Posted inଜାତୀୟ

ବାଚସ୍ପତିଙ୍କ ଉପରେ ରାଗିଗଲେ ରାଜ୍ୟପାଳ

କୋଲକତା,୨୫।୧: ପଶ୍ଚିମବଙ୍ଗରେ ପୁଣି ଥରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। ରାଜ୍ୟପାଳ ଜଗଦୀପ ଧନଖର ମଙ୍ଗଳବାର ପୁଣି ଥରେ ବିଧାନସଭା ବାଚସ୍ପତି ବିମନ ବାନାର୍ଜୀ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ ବାଚସ୍ପତିଙ୍କ ନାଁରେ ସାମ୍ବିଧାନିକ ନିୟମ ଉଲ୍ଲଂଘନ ଏବଂ ତାଙ୍କ ଦ୍ୱାରା ଖୋଜା ଯାଇଥିବା ସୂଚନା ପ୍ରଦାନ କରୁନାହାଁନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ଗଣତନ୍ତ୍ର ଦିବସ ପୂର୍ବରୁ ବିଧାନସଭା କମ୍ପ୍ଲେକ୍ସରେ ବି.ଆର୍‌ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଧନଖର ଗଣମାଧ୍ୟମକୁ କହିଛନ୍ତି, ବାଚସ୍ପତିଙ୍କ ପାଖରେ ରାଜ୍ୟପାଳଙ୍କ ବିଷୟରେ କିଛି କହିବାର ଲାଇସେନ୍ସ ବୋଧେ ଅଛି। ସେ ଯାହା କହୁଛନ୍ତି, ନିଜେ ନିୟମକୁ ଅବମାନନା କରୁଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି।
ଧନଖର ଦାବି କରିଛନ୍ତି, ଅନେକ ଥର ବାଚସ୍ପତି ବିଏସଏଫର କାର୍ଯ୍ୟ କ୍ଷେତ୍ରର ସମ୍ପ୍ରସାରଣ ଉପରେ ବିଧାନସଭାର ସଂକଳ୍ପର ବିବରଣୀ ମାଗିଥିଲେ ସୁଦ୍ଧ ଏନେଇ ସୂଚନା ଦିଆଯାଇନାହିଁ। ବିଧାନସଭାରେ ତାଙ୍କ ଭାଷଣ ସମୟରେ ଦୁଇଥର ବ୍ଲାକ୍‌ଆଉଟ୍‌ କରାଯାଇଛି। ବାଚସ୍ପତି ଧାରା ୧୬୮ ଜାଣନ୍ତି ନାହିଁ କି? ମୁଁ ଏପରି ଅଜ୍ଞାତ, ଅସାମ୍ବିଧାନିକ କାର୍ଯ୍ୟର ସାମ୍ନା କରିପାରିବି ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାସନାଲ ପାର୍ଟିର ମାନ୍ୟତା ପାଇବାରେ ବିଳମ୍ବ ହେବାରୁ ହାଇକୋର୍ଟ ଗଲା ଏଏପି

ବେଙ୍ଗାଲୁରୁ,୬।୪: ସରକାରୀ ସ୍ତରରେ ଜାତୀୟ ମାନ୍ୟତା ପାଇବାରେ ବିଳମ୍ବ ଯୋଗୁ ଅରବିନ୍ଦ କେଜ୍‌ରିିୱାଲଙ୍କ ଆମ ଆଦମୀ ପାର୍ଟି (ଏଏପି) ଗୁରୁବାର କର୍ନାଟକ ହାଇକୋର୍ଟରେ ପହଞ୍ଚିଛି। ଏଏପି...

ଶ୍ରୀନଗରରେ ଫାରୁକ୍‌ ଗୃହବନ୍ଦୀ

ଶ୍ରୀନଗର,୧୫।୨: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲାଙ୍କୁ ସୋମବାର ତାଙ୍କ ଶ୍ରୀନଗରସ୍ଥିତ ବାସଭବନରେ ଗୃହବନ୍ଦୀ ରଖାଯାଇଛି। ପୁଲ୍‌ଓ୍ବାମା ଆକ୍ରମଣର ତୃତୀୟ...

ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ରେ ନିଆଁ

ମୁମ୍ବାଇ,୯।୧୦: ମୁମ୍ବାଇର ଏକ ଲୋକାଲ୍‌ ଟ୍ରେନ୍‌ରେ ବୁଧବାର ସକାଳେ ନିଆଁ ଲାଗି ଯାଇଥିବା ଜଣାପଡିଛି। ପନବେଲ ଯାଉଥିବା ଏହି ଟ୍ରେନ୍‌ରେ ଓ୍ବାସି ରେଲଓ୍ବେ ଷ୍ଟେଶନରେ ନିଆ...

ଯୋଗ୍ୟ ଆକାଉଣ୍ଟକୁ ଋଣ ପୁନର୍ଗଠନ ସୁବିଧା

ନୂଆଦିଲ୍ଲୀ,୪ା୯:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ବ୍ୟାଙ୍କ ସିଇଓଙ୍କ ସହ ଆଲୋଚନା କରିଛନ୍ତି। କୋଭିଡ୍‌-୧୯ ପ୍ରଭାବିତ ଦେଶର ଅର୍ଥ ବ୍ୟବସ୍ଥା ଲାଗି ଘୋଷଣା ହୋଇଥିବା ଋଣ ଯୋଜନା...

ଆମେଠିରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ

ଆମେଠି,୧୮।୧୨: ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହେବାର ଅଢେଇ ବର୍ଷ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ନିଜ ନିର୍ବାଚନମଣ୍ଡଳୀ ଆମେଠୀକୁ ପ୍ରଥମଥର ପାଇଁ...

ନୀତୀଶ କୁମାରଙ୍କ ଉପରେ ଆକ୍ରମଣ

ପାଟନା,୨୮।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ନିଜ ସହର ଭଖ୍‌ତିୟାରପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବାବେଳେ ତାଙ୍କୁ ଜଣେ ବ୍ୟକ୍ତି ଆକ୍ରମଣ କରିଛନ୍ତି। ସଙ୍ଗେ...

‘ମୁଁ କ୍ଷମା ଚାହୁଁଛି, ଅଜିତ ପାଓ୍ବାରଙ୍କୁ ଜଣାଥିଲା…’ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଫେରାଇ ନେଇ ଏମିତି କହିଲେ ଶରଦ ପାଓ୍ବାର

ମୁମ୍ବାଇ,୫।୫: ବରିଷ୍ଠ ନେତା ଶରଦ ପାଓ୍ବାର ଏନସିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଦେଇଥିବା ଇସ୍ତଫାକୁ ଫେରାଇ ନେଇଛନ୍ତି। ଶୁକ୍ରବାର ଅର୍ଥାତ୍‌ ମେ ୫ରେ ପ୍ରେସ କନଫରେନ୍ସରେ...

କରୋନା ପାଇଁ ଟ୍ରେନ୍‌ ବଗିକୁ ଆଇସୋଲେଶନ ଓ୍ବାର୍ଡରେ କରାଗଲା ପରିବର୍ତ୍ତନ

ନୂଆଦିଲ୍ଲୀ,୨୮।୩: କରୋନା ଭାଇରସ କବଳରେ ଭାରତ। ଏବେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୯ଶହ ଛୁଇଁବାକୁ ଯାଉଥିବା ବେଳେ ମୃତକଙ୍କ ସଂଖ୍ୟା ୨୦ ଅତିକ୍ରମ କରି ସାରିଲାଣି।...

Advertisement
Archives

Model This Week