Posted inଖେଳ

ନିମ୍ନମାନର ଥିଲା ବେଙ୍ଗାଲୁରୁ ପିଚ୍‌

ଦୁବାଇ,୨୦।୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଚିନ୍ନାସ୍ବାମୀ ଷ୍ଟାଡିୟମର ଯେଉଁ ପିଚ୍‌ରେ ଖେଳାଯାଇଥିଲା, ତାହା ନିମ୍ନମାନର ଥିଲା। ମ୍ୟାଚ୍‌ରେ ବ୍ୟବହୃତ ପିଚ୍‌କୁ ରବିବାର ଆଭରେଜଠାରୁ ଖରାପ ଦର୍ଶାଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଏଥି ଯୋଗୁ ବେଙ୍ଗାଲୁରୁ ଗ୍ରାଉଣ୍ଡକୁ ଆଇସିସି ପିଚ୍‌ ଏବଂ ଆଉଟ୍‌ଫିଲ୍ଡ ମନିଟରିଂ ପ୍ରକ୍ରିୟାର ନିୟମ ଅନୁଯାୟୀ ଏକ ଡିମେରିଟ୍‌ ପଏଣ୍ଟ ମିଳିଛି।

ଗତ ୧୨ ତାରିଖରେ ଆରମ୍ଭ ହୋଇଥିବା ମ୍ୟାଚ୍‌ରେ ଭାରତ ୨୩୮ ରନ୍‌ରେ ଶ୍ରୀଲଙ୍କାକୁ ହରାଇଥିଲା। ମ୍ୟାଚ୍‌ଟି ୩ ଦିନରୁ କମ୍‌ ସେସନ ମଧ୍ୟରେ ଶେଷ ହୋଇଯାଇଥିଲା।

“ପିଚ୍‌ରେ ପ୍ରଥମ ଦିନରୁ ପ୍ରବଳ ଟର୍ନ ଦେଖିବାକୁ ମିଳିଥିଲା। ଆଉ ପ୍ରତ୍ୟେକ ସେସନରେ ଏହା ବ୍ୟାଟରଙ୍କ ପାଇଁ ଉପଯୋଗୀ ହେଉଥିଲା। ମୋ ମତରେ ମ୍ୟାଚ୍‌ରେ ବ୍ୟାଟ ଏବଂ ବଲ ମଧ୍ୟରେ କୌଣସି ମୁକାବିଲା ନ ଥିଲା” ବୋଲି ମ୍ୟାଚ୍‌ ରେଫରି ଜାଭାଗଲ ଶ୍ରୀନାଥ କହିଛନ୍ତି।

ମ୍ୟାଚ୍‌ର ପ୍ରଥମ ଦିନ ବଲ ଖୁବ୍‌ ସ୍ପିନ କରିବାରୁ ଭାରତ ଏକଦା ୧୪୮ ରନ୍‌ରେ ୬ ଉଇକେଟ ହରାଇ ଦେଇଥିଲା। କିନ୍ତୁ ଶ୍ରେୟାସ ଆୟାର (୯୨)ଙ୍କ ଯୋଗୁ ଭାରତ ପହଞ୍ଚିପାରିଥିଲା ୨୫୨ରେ। ଏହି ଇନିଂସରେ ୧୦ ମଧ୍ୟରୁ ୮ ଉଇକେଟ ସ୍ପିନର ନେଇଥିଲେ। ଜବାବରେ ୧୦୯ରେ ଅଲଆଉଟ୍‌ ହୋଇଯାଇଥିଲା ଶ୍ରୀଲଙ୍କା। ଦ୍ୱିତୀୟ ଇନିଂସରେ ଭାରତ ଭଲ ବ୍ୟାଟିଂ କରିଥିଲା। ହେଲେ ଶ୍ରୀଲଙ୍କାର ଭାଗ୍ୟ ବଦଳି ନ ଥିଲା। ଦଳର ୭ ବ୍ୟାଟର ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?