Posted inଜାତୀୟ

ବୟଫ୍ରେଣ୍ଡ ସହ ମିଶି ବାପାଙ୍କୁ ହତ୍ୟା

ବେଙ୍ଗାଲୁରୁ,୨୬।୧୧: ଯୌନ ନିର୍ଯାତନା ଦେଉଥିବା ବାପାଙ୍କୁ ବୟଫ୍ରେଣ୍ଡ ଓ ତାଙ୍କର ୩ ସାଙ୍ଗଙ୍କ ସହାୟତାରେ ହତ୍ୟା କରିଛି ଝିଅ। ଏଭଳି ଘଟଣା ବେଙ୍ଗାଲୁରୁରେ ଘଟିଛି। ମୃତକ ଜଣଙ୍କ ଏକ ଶିକ୍ଷାନୁଷ୍ଠାନର ସିକ୍ୟୁରିଟି ମ୍ୟାନେଜର ଥିଲେ। ପୋଲିସ କହିବା ଅନୁଯାୟୀ, ହତ୍ୟାକାରୀ ଯୁବତୀ ଜଣେ କଲେଜ ଛାତ୍ରୀ। ତାଙ୍କ ସାନ ଭଉଣୀ ସ୍କୁଲରେ ପଢ଼ନ୍ତି।

ରବିବାର ରାତିରେ ମା’ ଘରୁ ଚାଲିଯିବା ପରେ ବାପାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ଝିଅ। ଯୋଜନାବଦ୍ଧ ଭାବେ ରାତି ୧୨ଟା ୩୦ରେ ବୟଫ୍ରେଣ୍ଡଙ୍କ ସମେତ ୪ ଯୁବକଙ୍କ ସହାୟତାରେ ହତ୍ୟା କରିଥିଲେ। ପ୍ରାୟ ୧ଟା ୩୦ରେ ବାପାଙ୍କୁ କିଛି ଯୁବକ ଆକ୍ରମଣ କରୁଥିବା ଚିତ୍କାର କରି ପଡ଼ୋଶୀଙ୍କୁ ଡାକ ପକାଇଥିଲେ।

ପରେ ସୂଚନା ପାଇ ପୋଲିସ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ତାରେ ମୃତଦେହ ଉଦ୍ଧାର କରିଥିଲା। ”ତାଙ୍କୁ ଅନେକ ଥର ଛୁରା ମାରି ହତ୍ୟା କରାଯାଇଥିଲା। ମୃତକଙ୍କ ଝିଅ ବାରମ୍ବାର ବୟାନ ବଦଳାଇବାରୁ ଆମର ସନ୍ଦେହ ସୃଷ୍ଟି ହୋଇଥିଲା। ପଚରାଉଚରାରୁ ଜଣାପଡ଼ିଥିଲା ତାଙ୍କ ପାଇଁ ତାଙ୍କ ବନ୍ଧୁମାନେ ହତ୍ୟା କରିଛନ୍ତି ବୋଲି ପୋଲିସ ଅଧିକାରୀ କହିଥିଲେ।

ସୂଚନା ମୁତାବକ, ବାପା ଯୌନ ନିର୍ଯାତନା ଦେଉଥିବା ସମ୍ପର୍କରେ ବୟଫ୍ରେଣ୍ଡଙ୍କୁ ଜଣାଇଥିଲେ ଯୁବତୀ। ଏଥିଯୋଗୁ ତାଙ୍କ ବୟଫ୍ରେଣ୍ଡ ୩ ଜଣଙ୍କ ସହ ମିଶି ହତ୍ୟାକାଣ୍ଡ ଭିୟାଇଥିଲେ। ସମସ୍ତେ ଯୁବତୀଙ୍କ କ୍ଲାସମେଟ ଓ ନାବାଳକ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ବିଧାୟକ ପୁଅଙ୍କ ଘରୁ ମିଳିଲା ନଗଦ ୬କୋଟି: ମୁଖ୍ୟମନ୍ତ୍ରୀ କହିଲେ, ଦୁର୍ନୀତି ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ

ବେଙ୍ଗାଲୁରୁ,୩।୩: କର୍ନାଟକରେ ଭାଜପା ବିଧାୟକ ମାଦାଲ ବିରୁପକ୍ଷପ୍ପାଙ୍କ ପୁଅ ପ୍ରଶାନ୍ତ କୁମାର ଜଣେ ଠିକାଦାରଙ୍କଠାରୁ ୪୦ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ। ଏହି ଘଟଣାର ଗୋଟିଏ...

ହସ୍ପିଟାଲରେ ଧର୍ମକୁ ନେଇ ଭେଦଭାବ: ହିନ୍ଦୁ, ମୁସ୍‌ଲିମ ରୋଗୀଙ୍କ ପାଇଁ ଅଲଗା ଓ୍ବାର୍ଡ

ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ୍‌ ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ଗୁଜରାଟର ଏକ ହସ୍ପିଟାଲରେ ଧର୍ମକୁ ନେଇ ଭେଦଭାବ ଦେଖିବାକୁ ମିଳିଛି। ଏହି ବୈଷମ୍ୟପୂର୍ଣ୍ଣ ବିଷୟ ସାମ୍ନାକୁ ଆସିବା...

ମୁଁ ବନ୍ଦ କୋଠରୀରେ ରାଜନୀତି କରେ ନାହିଁ: ଶାହା

ମୁମ୍ବାଇ,୮ ।୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାରକୁ ତିନି ଚକିଆ ଅଟୋରିକ୍ସା ବୋଲି କହିଛନ୍ତି । ଏହାସହ ସବୁକ୍ଷେତ୍ରରେ...

ଶାହିନ ବାଗ୍‌ ପ୍ରଦର୍ଶନର ଆଇଏସ୍‌ଆଇ ଲିଙ୍କ୍‌: ସନ୍ଦିଗ୍ଧ ଦମ୍ପତି ଅଟକ

ନୂଆଦିଲ୍ଲୀ,୮।୩: ଦିଲ୍ଲୀର ଶାହିନବାଗ୍‌ଠାରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ତେବେ ଏହାପଛରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ଥିବା...

୫ ମୁଖ୍ୟମନ୍ତ୍ରୀଙ୍କ ସହ ରୁଷ ପହଞ୍ଚିଲେ ଯୋଗୀ

ନୂଆଦିଲ୍ଲୀ,୧୧।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୪ ଦିନିଆ ରୁଷ ଗସ୍ତରେ ଯାଇଛନ୍ତି। ଶନିବାର ସନ୍ଧ୍ୟାରେ ସେ ଯାତ୍ରା ଆରମ୍ଭ କରିଥିବା ବେଳେ ତାଙ୍କ...

ଦଳ କଥା ଚିନ୍ତା କରୁ କଂଗ୍ରେସ, ଦେଶ ପାଇଁ ମୋଦି ଅଛନ୍ତି : କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୬।୧୨: ରାହୁଲ ଗାନ୍ଧୀଙ୍କ ଚାଇନା ଏବଂ ପାକିସ୍ତାନ ପକ୍ଷରୁ ଯୁଦ୍ଧ ପ୍ରସ୍ତୁତିକୁ ନେଇ ଦେଇଥିବା ମନ୍ତବ୍ୟ ପୁଣି ଥରେ ବିବାଦ ଘେରକୁ ଚାଲିଆସିଛି। ଯାହାକୁ ନେଇ...

ହାରୁଛି କରୋନା, ସୁସ୍ଥତା ହାର ୯୮.୧୫ ପ୍ରତିଶତ…

ନୂଆଦିଲ୍ଲୀ,୨୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୪ ହଜାର ୬୨୩ ରେ ପହଞ୍ଚିଛି। ଏହି...

ଶିଶୁ ମଡ଼କ: ତେଜିଲା ରାଜନୀତି

ଜୟପୁର/ନୂଆଦିଲ୍ଲୀ,୩ା୧:ରାଜସ୍ଥାନର କୋଟା ହସ୍ପିଟାଲରେ ଶିଶୁ ମଡ଼କକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଏହି ପ୍ରସଙ୍ଗରେ ରାଜ୍ୟରେ କ୍ଷମତାସୀନ ଗେହଲଟ ସରକାରଙ୍କୁ ଭାଜପା ଏବଂ ବିଏସ୍‌ପି ଟାର୍ଗେଟ...

Advertisement
Archives

Model This Week