ବେସନ ଫେସ୍‌ ପ୍ୟାକ୍‌

ବର୍ତ୍ତମାନ ତ୍ୱଚାର ଯତ୍ନ ପାଇଁ ଅନେକେ ବ୍ୟୁଟି ପାର୍ଲର ଯିବାଠାରୁ ଆରମ୍ଭ କରି ମାର୍କେଟ୍‌ରେ ମିଳୁଥିବା ବିଭିନ୍ନ ପ୍ରକାରର ଫେସ୍‌ପ୍ୟାକ୍‌ ମଧ୍ୟ ବ୍ୟବହାର କରୁଛନ୍ତି। ହେଲେ ଅନେକ ସମୟରେ ଏହା ତ୍ୱଚା ଉପରେ ନକାରାତ୍ମକ ପ୍ରଭାବ ପକାଉଥିବାର ନଜିର ରହିଛି। ତେଣୁ ଆପଣ ଚାହିଁଲେ ଉଜ୍ଜ୍ୱଳ, ବ୍ରଣ ଦାଗ ମୁକ୍ତ ତ୍ୱଚା ପାଇବା ଲାଗି ଘରେ ମଧ୍ୟ ବେସନ ବ୍ୟବହାର କରି ପ୍ରାକୃତିକ ଭାବେ ଫେସପ୍ୟାକ୍‌ ପ୍ରସ୍ତୁତ କରିପାରିବେ…

ବେସନରେ ଗୋଟିଏ ଚାମଚ ମୁଲତାନୀ ମାଟି ମିଶାନ୍ତୁ। ଏହି ପ୍ୟାକ୍‌କୁ ନିଜ ମୁହଁରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ଏହାକୁ ଧୋଇ ଦିଅନ୍ତୁ। ଏହା ଆପଣଙ୍କ ତ୍ୱଚାକୁ ନରମ ଓ ସତେଜ ରଖିବ।
୨ଟି କମଳା ନିଅନ୍ତୁ। ସେଥିରୁ ଚୋପା ଛଡ଼ାଇ ରସ ବାହାର କରନ୍ତୁ। ସେଥିରେ ଏକ ଚାମଚ କ୍ଷୀର ଏବଂ ଚିମୁଟାଏ ହଳଦୀ ଏବଂ ଗୋଟେ ଚାମଚ ଲେଖାଏ ବେସନ, ମହୁ ମିଶେଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ନିଜ ମୁହଁ ଏବଂ ବେକରେ ଭଲଭାବେ ଲଗାଇ ଧୀରେ ଧୀରେ ମସାଜ କରନ୍ତୁ ଏବଂ ୨୦ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ଏହା ପରେ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ସପ୍ତାହରେ ଥରେ କିମ୍ବା ଦୁଇ ଥର ଏହି ପ୍ୟାକ୍‌ ଲଗାଇଲେ ଆପଣଙ୍କ ମୁହଁ ଉଜ୍ଜ୍ୱଳ ଏବଂ ଗୋରା ଦିଶିବ।
ଯଦି ଆପଣ ବ୍ଳାକ୍‌ହେଡସ୍‌ ଯୋଗୁ ଚିନ୍ତିତ ତେବେ ୨ଚାମଚ ବେସନରେ ଗୋଟେ ଚାମଚ ଲେମ୍ବୁର ରସ ମିଶାଇ ମୁହଁରେ ଲଗାନ୍ତୁ। ଏହି ସ୍କ୍ରବ ପ୍ୟାକ୍‌କୁ ସପ୍ତାହରେ ଦୁଇ ଥର ବ୍ୟବହାର କଲେ ବ୍ଲାକ୍‌ହେଡ୍‌ସ ଲିଭେଇବାରେ ସାହାଯ୍ୟ କରିବ।
ପ୍ରାକୃତିକ ବାଦାମ ଏବଂ ବେସନ ଫେସ୍‌ପ୍ୟାକ୍‌ ଆପଣଙ୍କ ମୁହଁର ଗ୍ଲୋ ବଢାଇ ଆକର୍ଷଣୀୟ ଦେଖାଯିବାରେ ସାହାଯ୍ୟ କରେ। ଏଥିପାଇଁ ୩ ଚାମଚ ବେସନ, ୨ ଚାମଚ ବାଦାମ ପେଷ୍ଟ ଏବଂ କିଛି ବୁନ୍ଦା ଲେମ୍ବୁ ରସ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇବା ପରେ କିଛି ସମୟ ରଖି ଧୋଇଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେଣ୍ଡି ଷ୍ଟୋଲ୍‌

ଶୀତଦିନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ କୋଟ୍‌, ଜ୍ୟାକେଟ୍‌, ଓ୍ବିଣ୍ଟର୍‌ କ୍ୟାପ୍‌, ଗ୍ଲୋଭ୍ସ ତଥା ସକ୍ସର ବ୍ୟବହାର ଯେତିକି ଜରୁରୀ ଷ୍ଟୋଲ୍‌ର ବ୍ୟବହାର ମଧ୍ୟ ସେତିକି...

ଡାଇବେଟିସ୍‌ ରୋଗୀଙ୍କ ପାଇଁ ବହୁ ଉପକାରୀ…

ଆଜିକାଲି ଅଧିକାଂଶ ଲୋକ ଡାଇବେଟିସ୍‌ ରୋଗରେ ପୀଡ଼ିତ। ଏହି ରୋଗ ହେଲେ ରକ୍ତରେ ଶର୍କରା ଅଂଶ ବଢ଼ିଯାଇଥାଏ। ଶରୀରରେ ଇନ୍‌ସୁଲିନ ଠିକ୍‌ ଭାବେ କାମ କରି...

ଘରୋଇ ସ୍କ୍ରବ

ଚେହେରାର ବିଭିନ୍ନ ସ୍ଥାନରେ ଥିବା ଅନାବଶ୍ୟକ ଲୋମକୁ ସଫା କରିବା ପାଇଁ ସମସ୍ତେ ସ୍କ୍ରବ ବ୍ୟବହାର କରିଥା’ନ୍ତି। ତେବେ ଆପଣ ଚାହିଁଲେ ଘରୋଇ ଉପାୟରେ ବିଭିନ୍ନ...

ସେଲଫି ଭିଡିଓରୁ ଜାଣି ହେବ ବ୍ଲଡପ୍ରେସର

ଏଣିକି ବ୍ଲଡପ୍ରେସର ମାପିବ ସେଲଫି ଭିଡିଓ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାନାଡା ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ମୋବାଇଲର କ୍ୟାମେରାରୁ ବ୍ଲଡ଼ ପ୍ରେସରର ଲେବୁଲ ଜାଣିବା...

ସନ୍ତୁଳିତ ଆହାର ବଢ଼ାଏ ରୋଗ ପ୍ରତିରୋଧକ ଶକ୍ତି

ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୂତାଣୁ(କୋଭିଡ-୧୯)ମହାମାରୀ ରୂପ ଧାରଣ କରି ପ୍ରତିଦିନ ଶହଶହ ଲୋକଙ୍କ ଜୀବନ ନେଉଛି । ଏପରିସ୍ଥଳେ ଉକ୍ତ ମହାମାରୀ ଭୂତାଣୁକୁ ପ୍ରତିରୋଧ...

ପୁଷ୍ପର ସୌନ୍ଦର୍ଯ୍ୟରେ ଲୁକ୍କାୟିତ ବିଷ

”ଡାଫୋଡିଲ୍‌ର ଫଳ ଠିକ୍‌ ଦେଖିବାକୁ ପିଆଜ ପରି। ତେଣୁ ଏହା ଅନେକ ସମୟରେ ପିଆଜର ଭ୍ରମ ସୃଷ୍ଟି କରେ। ଏହି ଫଳରେ ସବୁଠାରୁ ଅଧିକ ଲାଇକୋରିନ୍‌...

ଲୋ-ବ୍ଲଡ୍‌ ପ୍ରେସରରୁ ଦୂରେଇ ରହିବା ପାଇଁ ସକାଳେ ଖାଆନ୍ତୁ …

ପେସ୍ତା ବାଦାମ ଶରୀର ପାଇଁ ବହୁ ଉପକାରୀ। ପ୍ରତିଦିନ ସକାଳେ ଏହାକୁ ଲହୁଣୀ ସହିତ ମିଶାଇ ଖାଇଲେ ଅନେକ ଫାଇଦା ମିଳିଥାଏ। ଏ ସମ୍ପର୍କରେ ଆୟୁର୍ବେଦରେ...

ଏହି ୬ ଅଭ୍ୟାସ ଅଛି କି ଆପଣଙ୍କର? ହୋଇଯିବେ ଦରିଦ୍ର; ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

Advertisement
Archives

Model This Week