Posted inଜାତୀୟ

ରାଜ୍ୟପାଳଙ୍କୁ ଅଟକାଇଲେ ଟିଏମ୍‌ସି ବିଧାୟକ

କୋଲକାତା,୯ା୩: ପଶ୍ଚିମବଙ୍ଗ ବିଧାନସଭାରେ ସୋମବାର ବଜେଟ ଅଧିବେଶନର ପ୍ରଥମ ଦିନରେ ଅପ୍ରୀତିକର ସ୍ଥିତି ଦେଖିବାକୁ ମିଳିଥିଲା। ପୌର ନିର୍ବାଚନ ପରବର୍ତ୍ତୀ ହିଂସା ଘଟଣାକୁ ନେଇ ଭାଜପା ବିଧାୟକମାନେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ। ରାଜ୍ୟପାଳ ଜଗଦୀପ୍‌ ଧନ୍‌ଖରଙ୍କୁ ତାଙ୍କ ଅଭିଭାଷଣ ରଖିବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅନୁରୋଧ କରିଥିଲେ। ହଟ୍ଟଗୋଳ ଯୋଗୁ ରାଜ୍ୟପାଳ ଅଭିଭାଷଣ ପଢ଼ି ନ ପାରି ଗୃହ ଛାଡ଼ିବାକୁ ଯାଉଥିବାବେଳେ ଟିଏମ୍‌ସି କର୍ମୀମାନେ ତାଙ୍କୁ ଯିବାକୁ ଦେଇ ନ ଥିଲେ। ସେମାନେ ରାଜ୍ୟପାଳଙ୍କ ଆସନ ଚାରିପଟେ ଘେରି ରହିଥିଲେ। ଶେଷରେ ରାଜ୍ୟପାଳ ତାଙ୍କ ଅଭିଭାଷଣର ପ୍ରଥମ ଓ ଶେଷ ଧାଡ଼ି ପଢ଼ି ଗୃହ ଛାଡ଼ିଥିଲେ। ଏହା ଅଭୂତପୂର୍ବ ଓ ସାମ୍ବିଧାନିକ ସଙ୍କଟ ସୃଷ୍ଟି ଲାଗି ଯୋଜନାବଦ୍ଧ ଉଦ୍ୟମ ବୋଲି ମମତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରିବଙ୍କୁ ସର୍ବନିମ୍ନ ଆୟ ପ୍ରତିଶ୍ରୁତି

କୋଲକାତା,୧୮।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି। ଏଥିରେ ପଛୁଆ ବର୍ଗର ଲୋକମାନଙ୍କ ଲାଗି ବାର୍ଷିକ...

ଅହମଦାବାଦ୍‌ରେ ୩୩୪ ସୁପର ସ୍ପ୍ରେଡର: ମେ ୧୫ ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ

ଅହମଦାବାଦ୍‌,୧୦।୫: ଗୁଜରାଟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଅହମଦାବାଦ୍‌ରେ କରୋନା ସଂକ୍ରମଣ ବଢ଼ାଇଥିବା ୩୩୪ ଜଣ ସୁପର ସ୍ପ୍ରେଡରଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ଦ୍ୱାରା...

କରୋନାରେ ଜୀବନ ହାରିଲେ ୨୫ ବର୍ଷୀୟ ଯୁବ ଡାକ୍ତର

ନୂଆଦିଲ୍ଲୀ, ୧୫।୯: କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଗତ ଏକ ମାସ ଧରି ଲଢ଼େଇ କରି ଶେଷରେ ୨୫ ବର୍ଷୀୟ ଜଣେ ଯୁବ ଡାକ୍ତର ମୃତ୍ୟୁବରଣ...

ଜିଲାପାଳମାନେ କରୋନା ଲଢ଼େଇର ଫିଲ୍ଡ୍‌ କମାଣ୍ଡର: ମୋଦି…

ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯ ରାଜ୍ୟର...

ଗୋଟିଏ ମଞ୍ଚରେ ମୋଦି, ଉଦ୍ଧବ

ମୁମ୍ବାଇ,୧୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ମଧ୍ୟରେ ଗତ କିଛି ମାସର ତିକ୍ତ ସମାଲୋଚନା ପରେ ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇରେ...

ୟୁପିରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ଏନ୍‌ଏସ୍‌ଏ

ଲକ୍ଷ୍ନୌ,୧୬ା୪: ଉତ୍ତରପ୍ରଦେଶରେ ପୋଲିସ, ସ୍ବାସ୍ଥ୍ୟ ବିଭାଗ ଓ ପରିମଳ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରୁଥିବା ଲୋକଙ୍କ ବିରୋଧରେ ଏନ୍‌ଏସ୍‌ଏ(ଜାତୀୟ ସୁରକ୍ଷା ଆଇନ) ଏବଂ ବିପର୍ଯ୍ୟୟ...

ସିଏଏକୁ ନେଇ ହିଂସା ପରେ କ୍ୟାମ୍ପସ ଛାଡିଲେ ଜାମିଆ ଛାତ୍ର

ନୂଆଦିଲ୍ଲୀ,୧୬।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ରାଜଧାନୀରେ ରବିବାର ଏହାର ତାତି ଦେଖିବାକୁ ମିଳିଛି।...

ମୃତଦେହରୁ ସଂକ୍ରମଣ ହେବନାହିଁ କରୋନା ଭାଇରସ

ନୂଆଦିଲ୍ଲୀ,୧୪।୩: କରୋନା ଭାଇରସ ସଂକ୍ରମଣର ଭୟ ଏବେ ସାରା ବିଶ୍ୱକୁ ଏକ ପ୍ରକାର ଭୟଭୀତ କରି ରଖିଛି। ଭାରତରେ ୮୫ ଜଣ କରୋନା ସଂକ୍ରମଣଙ୍କୁ ଚିହ୍ନଟ...

Advertisement
Archives

Model This Week