Posted inଜାତୀୟ

ନନ୍ଦିଗ୍ରାମ ବିଧାୟକଙ୍କ ବାପା, ଭାଇଙ୍କୁ ମିଳିବ ଓ୍ବାଇ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ,୨୨।୫: ପଶ୍ଚିମବଙ୍ଗର ସମସ୍ତ ୭୭ ନୂତନ ନିର୍ବାଚିତ ଭାଜପା ବିଧାୟକଙ୍କୁ କେନ୍ଦ୍ରୀୟ ସୁରକ୍ଷା ଯୋଗାଇ ଦେବାର କିଛି ଦିନ ପରେ ନନ୍ଦିଗ୍ରାମ ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ବାପା ଏବଂ ଭାଇଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା ଯୋଗାଇ ଦିଆଯିବ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶନିବାର ନିଷ୍ପତ୍ତି ନିଆଯାଇଛି। ଶୁଭେନ୍ଦୁଙ୍କ ବାପା ଏମ୍‌ପି ଶିଶିର ଅଧିକାରୀ ଏବଂ ଭାଇ ଏମ୍‌ପି ଦିବ୍ୟେନ୍ଦୁ ଅଧିକାରୀଙ୍କୁ ‘ଓ୍ବାଇ ପ୍ଲସ ସୁରକ୍ଷା ମିଳିବ। ତାଙ୍କର ସୁରକ୍ଷା ନିମନ୍ତେ ‘ସିଆର୍‌ପିଏଫ’ କର୍ମଚାରୀମାନଙ୍କୁ ମୁତୟନ କରାଯିବ। ଭାଜପାରେ ଯୋଗ ଦେବା ଲାଗି ଶୁଭେନ୍ଦୁଙ୍କ ନିଷ୍ପତ୍ତି ପରେ ପୂର୍ବରୁ ତୃଣମୂଳ କଂଗ୍ରେସର ସଦସ୍ୟ ଥିବା ଅଧିକାରୀ ପରିବାର ମମତା ବାନାର୍ଜୀଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ରାଲିରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏମ୍‌ପି ଶିଶିର ଭାଜପାରେ ଯୋଗ ଦେଇଥିଲେ। ସେହିପରି ଦିବ୍ୟେନ୍ଦୁ ମଧ୍ୟ ଭାଜପାରେ ମିଶିଛନ୍ତି। ଅନ୍ୟପକ୍ଷେ ଭାଜପା ଶୁଭେନ୍ଦୁଙ୍କୁ ପଶ୍ଚିମବଙ୍ଗ ବିଧାନ ସଭାର ବିରୋଧୀ ଦଳ ନେତା ଭାବେ ମନୋନୀତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଳିରେ ହେଉ ୪ ରାଜଧାନୀ: ମମତା

କୋଲକାତା, ୨୪।୧: ଭାରତରେ ପାଳିକରି ୪ଟି ରାଜଧାନୀ ହେବା ଆବଶ୍ୟକ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ନେତାଜୀ ଜୟନ୍ତୀ ପାଳନ ଅବସରରେ ଏକ...

ପାକିସ୍ତାନ ଜେଲରେ ୫୦ ବର୍ଷ ଧରି ବନ୍ଦୀ ଥିବା ମେଜରଙ୍କ ମୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ଏସ୍‌ସିଙ୍କ ଜବାବ୍‌ ତଲବ…

ନୂଆଦିଲ୍ଲୀ, ୧୩।୪ : ପାକିସ୍ତାନ ଜେଲରେ ୫୦ ବର୍ଷ ଧରି ବନ୍ଦୀ ଥିବା ମେଜର କନଓ୍ବଲଜିତ୍‌ ସିଂଙ୍କ ମୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ ଜବାବ୍‌ ତଲବ...

ମହାରାଷ୍ଟ୍ରରେ ସରକାର ଗଠନ: ଭାଜପା କହିଲା, ‘ଜୟ ଶ୍ରୀରାମ, କାମ ସରିଗଲା’

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ରରେ ଯଦିଓ ରାଷ୍ଟ୍ରପତି ଶାସନ ଜାରି କରାଯାଇଛି ଏବେ ମଧ୍ୟ ଭାଜପା, ଶିବସେନା, କଂଗ୍ରେସ ଓ ଏନସିପି ଦଳ ପକ୍ଷରୁ ସରକାର ଗଢିବା ପାଇଁ...

୭ ବର୍ଷ ହେଲା ମିଳୁନି କ୍ଷତି ପୂରଣ, ହାଇଟେନଶନ୍‌ ଟାଓ୍ବାରରେ ଖଟ ପକାଇଲେ ଚାଷୀ…

ସତନା, ୧୫।୩ : ମଧ୍ୟପ୍ରଦେଶର ସତନା ଜିଲା ପିଥୋରାବାଦ ଗାଁରେ କ୍ଷତିପୂରଣ ଦାବି କରି ଚାଷୀମାନେ ହାଇଟେନ୍‌ଶନ ବିଦ୍ୟୁତ୍‌ ଟାଓ୍ବାରରେ ଖଟ ପକାଇ ବିରୋଧ ପ୍ରଦର୍ଶନ...

ଆର୍ଥିକ ସଙ୍କଟକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ମମତା

ନୂଆଦିଲ୍ଲୀ,୨୧।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବିନିବେଶକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆର୍ଥିକ ସଙ୍କଟରୁ ରକ୍ଷା ପାଇବା ପାଇଁ ବିନିବେଶ କୌଣସି ସମାଧାନ...

ଶେଷକୃତ୍ୟ ପୂର୍ବରୁ ବଧୂ ବେଶରେ ସଜେଇ ହେଲେ ସୁଷମା

ନୂଆଦିଲ୍ଲୀ, ୭।୮: ଅନ୍ତିମ ଯାତ୍ରାରେ ବାହାରିବା ପୂର୍ବରୁ ବଧୂ ବେଶରେ ସଜେଇ ହୋଇଛନ୍ତି ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜ୍‌। ମଥାରେ ବଡ ବିନ୍ଦି, ଲାଲ...

‘ଦିଲ୍ଲୀର ବିଧାୟକଙ୍କୁ କିଣିବାକୁ ରହିଛି ୧୦୭୫ କୋଟି ଟଙ୍କା’… ମନିଷ ସିସୋଡିଆ

ନୂଆଦିଲ୍ଲୀ,୨୯ ।୧୦: ଗୁଜରାଟ ଓ ହିମାଚଳ ପ୍ରଦେଶରେ ଖୁବ୍ କମ୍ ଦିନ ମଧ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାକୁ ନେଇ ଆମ ଆଦମୀ...

ମୃତ୍ୟୁ ଘଟିଥିବା ନିର୍ବାଚନ କର୍ମଚାରୀଙ୍କ ପରିବାରକୁ ମିଳୁ କୋଟିଏ ଟଙ୍କାର ସହାୟତା: ହାଇକୋର୍ଟ …

ଲକ୍ଷ୍ନୌ,୧୨।୫: ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ନିଯୁକ୍ତ ହୋଇଥିବା କେତେକଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବା ନେଇ ଆହ୍ଲାବାଦ୍‌...

Advertisement
Archives

Model This Week