ବନ୍ଦ ହୋଇଯିବ Paytm, ଆଉ ବ୍ୟବହାର କରିପାରିବେନି ପେଟିଏମର ଏହି ସର୍ଭିସ

ନୂଆଦିଲ୍ଲୀ,୧୩।୩: ବନ୍ଦ ହୋଇଯିବ Paytm। ଆଉ ମାତ୍ର ଦୁଇଟା ଦିନ ପରେ ଆପଣ ବ୍ୟବହାର କରିପାରିବେନି ପେଟିଏମ ବ୍ୟାଙ୍କ। ଆରବିଆଇ ନିର୍ଦ୍ଦେଶ ଅନୁଯାୟୀ, ପେଟିଏମକୁ ମାର୍ଚ୍ଚ ୧୫ ଯାଏଁ ସେବା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହା ଆଉ ଦୁଇଟା ଦିନ ପରେ ଶେଷ ହେବାକୁ ଯାଉଛି। ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ, ୨୦୨୪ ମାର୍ଚ୍ଚ ୧୫ ପରେ ପେଟିଏମ ପେମେଣ୍ଟ ବ୍ୟାଙ୍କରେ କୌଣସି ଟ୍ରାଞ୍ଜାକ୍ସନ କରିପାରିବେ ନାହିଁ। ଏଭଳି ପରିସ୍ଥିତିରେ ବ୍ୟାଙ୍କ ଗ୍ରାହକମାନଙ୍କୁ ପେଟିଏମ ପେମେଣ୍ଟ ବ୍ୟାଙ୍କରେ ଥିବା ଟଙ୍କାକୁ ଅନ୍ୟ କୌଣସି ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛି।

ପେଟିଏମ ପେମେଣ୍ଟ ବ୍ୟାଙ୍କ ବନ୍ଦ ହେବା ପରେ କେଉଁ ସେବା ଉପଲବ୍ଧ ହେବ ଏବଂ କେଉଁ ସେବା ବନ୍ଦ ହେବ ସେନେଇ ଅନେକ ଲୋକ ଦ୍ୱନ୍ଦ୍ୱରେ ଅଛନ୍ତି। କହିରଖୁଛୁ କି, କିଛି ସେବା ବନ୍ଦ ହେବା ପରେ ମଧ୍ୟ ଜାରି ରହିବ। ଯେପରି କ୍ୟାସ ଓ୍ବିଥଡ୍ର, ରିଫଣ୍ଡ, କ୍ୟାସ ବ୍ୟାକ୍‌ , UPI ମାଧ୍ୟମରେ କ୍ୟାସ ଓ୍ବିଥଡ୍ର କିମ୍ବା OTT ପେମେଣ୍ଟ ଇତ୍ୟାଦି। ତେବେ ଆସନ୍ତୁ ଜାଣିବା ପେଟିଏମ ବନ୍ଦ ହେବା ପରେ କେଉଁ ସେବା ଜାରି ରହିବ ଆଉ ବନ୍ଦ ରହିବ।

ମାର୍ଚ୍ଚ ୧୫ ପରେ ୟୁଜର ପେଟିଏମ ପେମେଣ୍ଟ ବ୍ୟାଙ୍କରୁ ଆକାଉଣ୍ଟ, ଫାସଟ୍ୟାଗ୍‌ର ରିଚାର୍ଜ କରିପାରିବେ ନାହିଁ। କୌଣସି ଟ୍ରଞ୍ଜାକ୍ସନ ମଧ୍ୟ କରିପାjରିବେ ନାହିଁ। ୟୁଜର୍ସଙ୍କୁ ସାଲେରୀ କିମ୍ବା କୌଣସି ମନୀ ବେନିଫିଟ ବ୍ୟାଙ୍କରୁ ମିଳୁଛି ତ ଏହି ସେବା ମାର୍ଚ୍ଚ ୧୫ ପରେ ଆଉ ମିଳିବ ନାହିଁ। ପେଟିଏମ ଫାସଟ୍ୟାଗରେ ଥିବା ବାଲାନ୍ସକୁ ମାର୍ଚ୍ଚ ୧୫ପରେ ଅନ୍ୟ କୌଣସି ଫାସଟ୍ୟାଗକୁ ଟ୍ରାନ୍ସଫର କରିପାରିବେ ନାହିଁ। ୟୁପିଆଉ କିମ୍ବା ଆଇଏମପିଏସ ଦ୍ୱାରା ପେଟିଏମ ବ୍ୟାଙ୍କରୁ ଟଙ୍କା ଟ୍ରାନ୍ସଫର କରିପାରିବେ ନାହିଁ।

କିନ୍ତୁ ମାର୍ଚ୍ଚ ୧୫ ପରେ ପେଟିଏମ ପେମେଣ୍ଟ ବ୍ୟାଙ୍କ ୟୁଜର୍ସମାନେ ସେମାନଙ୍କ ଆକାଉଣ୍ଟ କିମ୍ବା ୱାଲେଟରେ ଥିବା ଟଙ୍କାକୁ withdraw କରିପାରିବେ। ସେହିପରି ପେଟିଏମ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରୁ ସୁଧ, ରିଫଣ୍ଡ, କ୍ୟାସବ୍ୟାକ ଏବଂ ସ୍ବିପ ଇନ ପାର୍ଟନର ବ୍ୟାଙ୍କରୁ ଗ୍ରହଣ କରିପାରିବେ। ଯେପର୍ଯ୍ୟନ୍ତ ବାଲାନ୍ସ ରାଶି ଉପଲବ୍ଧ ଅଛି ସେ ପର୍ଯ୍ୟନ୍ତ ପେଟିଏମ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କାଢି ପାରିବେ କିମ୍ବା ଡେବିଟ ଅର୍ଡର କରିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri