମ୍‌ସିକୁ ‘ବେଷ୍ଟ ସିଟିଜେନ୍‌ ଫିଡ୍‌ବ୍ୟାକ୍‌’ ଆଓ୍ବାର୍ଡ

ଭୁବନେଶ୍ୱର,୨।୧୦(ବ୍ୟୁରୋ): କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ-୨୦୨୨ ଘୋଷଣା ହୋଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୁ ସିଟିଜେନ୍‌ ଫିଡ୍‌ବ୍ୟାକ୍‌ କାଟେଗୋରିରେ ‘ବେଷ୍ଟ ସିଟିଜେନ୍‌ ଫିଡ୍‌ବ୍ୟାକ୍‌’ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଏହି କାଟେଗୋରିରେ ମୋଟ ୨,୨୫୦ ନମ୍ବରରୁ ବିଏମ୍‌ସିକୁ ୧,୭୪୩ ନମ୍ବର ମିଳିଛି। ଶନିବାର ନୂଆଦିଲ୍ଲୀର ତାଲ୍‌କୋଟ୍ରା ଷ୍ଟାଡିୟମ୍‌ଠାରେ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ପୁରସ୍କାର ପାଇବା ପରେ ରାଜଧାନୀବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହା ସମସ୍ତଙ୍କ ସହଯୋଗରୁ ସମ୍ଭବ ହୋଇପାରିଛି ବୋଲି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ସେହିପରି ସର୍ବଭାରତୀୟସ୍ତରରେ ସ୍ବଚ୍ଛତା କ୍ଷେତ୍ରରେ ଭୁବନେଶ୍ୱର ମହାନଗର ନିଗମ ଏଥର ମଧ୍ୟ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟ ପୂର୍ବବର୍ଷ ଅପେକ୍ଷା ଭଲ ସ୍ଥିତିରେ ରହିଛି। କ୍ରମାଗତ ଭାବେ ମଧ୍ୟପ୍ରଦେଶ ଇନ୍ଦୋର ୬ଷ୍ଠ ଥର ପାଇଁ ତାଲିକାର ପ୍ରଥମ ସ୍ଥାନରେ ରହିଥିବାବେଳେ ଭୁବନେଶ୍ୱର ୮୦ତମ ସ୍ଥାନରେ ରହିଛି। ରାଜ୍ୟରେ ଏହା ତୃତୀୟ ସ୍ଥାନରେ ରହିଛି। ସ୍ବଚ୍ଛ ସର୍ବେକ୍ଷଣରେ ମୋଟ୍‌ ୬ହଜାର ମାର୍କରୁ ବିଏମ୍‌ସିକୁ ୪,୩୬୩.୩୭ ମାର୍କ ମିଳିଛି। ସେବା ପ୍ରଦାନ ବାବଦରେ ୪ଟି କ୍ୱାର୍ଟରରେ ମୋଟ ୩ହଜାର ମାର୍କ ଥିବାବେଳେ ସେଥିରୁ ବିଏମ୍‌ସି ୨୦୧୯.୬୪ ମାର୍କ ହାସଲ କରିଛି। ବାହ୍ୟ ମଳମୁକ୍ତ ସହର ଭାବେ ବିଏମ୍‌ସିକୁ ୭ଶହରୁ ୬ଶହ ନମ୍ବର ମିଳିଥିବାବେଳେ ଆବର୍ଜନା ମୁକ୍ତ ସହର(ଜିଏଫ୍‌ସି)ରେ ବିଏମ୍‌ସିକୁ କୌଣସି ନମ୍ବର ମିଳି ନାହିଁ।
ଅପରପକ୍ଷେ ରାଉରକେଲା ରାଜ୍ୟରେ ପ୍ରଥମ ସ୍ବଚ୍ଛ ସହର ଭାବେ ସ୍ଥାନ ଅଧିକାର କରିଛି। ଜାତୀୟସ୍ତରରେ ଏହି ସହର ୪୫ତମ ର଼୍ୟାଙ୍କ ପାଇଛି। ଏହାପଛକୁ ପୁରୀ ଜାତୀୟସ୍ତରରେ ୫୮ ଏବଂ ରାଜ୍ୟରେ ୨ୟ ସ୍ଥାନ ହାସଲ କରିଛି। ତେବେ ଗତଥର ବ୍ରହ୍ମପୁର ରାଜ୍ୟର ସବୁଠାରୁ ସ୍ବଚ୍ଛ ସହର ପାଲଟିଥିବାବେଳେ ଏଥର ଏହା ୪ନମ୍ବରକୁ ଖସି ଆସିଛି। ଜାତୀୟ ସ୍ତରରେ ୯୦ ତମ ସ୍ଥାନରେ ରହିଛି। ବାଲେଶ୍ୱର ଜାତୀୟସ୍ତରରେ ୧୨୬ ଏବଂ ରାଜ୍ୟରେ ୫ମ, କଟକ ଜାତୀୟସ୍ତରରେ ୨୦୨ ଏବଂ ରାଜ୍ୟରେ ୭ମ ସ୍ଥାନରେ ରହିଛି। ସ୍ବଚ୍ଛ ସର୍ବେକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଶାର ୧୧ଟି ସହରକୁ ବିଭିନ୍ନ କ୍ଷେତ୍ରରେ ପୁରସ୍କୃତ କରାଯାଇଛି। ଭୁବନେଶ୍ୱରକୁ ସ୍ବଚ୍ଛ ରଖିବା ପାଇଁ ବର୍ଷକୁ ପ୍ରାୟ ୭୦କୋଟି ଟଙ୍କା ଖର୍ଚ୍ଚ ହେଉଛି। ସବୁଠୁ ଅଧିକ ସଫେଇ କର୍ମଚାରୀ ଏଠାରେ କାମ କରୁଛନ୍ତି, ମେଶିନ ଦ୍ୱାରା ସଫେଇ ମଧ୍ୟ ହେଉଛି। ମାତ୍ର ଏହା ସତ୍ତ୍ୱେ ସ୍ବଚ୍ଛତା କ୍ଷେତ୍ରରେ ବିଏମ୍‌ସି ପଛରେ ପଡ଼ିଯାଇଛି। ସୂଚନା ଅନୁଯାୟୀ, ସ୍ବଚ୍ଛତା ସର୍ବେକ୍ଷଣରେ ୨୦୧୭ରେ ଭୁବନେଶ୍ୱରକୁ ୯୪ତମ ର଼୍ୟାଙ୍କ୍‌ ମିଳିଥିବାବେଳେ ୨୦୧୮ରେ ୨୪୩ତମ, ୨୦୧୯ରେ ୨୮୮ତମ, ୨୦୨୦ରେ ୨୩୩ତମ ଏବଂ ୨୦୨୧ରେ ୧୪୪ତମ ର଼୍ୟାଙ୍କ ମିଳିଥିଲା। ଚଳିତବର୍ଷ ର଼୍ୟାଙ୍କ ସାମାନ୍ୟ ବୃଦ୍ଧି ପାଇଥିଲେ ହେଁ ରାଜ୍ୟର ଅନ୍ୟ ସହର ତୁଳନାରେ ପଛରେ ପଡ଼ିଛି।

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୧୦(ବ୍ୟୁରୋ): ସ୍ବଚ୍ଛ ସର୍ବେକ୍ଷଣ-୨୦୨୨ ଏବଂ ଇଣ୍ଡିଆନ ସ୍ବଚ୍ଛତା ଲିଗ୍‌ରେ ଓଡ଼ିଶାର ୧୧ ସହରକୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସର୍ବେକ୍ଷଣରେ ଚିତ୍ତାକର୍ଷକ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପାଇଥିବା ସହର ତଥା ଗୃହ ଓ ନଗର ଉନ୍ନୟନ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସ୍ବଚ୍ଛ ଓଡ଼ିଶା ନିର୍ମାଣ ଲକ୍ଷ୍ୟ ହାସଲ କରିବାରେ ସହରଗୁଡ଼ିକର ଉଦ୍ୟମକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଓଡ଼ିଶାର ୧୧ ଅର୍ବାନ ଲୋକାଲ୍‌ ବଡି ଯଥା ଭୁବନେଶ୍ୱର ମହାନଗର ନିଗମ, ବ୍ରହ୍ମପୁର ମହାନଗର ନିଗମ, ପୁରୀ ମ୍ୟୁନିସିପାଲିଟି, ପାରାଦୀପ ପୌରପାଳିକା, ବରଗଡ଼ ପୌରପାଳିକା, ବାସୁଦେବପୁର ପୌରପାଳିକା, ବେଲତ୍‌ଗୁଣ୍ଠା ଏନଏସି, ବିଜେପୁର ଏନ୍‌ଏସି, ବିନିକା ଏନ୍‌ଏସି, ଚିକିଟି ଏନ୍‌ଏସି, ଜୁନାଗଡ଼ ଏନ୍‌ଏସି ପୁରସ୍କାର ପାଇଛନ୍ତି। ଏଥିସହ କଟକ ସହର ଏବଂ ପିପିଲି ୟୁଏଲ୍‌ବିକୁ ‘ଇଣ୍ଡିଆନ ସ୍ବଚ୍ଛତା ଲିଗ୍‌’ ୨୦୨୨ରେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri