Posted inଜାତୀୟ

ଶିଖ୍‌ ଛାତ୍ରୀଙ୍କୁ ପଗଡ଼ି ଖୋଲିବାକୁ କହିଲା ବେଙ୍ଗାଲୁରୁ କଲେଜ

ବେଙ୍ଗାଲୁରୁ,୨୪।୨: କର୍ନାଟକ ହାଇକୋର୍ଟଙ୍କ ଆନ୍ତରୀଣ ରାୟ ଯୋଗୁ ବେଙ୍ଗାଲୁରୁର ଏକ କଲେଜ ଶିଖ୍‌ ଛାତ୍ରୀଙ୍କୁ କ୍ଲାସରେ ପଗଡ଼ି ବ୍ୟବହାର କରିବାକୁ ମନା କରି ଦେଇଛନ୍ତି। ୩ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ କ୍ୟାମ୍ପସରେ ହିଜାବ ପ୍ରତିବନ୍ଧକ ବିରୋଧରେ ଦାୟର କରାଯାଇଥିବା ମାମଲାର ଶୁଣାଣି କରିଥିଲେ। ଗତ ୧୦ ତାରିଖରେ ଶିକ୍ଷାନୁଷ୍ଠାନରେ ଧାର୍ମିକ ପୋଷାକ ପରିଧାନ ନ କରିବାକୁ ହାଇକୋର୍ଟ ରାୟ ଦେଇଥିଲେ। ଏଥିଯୋଗୁ ମାଉଣ୍ଟ କାର୍ମେଲ ପି ୟୁ କଲେଜ ୧୭ ବର୍ଷୀୟା ଛାତ୍ରୀଙ୍କୁ କ୍ଲାସବେଳେ ପଗଡ଼ି ନ ପନ୍ଧିବାକୁ କୁହାଯାଇଛି।

ଛାତ୍ରୀଙ୍କ ବାପା ଗୁରୁଚରନ ସିଂ କହିଛନ୍ତି, ଗତ ୧୬ ତାରିଖରେ ପ୍ରଥମ ଥର ପାଇଁ କଲେଜ ପ୍ରଶାସନ ମୋ ଝିଅକୁ କ୍ଲାସରେ ପଗଡ଼ି ଖୋଲି ବସିବାକୁ କହିଥିଲେ। କିନ୍ତୁ ସେ ଜଣେ ଅମ୍ରିତଧାରୀ ଶିଖ୍‌ ବୋଲି କହିଥିଲେ। ଏହା ଆମ ବିଶ୍ୱାସର ଗୁରୁତ୍ୱପୂର୍ଣ୍ଣ ଅଂଶ। ଆମେ କଦାପି ପଗଡ଼ି ବିନା ବାହାରକୁ ଯାଉ ନାହିଁ। ସେହିଦିନ ମୁଁ ଜଲେଜ ପ୍ରଶାସକଙ୍କୁ ଏକ ଇମେଲ ପଠାଇଥିଲି।

କଲେଜ ପକ୍ଷରୁ କୌଣସି ପ୍ରତିଉତ୍ତର ମିଳି ନ ଥିଲା। କିନ୍ତୁ ତାଙ୍କ ଝିଅକୁ କ୍ଲାସ ରୁମ୍‌ରେ ବସିବାକୁ ଅନୁମତି ମିଳିଥିଲା। ତେବେ ଏହି ଘଟଣା ବୁଧବାର ପୁଣି ଥରେ ସାମ୍ନାକୁ ଆସିଛି। କୋର୍ଟଙ୍କ ରାୟର ଠିକ୍‌ ଭାବେ ପ୍ରତ୍ୟେକ ସ୍କୁଲ ଓ କଲେଜରେ କାର୍ଯ୍ୟକାରୀ ହେଉଛି କି ନାହିଁ, ତାହାର ଯାଞ୍ଚ କରିବା ଲାଗି ଶିକ୍ଷା ବିଭାଗ ଅଧିକାରୀ କଲେଜ ଗସ୍ତ କରିଥିଲେ।

“ଗତକାଲି ମୋ ଝିଅ ମୋତେ ଫୋନ କରି କଲେଜ ଅଧିକାରୀ ମୋତେ ଦେଖା କରିବାକୁ ଚାହୁଁଥିବା କହିଥିଲେ। ମୁଁ ବ୍ୟସ୍ତ ଥିବାରୁ ଫୋନ ଜରିଆରେ କଥା ହେବାକୁ ପଚାରିଥିଲି। ସେମାନେ ଫୋନ କରି ହାଇକୋର୍ଟଙ୍କ ଅନ୍ତରୀଣ ରାୟ ସମ୍ପର୍କରେ ଜଣାଇଥିଲେ” ବୋଲି ଛାତ୍ରୀଙ୍କ ବାପା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁକମ୍ପା ପାଇଁ ମୋଦିଙ୍କ ଷ୍ଟଣ୍ଟ୍‌

ନୂଆଦିଲ୍ଲୀ,୭୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଜନସାଧାରଣଙ୍କ ଅନୁକମ୍ପା ହାସଲ ପାଇଁ ‘ସୁରକ୍ଷାରେ ତ୍ରୁଟି’ ଷ୍ଟଣ୍ଟ୍‌ ଆପଣାଇଥିବା କୃଷକ ନେତା ରାକେଶ ଟିକାଏତ୍‌ ଗୁରୁବାର ସମାଲୋଚନା କରିଛନ୍ତି।...

ଆମ୍ବୁଲାନ୍ସ ଟ୍ରିପ ମାମଲାରେ ଗିରଫ ହେଲେ ଭାଜପା ନେତା

ମାଉ(ଉତ୍ତରପ୍ରଦେଶ),୨୯।୩: ଉତ୍ତରପ୍ରଦେଶ ପୋଲିସ ମଙ୍ଗଳବାର ଭାଜପା ନେତା ଡ. ଅଲକା ରାଇ ଏବଂ ତାଙ୍କ ଭାଇ ଶେଷନାଥ ରାଇଙ୍କୁ ମୁଖ୍‌ତାର ଅନସାରି ଆମ୍ବୁଲାନ୍ସ ମାମଲାରେ ଗିରଫ...

ଆସନ୍ତା ୨୦ ବର୍ଷ ମଧ୍ୟରେ ଭାରତରେ ସବୁଠୁ ଅଧିକ ଆବଶ୍ୟକ ହେବ ବିଜୁଳି

ନୂଆଦିଲ୍ଲୀ,୧୧।୨: ଭାରତରେ ଆସନ୍ତା ୨୦ ବର୍ଷ ମଧ୍ୟରେ ସବୁଠୁ ଅଧିକ ବିଜୁଳି ଆବଶ୍ୟକ ହେବ। ଏହି ଚାହିଦା ସହିତ ୟୁରୋପୀୟ ସଂଘକୁ ପଛରେ ପକାଇ ଭାରତ...

ବିପର୍ଯ୍ୟୟରେ ଜନ୍ମନେଲେ ୭୦୭ ଶିଶୁ

ଗାନ୍ଧୀନଗର, ୧୭।୬: ଗୁଜରାଟ କଚ୍ଛ ଜିଲାରେ ଗୁରୁବାର ଅତି ଭୀଷଣ ସାମୁଦ୍ରିକ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ୭୦୭ ନବଜାତ ଜନ୍ମ ନେଇଛନ୍ତି। ବାତ୍ୟା ବିପର୍ଯ୍ୟୟ...

ଆଜି ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, ୫ ରାଜ୍ୟର ବିଧାନସଭା ନିର୍ବାଚନ ରଣନୀତି ଉପରେ ହେବ ଚର୍ଚ୍ଚା

ନୂଆଦିଲ୍ଲୀ,୧୬।୮: ବୁଧବାର ଦଳର ମୁଖ୍ୟାଳୟରେ ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ...

ଭାଜପା ଏମ୍‌ପିଙ୍କ ‘ପାଠଶାଳା’ରେ କାହିଁକି ପଛରେ ବସିଲେ ମୋଦି

ନୂଆଦିଲ୍ଲୀ,୩।୮: ଭାଜପା ଏମ୍‌ପିଙ୍କ ପାଇଁ ଶନିବାର ଆୟୋଜିତ ପାଠଶାଳା ବା ଅଭ୍ୟାସ ବର୍ଗ କାର୍ଯ୍ୟକ୍ରମରେ ରାଜ୍ୟ ସଭା ଓ ଲୋକ ସଭାର ପ୍ରାୟ ସମସ୍ତ ଏମ୍‌ପି...

ଜେଟଲିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଶାହା

ନୂଆଦିଲ୍ଲୀ,୨୮ ।୧୨: ଭାରତୀୟ କ୍ରିକେଟ କଂଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ଶିଖର ଧୱନ ଅରୁଣ ଜେଟଲି ଷ୍ଟାଡିୟମ ଫିରୋଜ...

‘ମୁଁ ଜଣେ ହିନ୍ଦୁ, ଚାହିଁଲେ ଗୋମାଂସ ଖାଇପାରିବି’

ବେଙ୍ଗାଲୁରୁ,୨୪।୫: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ସିଦ୍ଧରମୈୟା ଗୋମାଂସ ନିଷେଧ ବିବାଦକୁ ପୁଣି ତାଜା କରିଦେଇଛନ୍ତି। ସେ କହିଛନ୍ତି, ମୁଁ ଜଣେ ହିନ୍ଦୁ...

Advertisement
Archives

Model This Week