Posted inଜାତୀୟ

ବିଧାନସଭାରେ ହଙ୍ଗାମା: ମାରପିଟ୍‌ ସହ ପୋଷାକ ଚିରିଲେ ବିଧାୟକ

କୋଲକତା,୨୮।୩: ପଶ୍ଚିମବଙ୍ଗ ବିଧାନସଭାର ବଜେଟ ଅଧିବେଶନର ଶେଷ ଦିନ ଗୃହରେ ଉତ୍ତେଜନା ପ୍ରକାଶ ପାଇଛି। ଭାଜପା ଏବଂ ଟିଏମସିର ବିଧାୟକଙ୍କ ମଧ୍ୟରେ ମାରପିଟ୍‌ ଲାଗିବା ସହ ପୋଷାକ ଚିରା ଭଳି ଘଟଣା ଘଟିଛି। ଭାଜପା ଅଭିଯୋଗ କରିଛି ଯେ, ବୀରଭୂମ ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିବା ପରେ ଟିଏମସି ବିଧାୟକମାନେ ଝଗଡା ଆରମ୍ଭ କରିଦେଇଥିଲେ। ଏହି ସମୟରେ ଭାଜପା ବିଧାୟକ ମନୋଜ ଟିଗ୍ଗାଙ୍କୁ ଆକ୍ରମଣ କରାଯାଇଥିଲା। ଏହା ପରେ ଭାଜପା ବିଧାୟକମାନେ ଗୃହରୁ ବାହାରକୁ ଯାଇଥିଲେ। କୁହାଯାଉଛି ଯେ, ଟିଏମସି ବିଧାୟକ ଅସିତ ମଜୁମଦାରଏହି ଝଗଡା ବେବେଳେ ଆହତ ହୋଇଛନ୍ତି। ତାଙ୍କୁ ଏସଏସକେମକୁ ନିଆଯାଇଛି। ଏହି ଘଟଣା ପରେ ଶୁଭେନ୍ଦୁ ଅଧିକାରୀ, ମନୋଜ ଟିଗ୍ଗା, ଶଙ୍କର ଘୋଷ, ଦୀପକ ବାରମାନ ଏବଂ ନରହରି ମହାଟୋଙ୍କ ସମେତ ପାଞ୍ଚ ଜଣ ଭାଜପା ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ଭାଜପା ବିଧାୟକମାନେ ବିଧାନସଭା ବାହାରେ ବିରୋଧ କରିଥିଲେ। ବିକ୍ଷୋଭ ପ୍ରଦର୍ଶନ ବେଳେ ସୁରକ୍ଷା କର୍ମୀମାନେ ତାଙ୍କୁ ଆକ୍ରମଣ କରି ଠେଲି ଦେଇଥିବା ସେ ଦାବି କରିଛନ୍ତି।

ଏହି ଘଟଣାର ଏକ ଭିଡିଓକୁ ଭାଜପାର ଆଇଟି ସେଲ ମୁଖ୍ୟ ଅମିତ ମାଲଭିଆ ଟୁଇଟ୍‌ କରିଛନ୍ତି। ଏଥିରେ ଭାଜପା ଏବଂ ଟିଏମସି ବିଧାୟକମାନେ ପରସ୍ପର ସହ ଝଗଡା କରୁଥିବା ଦେଖାଯାଉଛି। ଏହି ଟୁଇଟ ମାଧ୍ୟମରେ ମାଲଭିଆ ଲେଖିଛନ୍ତି, ‘ପଶ୍ଚିମବଙ୍ଗ ବିଧାନସଭାରେ ହଙ୍ଗାମା। ବୀରଭୂମ ହତ୍ୟାକାଣ୍ଡ ଉପରେ ଭାଜପା ଆଲୋଚନା କରିବାକୁ ଦାବି କରୁଥିବାବେଳେ ଟିଏମସି ବିଧାୟକମାନେ ମନୋଜ ଟିଗ୍ଗାଙ୍କ ସମେତ ଭାଜପା ବିଧାୟକଙ୍କ ଉପରେ ଆକ୍ରମଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri