ସ୍ବାସ୍ଥ୍ୟପ୍ରଦ ଅଙ୍ଗୁର

ଅଙ୍ଗୁର ଖାଇବା ଅନେକଙ୍କର ପ୍ରିୟ। ବିଶେଷକରି ଖରାଦିନେ ଏହାକୁ ଖାଇଲେ ଆମ ଶରୀରକୁ ଅନେକ ଉପକାର ମିଳିଥାଏ। କାରଣ ଏଥିରେ ଭରିଥାଏ କାର୍ବୋହାଇଡ୍ରେଟ୍‌, ଡାଇଟାରି ଫାଇବର୍‌, ପ୍ରୋଟିନ୍‌, ଭିଟାମିନ୍‌ ଏ, ଭିଟାମିନ୍‌ ବି କମ୍ଲେକ୍ସ, ଭିଟାମିନ୍‌ ସି, ଭିଟାମିନ୍‌ କେ, କାଲସିୟମ୍‌, ଆଇରନ୍‌, ମାଗନେସିୟମ୍‌, ପୋଟାସିୟମ୍‌, ସୋଡିୟମ୍‌ ଭଳି ଅନେକ ଉପକାରୀ ପୋଷକ ତତ୍ତ୍ୱ। ଅଙ୍ଗୁର ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ବୋଲି ଅନେକ ମତ ଦେଇଥାନ୍ତି। ଏପରିକି ଏଥିରେ ଭିଟାମିନ୍‌ ଏ ରହୁଥିବାରୁ, ଏହାକୁ ଖାଇଲେ ଆଖି ସୁସ୍ଥ ରହିଥାଏ ବୋଲି ବିଶ୍ୱାସ କରାଯାଏ। ସେହିପରି ଅଙ୍ଗୁର ଖାଇବା ଦ୍ୱାରା ଶରୀରରେ ସୁଗାର୍‌ ଲେଭଲ୍‌ ବି ନିୟନ୍ତ୍ରଣରେ ରହିଥାଏ। ତା’ଛଡ଼ା ଅନେକଙ୍କର ଖରାଦିନେ ଆଲର୍ଜି ହୋଇ ତ୍ୱଚା କୁଣ୍ଡାଇ ହୋଇଥାଏ। ଏଭଳି କ୍ଷେତ୍ରରେ ଅଙ୍ଗୁର ଖାଇଲେ ଅନେକ ସୁଫଳ ମିଳିଥାଏ। କାରଣ ଅଙ୍ଗୁରରେ ଆଣ୍ଟିଭାଇରାଲ୍‌ ଗୁଣ ରହୁଥିବାରୁ ତ୍ୱଚା ସମ୍ବନ୍ଧୀୟ ଆଲର୍ଜିକୁ ଦୂର କରିବାରେ ଏହା ସାହାଯ୍ୟ କରିଥାଏ। ସେହିପରି କୁହାଯାଏ, ଅଙ୍ଗୁର ଖାଇଲେ କ୍ୟାନସର୍‌ ଭଳି ମାରତ୍ମକ ରୋଗରୁ କେତେକାଂଶରେ ମୁକ୍ତି ମିଳିଥାଏ। ବିଶେଷକରି ବ୍ରେଷ୍ଟ କ୍ୟାନସର୍‌ରୁ ରକ୍ଷା ପାଇବା ପାଇଁ ଅଙ୍ଗୁର ଖାଇବା ଫଳପ୍ରଦ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକ୍ରିୟ ହେବ ରକ୍ତ ସଂଚାଳନ

ଆମ ଶରୀରରେ ଯଦି ରକ୍ତ ସଂଚାଳନ ସକ୍ରିୟ ନ ହୁଏ, ତେବେ ଆମେ ହାର୍ଟ ଆଟାକ୍‌ ପରି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା...

ଚାଇନିଜ୍‌ ଡିଶ୍‌: ସାନ୍ତନା ସ୍ପେଶାଲ ଚିକେନ୍‌ ମ୍ୟାଜେଷ୍ଟିକ୍‌

ପର୍ଯ୍ୟଟନ ସହର ପୁରୀ। ପ୍ରତିଦିନ ଦେଶବିଦେଶର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ପର୍ଯ୍ୟଟନ କ୍ଷେତ୍ରରେ ଆତିଥେୟତା ସହ ରୁଚିପୂର୍ଣ୍ଣ ଖାଦ୍ୟର ସମ୍ପର୍କ ବେଶ୍‌ ଗୁରୁତ୍ୱ ବହନ କରେ।...

ଲକ୍ଷଣ ଦେଖାଦେବା ପୂର୍ବରୁ ଏହି ବ୍ଲଡ ଟେଷ୍ଟ ଦ୍ୱାରା ଜାଣି ହେବ କ୍ୟାନ୍‌ସର

ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ କ୍ୟାନ୍‌ସର ରୋଗରେ ମୃତ୍ୟୁବରଣ କରୁଛନ୍ତି। ଏହି ରୋଗର ମୁକାବିଲା ପାଇଁ ଡାକ୍ତରମାନଙ୍କ ମଧ୍ୟରେ ଏକ ନୂତନ ଆଶା ଜାଗ୍ରତ ହୋଇଛି।...

ବଳୟ ଗ୍ରହର ନୀଳ ବିଜୁଳି

‘ପୃଥିବୀ ଗ୍ରହକୁ ବାୟୁମଣ୍ଡଳ ଘେରି ରହିଥିବାରୁ ବିଜୁଳି ମାରିବା ସମ୍ଭବ ହେଉଛି। ଯଦି ଏଠାରେ ବାୟୁମଣ୍ଡଳ ନ ଥାଆନ୍ତା, ତା’ହେଲେ ବାଦଲ ନ ଥାଆନ୍ତା କି...

ଖାଦ୍ୟ ରୁଚି : ଅଟା କେକ୍

ଆବଶ୍ୟକ ସାମଗ୍ରୀ- ଅଟା- ଏକ କପ୍, ଚିନି – ଏକ କପ୍, ରିଫାଇନ୍ ତେଲ କିମ୍ବା ବଟର- ୧/୪ କପ୍, ଦହି- ୩ ରୁ ୪...

ପାଚନକ୍ରିୟା ଓ ଉପବାସ

ପୂଜାପାର୍ବଣ ହେଉ ଅବା କେତେକ ତିଥିରେ ଅନେକେ ଉପବାସ ରହିଥାଆନ୍ତି। ଉପବାସ ରହିବା ଦ୍ୱାରା ମନ ପବିତ୍ର ରହେ ବୋଲି ଅନେକେ ବିଶ୍ୱାସ କରନ୍ତି। ହେଲେ...

କ’ଣ କରେ ଘିଅ

ଘିଅ (ଗୁଆଘିଅ)ର ଅନେକ ଫାଇଦା ରହିଛି। କିନ୍ତୁ ସାଧାରଣତଃ ଲୋକେ ଭାବିଥାନ୍ତି କି ଘିଅ ଖାଇଲେ ଓଜନ ବୃଦ୍ଧି ହୋଇଥାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍‌...

ଶୀତଦିନେ କେଶ ସମସ୍ୟା ଉପୁଜୁଥିଲେ ବ୍ୟବହାର କରନ୍ତୁ ମେଥି, ଜାଣନ୍ତୁ ଉପାୟ

ବମ୍ବେ: ଶୀତଦିନେ କେଶ ଜନିତ ସମସ୍ୟା ସାଧାରଣ ବୋଲି କହିପାରିବା। ବିଶେଷକରି ମୁଣ୍ଡରେ ରୁପି ହେବା, କେଶ ଝଡ଼ିବା ଭଳି ସମସ୍ୟା ଏହି ସମୟରେ ଦେଖାଯାଇଥାଏ।...

Advertisement
Archives

Model This Week