ଅନ୍ୟ ଆକାଉଣ୍ଟରେ ଜମା ହୋଇଛି ହିତାଧିକାରୀଙ୍କ ଆବାସ ଟଙ୍କା

ନବରଙ୍ଗପୁର,୧୮।୧୧(ବି.ପ୍ର.): ନବରଙ୍ଗପୁର ପୌରାଞ୍ଚଳରେ ଧନୀକ ଶ୍ରେଣୀର ଲୋକଙ୍କୁ ମିଳୁଛି ଆବାସ। ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ଟଙ୍କା ପାଇବାବେଳେ ପ୍ରଥମ କିସ୍ତି ଅନ୍ୟ ଆକାଉଣ୍ଟକୁ ଚାଲି ଯାଉଛି। ଦୋଷ କାହାର ସେ ନେଇ ଖୋଜା ଚାଲିଛି। ହିତାଧିକାରୀ ଘର ଖଣ୍ଡେ ପାଇଁ ୧୧ ମାସ ହେବ ଚାତକ ଭଳି ଚାହିଁ ରହିଛନ୍ତି। ଛାତ ଘର ଖଣ୍ଡେ ପାଇଁ ସୁଖରେ ରହିବି ବୋଲି ଆଶା କରିଥିବା ହିତାଧିକାରୀ ବିଶାଳ ଭତରା ଶୀତ କାକରରେ ରାତ୍ରୀ ଯାପନ କରୁଛନ୍ତି। ସରକାରୀ ବ୍ୟବସ୍ଥାରେ ମନ ଦୁର୍ବଳ ହୋଇ ଯାଇଛି। ଏଭଳି ଘଟଣା ନବରଙ୍ଗପୁର ପୌରାଞ୍ଚଳର ଇଚ୍ଛାବତୀଗୁଡା ୧୭ ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି।
ନବରଙ୍ଗପୁର ପୌରାଞ୍ଚଳ ୧୭ ନମ୍ବର ୱାର୍ଡ ଇଚ୍ଛାବତୀଗୁଡାର ବିଶାଳ ଭତରା ୨୦୨୨ ଜାନୁୟାରୀ ୭ ତାରିଖରେ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଲେ। ରହୁଥିବା ଝୁପୁଡି ଘର ଭାଙ୍ଗି ପିଲାର ପାଇଁ ଗାତ ଖୋଳିଲେ। ଟଙ୍କା ଆସିବାରେ ବିଳମ୍ବ ହେବାରୁ ପୌରସଂସ୍ଥାକୁ ଯାଇ ଏହାର କାରଣ ପଚାରିଥିଲେ। ସେପ୍ଟମ୍ବର ୭ ତାରିଖରେ ବିଶାଳଙ୍କ ବ୍ୟାଙ୍କ ଖାତାକୁ ୪୦ ହଜାର ଟଙ୍କା ଯାଇଛି ବୋଲି ପୌରସଂସ୍ଥା ପକ୍ଷରୁ କୁହାଯାଇଥିଲ। ବିଶାଲ ବ୍ୟାଙ୍କ ଖାତା ଚେକ୍‌ କରିବାରୁ ସେଥିରେ ଟଙ୍କା ଜମା ହୋଇ ନଥିବା ଦେଖବ ପୁନଃର୍ବାର ପଚାରିବାକୁ ପୌରସଂସ୍ଥା କାର୍ଯ୍ୟାଳୟକୁ ଯାଇଥିଲେ। ନବରଙ୍ଗପୁର ବ୍ଲକ ଆମ୍ବାଦୋଳା ଗାଁର ମାଣିକ ଭତରାଙ୍କ ଆକାଉଣ୍ଟରେ ୪୦ ହଜାର ଟଙ୍କା ଚାଲି ଯାଇଛି ବୋଲି ଏଥର ବିଶାଲଙ୍କୁ କୁହାଯାଇଥିଲା। ଏଣେ ମାଣିକ ଓ ତାଙ୍କ ପରିବାର ଦାଦନ ଖଟିବାକୁ ଅନ୍ୟତ୍ର ଚାଲି ଯାଇଥିବା ଜଣାପଡିଛି। ଘର ଖଣ୍ଡିଏ ନ ଥିବାରୁ ଏବେ ବିଶାଳ, ତାଙ୍କ ସ୍ତ୍ରୀ କମଳା, ପୁଅ କ୍ରିଷ୍ଣା, ମାଆ ପ୍ରତିମା ଓ ବାପା ପଦଲାମ ବାର ଦ୍ୱାର ହୋଇ ସ୍କୁଲ ବାରଣ୍ଡାରେ ରାତ୍ରୀ ଯାପନ କରୁଛନ୍ତି। ବିଶାଳ ଭଙ୍ଗା ଦଦରା ଘରେ ରହୁଥିଲେ। ଆବାସ ଯୋଜନାରେ ଘର ପାଇଁ କାର୍ଯ୍ୟାଦେଶ ମିଳିବା ପରେ ଝୁପୁଡିକୁ ଭାଙ୍ଗି ପିଲାର ପାଇଁ ଗାତ ଖୋଳିଲେ। ଗରୀବ ଲୋକଙ୍କୁ ସରକାର ପକ୍କା ଘର ଆବାସ ଯୋଜନାରେ ଯୋଗାଉଛନ୍ତି। ପୌର କର୍ମଚାରୀଙ୍କ ଅବହେଳା ଲାଗି ହିତାଧିକାରୀଙ୍କୁ ଟଙ୍କା ନ ମିଳି ଅନ୍ୟ ଆକାଉଣ୍ଟକୁ ଚାଲି ଯାଉଛି। ମାସକରୁ ଊର୍ଦ୍ଧ୍ୱ ସମୟ ବିତିଗଲା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ତୁରନ୍ତ ହିତାଧିକାରୀଙ୍କୁ ଟଙ୍କା ନ ମିଳିଲେ ଆନ୍ଦୋଳନ ହେବ ବୋଲି ପୂର୍ବତନ କାଉନ୍‌ସିଲର ସୁଧୀର ମହାପାତ୍ର କହିଛନ୍ତି। ଏନେଇ ପୌରସଂସ୍ଥା ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କୁ ପଚାରିବାରୁ ଯାହା ଆକାଉଣ୍ଟକୁ ଟଙ୍କା ଚାଲି ଯାଇଛି ତାଙ୍କୁ ଫେରସ୍ତ ପାଇଁ କୁହାଯିବ। ଯଦି ଟଙ୍କା ନ ଫେରାନ୍ତି ତେବେ ପ୍ରଥମ କିସ୍ତି ଟଙ୍କା ବ୍ୟାଙ୍କ ଖାତାରେ ଜମା କରିବା ଦିୟିତ୍ୱରେ ଯିଏ ଥିବେ ସେ ଭରଣା କରିବେ। ହିତାଧିକାରୀ ନିଶ୍ଚିତ ଟଙ୍କା ପାଇବେ। ସମୟ ସୀମା ମଧ୍ୟରେ ଘର କାମ ସମ୍ପୂର୍ଣ୍ଣ କଲେ ତାଙ୍କର ଇନସେନଟିଭ ମଧ୍ୟ ପାଇବେ। ସେଥିରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?