ପର୍ଯ୍ୟଟକଙ୍କ ଚାହିଦାକୁ ଦେଖି ସୁବିଧା

ସମ୍ବଲପୁର ମାଝିପାଲି ଅଞ୍ଚଳରେ ଥିବା ‘ଦି ଓ୍ବେଲ୍‌କମ୍‌ ରିସର୍ଟ ଆଣ୍ଡ୍‌ ସ୍ପା’ ପର୍ଯ୍ୟଟକଙ୍କ ରହଣି ପାଇଁ ଏକ ଉପଯୁକ୍ତ ସ୍ଥାନ। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟଟକଙ୍କ ପାଇଁ ଏହି ହୋଟେଲ୍‌ ସବୁ ପ୍ରକାର ସୁବିଧା ଯୋଗାଇଥାଏ। ପିଲାଙ୍କ ଖେଳ ସାମଗ୍ରୀଠୁ ନେଇ ଯୁବବର୍ଗଙ୍କ ଜିମ୍‌ ଏବଂ ସ୍ପା ସୁବିଧା ଏଠାରେ ଉପଲବ୍ଧ। ଗ୍ରାହକଙ୍କୁ ଆଗକୁ ମଧ୍ୟ ଉନ୍ନତ ସେବା ପ୍ରଦାନ ଲକ୍ଷ୍ୟ ରଖିଥିବା ଧରିତ୍ରୀକୁ ସାକ୍ଷାତ୍‌କାରରେ କହିଛନ୍ତି ହୋଟେଲର ପରିଚାଳନା ନିର୍ଦ୍ଦେଶକ ନଟବର କୁମାର ବାଙ୍କ। ।

ଏମ୍‌ଆଇସିଇ ବିଜ୍‌ନେସ୍‌ରେ ଯୋଡ଼ିହେବା ପାଇଁ ଆପଣଙ୍କ ଗ୍ରୁପ୍‌ ପକ୍ଷରୁ କ’ଣ ସବୁ ପଦକ୍ଷେପ ନିଆଯାଇଥାଏ?
ହୋଟେଲ୍‌ ଇଣ୍ଡଷ୍ଟ୍ରି ପାଇଁ ଏମ୍‌ଆଇସିଇ ସେଗ୍‌ମେଣ୍ଟ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏଥିରେ ସାଧାରଣତଃ ବିଭିନ୍ନ ଚ୍ୟାଲେଞ୍ଜ ରହିଥାଏ। ପ୍ଲାନରଙ୍କ ଚାହିଦା ତଥା ଆବଶ୍ୟକତା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେମାନେ ଯୋଗଦାନକାରୀଙ୍କ ଉତ୍ତମ ଅନୁଭୂତି ପାଇଁ ନୂତନ ଇଭେଣ୍ଟ ଟେକ୍ନୋଲୋଜି ଚାହାନ୍ତି। ଚାଲୁଥିବା ଏମ୍‌ଆଇସିଇ ବ୍ୟବସାୟ ଉପରେ ଆମେ ନଜର ରଖିବା ସହ ଇଭେଣ୍ଟର ପ୍ରକାରକୁ ଆଧାର କରି ଯୋଗଦାନକାରୀମାନଙ୍କୁ ଆକର୍ଷିତ କରିବା ଭଳି ଇଭେଣ୍ଟକୁ ନେଇ ଆମେ ଏକ ପ୍ରୋଫାଇଲ୍‌ ତିଆରି କରୁ। ଆମେ ଏବେ ଏକ ଡିଜିଟାଲ୍‌ ଦୁନିଆରେ ଥିବାରୁ ଡିଜିଟାଲ୍‌ ଚ୍ୟାନେଲ୍‌ଗୁଡ଼ିକ ମାଧ୍ୟମରେ ଇଭେଣ୍ଟ ଆୟୋଜନ ସ୍ଥଳଗୁଡିକୁ ପ୍ରମୋଟ୍‌ କରିଥାଉ। ସୋସିଆଲ୍‌ ମିଡିଆ, କର୍ପୋରେଟ ଓ୍ବେବ୍‌ସାଇଟ୍‌ ଏବଂ ଅନ୍‌ଲାଇନ୍‌ ସୋର୍ସିଂ ଟୁଲଗୁଡିକ ମଧ୍ୟ କାର୍ଯ୍ୟ ବ୍ୟସ୍ତ ଯୋଜନାକାରୀଙ୍କର ଇଭେଣ୍ଟ ସମ୍ପର୍କିତ ପ୍ରାରମ୍ଭିକ ଧାରଣାକୁ ପ୍ରଭାବିତ କରେ। ଏହି ପ୍ରକ୍ରିୟା ଶୀଘ୍ର ଭେନ୍ୟୁ ନିର୍ଦ୍ଧାରଣ କରିବାରେ ସହଯୋଗ କରେ। ଏହା ଅଧିକ ସମୟ ନେବା ସହିତ ତ୍ରୁଟିଯୁକ୍ତ ଏବଂ କଷ୍ଟସାଧ୍ୟ ହୋଇଥାଏ। ତେଣୁ ଅଧିକାଂଶ ଇଭେଣ୍ଟ ପ୍ଲାନର ଦକ୍ଷ ‘ରୁମ୍‌ ବ୍ଲକ୍‌ ମ୍ୟାନେଜ୍‌ମେଣ୍ଟ’ ଚାହାନ୍ତି।
ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ଭବିଷ୍ୟତକୁ କିଭଳି ଦେଖନ୍ତି?
ଓଡ଼ିଶା ଦେଶର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ମଧ୍ୟରେ ଅନ୍ୟତମ। ରାଜ୍ୟରେ ଥିବା ଅଭୟାରଣ୍ୟ, ବେଳାଭୂମି, ମନ୍ଦିର, ସ୍ମାରକସ୍ଥଳ, କଳା-ସଂସ୍କୃତି ଏବଂ ପର୍ବପର୍ବାଣି ଅନେକ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ପର୍ଯ୍ୟଟକମାନେ ଗୋଟିଏ ସ୍ଥାନର ସଂସ୍କୃତି, କଳା, ପ୍ରସିଦ୍ଧ ଖାଦ୍ୟ ପାନୀୟ, ଭିତ୍ତିଭୂମି, ପରିଦୃଶ୍ୟ, ଇତିହାସ, ସାମଗ୍ରୀ କ୍ରୟ-ବିକ୍ରୟ ଇତ୍ୟାଦି ବିଶେଷତ୍ୱକୁ ଭିତ୍ତିକରି ଗନ୍ତବ୍ୟସ୍ଥଳ ଚୟନ କରନ୍ତି। ଗୋଟିଏ ପର୍ଯ୍ୟଟନସ୍ଥଳର ଏହି ବିଶେଷତ୍ୱଗୁଡ଼ିକ ସେମାନଙ୍କୁ ଆକର୍ଷିତ କରିଥାଏ। ଏ ଦୃଷ୍ଟିରୁ ଓଡ଼ିଶାକୁ ଏକ ଉତ୍ତମ ପର୍ଯ୍ୟଟନସ୍ଥଳ ଭାବରେ ମୁଁ ବିବେଚନା କରୁଛି।
ଅନ୍ୟ ହୋଟେଲ ତୁଳନାରେ ଦି ଓ୍ବେଲ୍‌କମ୍‌ ରିସର୍ଟର କି ସ୍ବତନ୍ତ୍ରତା ରହିଛି?
ରହିବା ପାଇଁ ଉତ୍ତମ ବ୍ୟବସ୍ଥା: ଏହା ପର୍ଯ୍ୟଟକଙ୍କୁ ଉତ୍ତମ ରହିବା ସୁବିଧା ପ୍ରଦାନ ସହିତ ବ୍ୟବସାୟିକ ଉଦ୍ଦେଶ୍ୟରେ ଆସିଥିବା ଯାତ୍ରୀଙ୍କ ପାଇଁ ବିସ୍ତୃତ ସ୍ଥାନ ଯୋଗାଇ ଦେଇଥାଏ। ଏହାବ୍ୟତୀତ ଛୋଟ ପିଲାଙ୍କ ପାଇଁ ଏଠାରେ ଖେଳକୁଦ ସୁବିଧା ଥିବା କକ୍ଷ ବ୍ୟବସ୍ଥା ମଧ୍ୟ ରହିଛି।
ଫିଟ୍‌ନେସ୍‌ ଏବଂ ସ୍ପା ସୁବିଧା: ବର୍ତ୍ତମାନ ପର୍ଯ୍ୟଟକମାନେ ନିଜ ସ୍ବାସ୍ଥ୍ୟ ଏବଂ ଶରୀର ପ୍ରତି ଯଥେଷ୍ଟ ସଜାଗ ରହୁଥିବା ଅନୁଭବ କରି ଆମେ ନିଜ ହୋଟେଲରେ ଭଲ ଉପକରଣ ଥିବା ଜିମ୍‌ ଏବଂ ସ୍ପା ସୁବିଧା କରିଛୁ।
ଏହାଛଡ଼ା ପିଲାଙ୍କ ଖେଳଣା ଏବଂ ପେଣ୍ଟିଂ ବୁକ୍‌କୁ ନେଇ ଏକ ଫ୍ୟାମିଲି ପ୍ୟାକ୍‌ ବ୍ୟବସ୍ଥା ମଧ୍ୟ କରିଛୁ। ଆମେ ବଜାର ଏବଂ ପର୍ଯ୍ୟଟକଙ୍କ ଚାହିଦାକୁ ନଜରରେ ରଖି ସେବା ଓ ସୁବିଧାମାନ ପ୍ରଦାନ କରିଥାଉ।
ପୁରୀରେ ପ୍ରସ୍ତାବିତ ଅନ୍ତର୍ଜାତୀୟ ବିମାନବନ୍ଦର ରାଜ୍ୟକୁ କିଭଳି ସହାୟକ ହେବ?
ସରକାରଙ୍କ ଯୋଜନାଗୁଡ଼ିକ ପର୍ଯ୍ୟଟନ ଓ ଚିକିତ୍ସା କ୍ଷେତ୍ରରେ ଉନ୍ନତି ଏବଂ ନୂଆ ଆଶା ଜାଗ୍ରତ କରିଛି। ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ହେବା ଦ୍ୱାରା ରାଜ୍ୟରେ ଯାତ୍ରା, ପରିବର୍ତ୍ତନ ଏବଂ ଆତିଥ୍ୟ ଦିଗରେ ଅନେକ ଉନ୍ନତି ପରିଲକ୍ଷିତ ହେବ। ଦେଶବିଦେଶର ଯାତ୍ରୀଙ୍କ ଭିଡ଼ ଜମିବ। ସୁବିଧା ପାଇଁ ଟ୍ରାଭେଲ୍‌ ମ୍ୟାନେଜରମାନେ ବିଭିନ୍ନ ଭାଷାଭିତ୍ତିକ ପ୍ରମୋଶନାଲ୍‌ ମ୍ୟାଟେରିଆଲ୍‌ ଏବଂ ଆକ୍ଟିଭିଟି ଗାଇଡ୍‌ ନିଯୁକ୍ତ କରିପାରିବେ। ଏହାଦ୍ୱାରା କର୍ମଚାରୀ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ବାର୍ତ୍ତା ଆଦାନପ୍ରଦାନ ସୁବିଧାରେ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?