Posted inଜାତୀୟ

ରୋଲେକ୍ସ ଘଣ୍ଟା ପାଇଁ ଅଟକିଲା ବିମାନବନ୍ଦରର ଚେକିଂ

ନୂଆଦିଲ୍ଲୀ,୩୦।୧୨: ବେଙ୍ଗାଲୁରୁର କେମ୍‌ପେଗୌଡ଼ା ବିମାନ ବନ୍ଦରରେ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାରେ ବାଧକ ସାଜିଥିଲେ ଜଣେ ଯାତ୍ରୀ। ବାଧ୍ୟତାମୂଳକ ସୁରକ୍ଷା ଯାଞ୍ଚ ବେଳେ ଉକ୍ତ ଯାତ୍ରୀ ୪୦ ଲକ୍ଷ ଟଙ୍କାର ରୋଲେକ୍ସ ଘଣ୍ଟାକୁ ଟ୍ରେରେ ରଖିବାକୁ ମନା କରି ଦେଇଥିଲେ। ଏଥି ଯୋଗୁ କିଛି ସମୟ ପାଇଁ ଅଟକ ରଖାଯିବା ପରେ ସେ ଯାଞ୍ଚ ପ୍ରକ୍ରିୟା ଶେଷ କରିଥିଲେ ବୋଲି ଜଣେ ବରିଷ୍ଠ ସିଆଇଏସ୍‌ଏଫ୍‌ ଅଧିକାରୀ କହିଛନ୍ତି। କାର୍ଯ୍ୟରତ ସିଆଇଏସ୍‌ଏଫ୍‌ (କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ) ଅଧିକାରୀଙ୍କ ନିଷ୍ଠାକୁ ଯାତ୍ରୀମାନେ ତାଳି ମାରି ପ୍ରଶଂସା କରିଥିଲେ।

ଅଧିକାରୀଙ୍କ କହିବା ମୁତାବକ, ଗତ ମଙ୍ଗଳବାର ଉକ୍ତ ବ୍ୟକ୍ତି ଦିଲ୍ଲୀକୁ ଫ୍ଲାଇଟ୍‌ ନେବା ପାଇଁ ବାଧ୍ୟତାମୂଳକ ସିକ୍ୟୁରିଟି ସ୍କ୍ରିନିଂ ଲାଗି ବିମାନ ବନ୍ଦରରେ ଧାଡ଼ିରେ ଛିଡ଼ା ହୋଇଥିଲେ। ଯାଞ୍ଚ ନିମନ୍ତେ ତାଙ୍କୁ ଘଣ୍ଟା ସମେତ ସମସ୍ତ ମେଟାଲକୁ ଟ୍ରେରେ ରଖିବାକୁ ଅନୁରୋଧ କରିଥିଲେ ଅଧିକାରୀ। କିନ୍ତୁ ତାଙ୍କ ୪୦ ଲକ୍ଷ ଟଙ୍କାର ଘଣ୍ଟା ଚେକିଂ ପ୍ରକ୍ରିୟା ବେଳେ ଚୋରି ହୋଇପାରେ କହି ପ୍ରୋଟୋକଲ ମାନିବାକୁ ମନା କରି ଦେଇଥିଲେ। ତାଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ସିଆଇଏସ୍‌ଏଫ୍‌ ଅଧିକାରୀ। ଯାଞ୍ଚ ପ୍ରକ୍ରିୟାରେ ବିଳମ୍ବ ହେବା କାରଣରୁ ତାଙ୍କୁ ଧାଡ଼ିରୁ ବାହାର କରି ଦିଆଯାଇଥିଲା। ସୁରକ୍ଷା ପ୍ରୋଟୋକଲ ଅବମାନାନ କଲେ ତାଙ୍କୁ ବୋର୍ଡିଂ ପାଇଁ ଅନୁମତି ମିଳିବ ନାହିଁ ବୋଲି ଅଧିକାରୀ କହିଥିଲେ। ଶେଷରେ ସେ ଯାଞ୍ଚ ପ୍ରକ୍ରିୟାରେ ସହଯୋଗ କରିବାକୁ ରାଜି ହୋଇଥିଲେ। ଏଣୁ ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶିବାନ୍‌ଙ୍କ ପାଇଁ ପୋଲିସ ପାଲଟିଲା ସାନ୍ତା

ଗାଜିଆବାଦ୍‌, ୨୭।୧୨:ମା’ବାପା ସବୁବେଳେ ପିଲାଙ୍କ ଖୁସି ପାଇଁ ତାଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ଚେଷ୍ଟା କରନ୍ତି। କେବେ କେମିତି ଅଭିଭାବକମାନେ ପିଲାଙ୍କ ଜିଦ୍‌କୁ...

ଫେରିଲେଣି ୧.୭ ଲକ୍ଷ ଶ୍ରମିକ

ନୂଆଦିଲ୍ଲୀ,୮ା୫(ପି.ଟି.): ଚଳିତ ମାସ ୧ ତାରିଖରୁ ଭାରତୀୟ ରେଲଓ୍ବେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ନିଜ ରାଜ୍ୟକୁ ଫେରାଇନେବା ଲାଗି ୧୭୧ଟି...

ଚକା ଜାମ୍‌ କରିବେ ଚାଷୀ

ଭୁବନେଶ୍ୱର,(ବ୍ୟୁରୋ)/ନୂଆଦିଲ୍ଲୀ, ୬।୨(ପି.ଟି.): କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକ ଶନିବାର ଦେଶବ୍ୟାପୀ ‘ଚକା ଜାମ୍‌’ ଆନ୍ଦୋଳନ ଡାକରା ଦେଇଛନ୍ତି। ଏହାକୁ...

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ ପାକିସ୍ତାନୀ ନିହତ

ଅଟାରି,୧୭।୧୨: ପଞ୍ଜାବ ଅମୃତସରର ଅଟାରି ସୀମା ନିକଟରେ ଏକ ଅନୁପ୍ରବେଶ ଉଦ୍ୟମକୁ ବିଏସ୍‌ଏଫ୍‌ ଯବାନ ପଣ୍ଡ କରିଦେଇଛନ୍ତିି। ରାଜତାଲ ବିଓପିରେ ୨ ଜଣ ପାକିସ୍ତାନୀ ଭାରତରେ...

୩ ବର୍ଷର ଝିଅକୁ ବଳାତ୍କାର ପରେ ହତ୍ୟା କରି ଫିଙ୍ଗିଦେଲେ ଜେଜେମା’ଙ୍କ ବୟଫ୍ରେଣ୍ଡ

ନୋଏଡ଼ା,୩।୧: ୩ ବର୍ଷୀୟା ଶିଶୁକନ୍ୟାକୁ ବଳାତ୍କାର ଓ ହତ୍ୟା ଘଟଣାରେ ନୋଏଡ଼ା ପୋଲିସ ସୋମବାର ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ...

ଆରୋଗ୍ୟ ନ ହେବା ଭଳି ରୋଗରେ ପୀଡିତ କଂଗ୍ରେସ: ମୋଦି

ସୋନିପଥ,୧୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାରରେ ଯାଇଛନ୍ତି। ହରିୟାଣା ସୋନିପଥର ଗୋହାନାଠାରେ ସେ ଏକ ଜନସଭାକୁ ସମ୍ବୋଧନ ଦେବା...

ପରାକ୍ରମ ଦିବସରେ ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ ହେଲା ୨୧ ଦ୍ୱୀପ…

ନୂଆଦିଲ୍ଲୀ,୨୩।୧ : ବୀର ଯବାନଙ୍କୁ ସମ୍ମାନ ଦେବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଅନ୍ତର୍ଗତ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ବାର୍ଷିକୀ ପରାକ୍ରମ ଦିବସ ଅବସରରେ...

ଅକ୍ସିଜେନ ଅଭାବ ନୋଟିସ ଜାରି କରିବାରୁ ହସ୍ପିଟାଲ ବିରୋଧରେ ମାମଲା

ଲକ୍ଷ୍ନୌ, ୬ା୫ : ରାଜ୍ୟରେ ଅକ୍ସିଜେନ ଅଭାବ ଥିବା ମାନିବାକୁ ନାରାଜ ଯୋଗୀ ଆଦିତ୍ୟନାଥଙ୍କ ସରକାର। ଲକ୍ଷ୍ନୌର ଏକ ହସ୍ପିଟାଲରେ ଅକ୍ସିଜେନ ଅଭାବ ନେଇ ନୋଟିସ...

Advertisement
Archives

Model This Week