Posted inଫୁରସତ

ଉପକାରୀ ଅଦା

ମହିଳାମାନେ ସାଧାରଣତଃ ଘରୋଇ ଉପଚାରକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଯଦି ଆପଣ ବି ଏପରି କରୁଥାନ୍ତି ତେବେ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ଭରିରହିଥିବା ଅଦାକୁ ନେଇ କିପରି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦୂର କରିପାରିବେ ଜାଣିରଖନ୍ତୁ ଟିପ୍ସ…
ପ୍ରତିଦିନ ଖାଦ୍ୟ ତାଲିକାରେ ଅଦାକୁ ସାମିଲ କରିବା ଦ୍ୱାରା ଭାଇରାଲ ରୋଗର ଆଶଙ୍କା ହ୍ରାସ ପାଇଥାଏ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଆଣ୍ଟି ବ୍ୟାକ୍ଟେରିଆଲ୍‌ ତତ୍ତ୍ୱ ହାନିକାରକ ବ୍ୟାକ୍ଟେରିଆଠାରୁ ଶରୀରକୁ ସୁରକ୍ଷା ଦେଇଥାଏ।
ପାଟିରେ ଘା’ ବା ଛାଲ ହେବାଦ୍ୱାରା ଖାଇବାରେ ଅନେକଙ୍କୁ ଅସୁବିଧା ହୋଇଥାଏ। ହେଲେ ଯଦି ଆପଣ ଖଣ୍ଡେ ଅଦାକୁ ଚୋବାଇ ଚୋବାଇ ଖାଇବେ ତେବେ ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଆପଣଙ୍କୁ ଏହି ସମସ୍ୟାରୁ ଶୀଘ୍ର ଉପଶମ ଦେବ।
କାଶ ହେଉଥିଲେ ଅଦା ରସରେ ମହୁ ମିଶାଇ ଖାଆନ୍ତୁ ଉପକୃତ ହେବେ। ଏହା ଥଣ୍ଡା ମଧ୍ୟ ଦୂର କରିଥାଏ। ଏଥିପାଇଁ ଆପଣ ଅଦା ଚା’ ପିଇପାରିବେ।
ଛୋଟ ଅଦା ଖଣ୍ଡ ସହ ଅଳ୍ପ ଲୁଣ ନେଇ ଚୋବାଇବା ଦ୍ୱାରା ପେଟ ସଫା ରହିବା ସହ ପ୍ରତିଦିନ ଏହିପରି କରିବା ଦ୍ୱାରା ମାତ୍ର ୭-୮ ଦିନ ମଧ୍ୟରେ ଭୋକ ମଧ୍ୟ ଲାଗିବା ଆରମ୍ଭ ହୋଇଥାଏ।
ସେହିପରି ବଦହଜମି, ଆମ୍ବିଳା ହାକୁଟି, ଗ୍ୟାସ୍‌ ଆଦି ସମସ୍ୟା ଦୂରେଇବାରେ ଅଦା ବେଶ୍‌ ଉପକାରୀ। ଅଦା ରସରେ ଜୁଆଣି, ସୈନ୍ଧବ ଲବଣ, ଲେମ୍ବୁରସ ମିଶାଇ ପ୍ରତିଦିନ ୨ ଚାମଚ ଲେଖାଏଁ ସେବନ କରିବା ଦ୍ୱାରା ପାଚନ କ୍ରିୟା ଠିକ୍‌ ରହିବା ସହ ଏସବୁ ସମସ୍ୟାରୁ ଉପଶମ ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ନାଚିଲା ଭୂତ: ବୈଜ୍ଞାନିକ ଆଶ୍ଚର୍ଯ୍ୟ

ସମାଜରେ ଅନେକ ଭୂତ କାହାଣୀ ଶୁଣିଥିବେ। କିନ୍ତୁ ମହାକାଶରେ ଭୂତ ନାଚୁଥିବା କେବେ ଶୁଣିଛନ୍ତି କି? ବୋଧହୁଏ ନା। ନିକଟରେ ମହାକାଶରେ ଭୂତ ନାଚୁଥିବା ଫଟୋ...

ଏହି ମନ୍ଦିରରେ ଦିନରେ ୩ ଥର ରୂପ ବଦଳାନ୍ତି ହନୁମାନ…

ଭାରତରେ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ମଧ୍ୟପ୍ରଦେଶ ପୁରବା ଗାଁ ନିକଟରେ ଥିବା ସୂରଜକୁଣ୍ଡରେ ହନୁମାନ ମନ୍ଦିର ରହିଛି। ଏଠାରେ ଠାକୁର ଗୋଟିଏ...

ମଣିସ ହସିଲେ ହସୁଛି ମାସ୍କ

ମହାମାରୀ କରୋନା ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଏହା ଦ୍ୱାରା ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି।...

ଦୁଇ ସ୍ନେହୀ ବିଲେଇ: ଗୋଟିଏ ପାତ୍ରରେ ଦୁହିଁଙ୍କ କ୍ଷୀରପିଆ ଦେଖି ଲାଗିବ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ପରୀକ୍ଷାରେ ଫେଲ୍‌ ହେବାରୁ ମିଛ ଅପହରଣ ନାଟକ

ୱାଶିଂଟନ: ଅନେକ ସମୟରେ ପରୀକ୍ଷା ରେଜଲ୍ଟ ଖରାପ ହୋଇଥାଏ। ସେତେବେଳେ ପିଲା ମାତା-ପିତାଙ୍କୁ ମିଛ ସତ କହିଥାନ୍ତି। ହେଲେ ନିକଟରେ ଜଣେ ଝିଅ ପରୀକ୍ଷାରେ ଫେଲ...

ଶିଶୁକନ୍ୟାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି ଅଧିକ ନିସନ୍ତାନ ଦମ୍ପତି

ନୂଆଦିଲ୍ଲୀ,୨।୧୧: ନିସନ୍ତାନ ଦମ୍ପତିମାନେ ଶିଶୁକନ୍ୟାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଏନେଇ ଏକ ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୯ ଏପ୍ରିଲ୍‌...

ନନାଙ୍କୁ ଦେଇଥିଲି ପ୍ରଥମ ଦରମା ଟଙ୍କା: ଶିବ ସୁନ୍ଦର ପାଣିଗ୍ରାହୀ

ଦୁଇ ହଜାର ତିନି ଅକ୍ଟୋବର ମାସର କଥା। ତାରିଖ ଅବଶ୍ୟ ଠିକ୍‌ସେ ମନେପଡୁନି କିନ୍ତୁ ସେଦିନ ସୋମବାର ଥିବା ଯୋଗୁ ସାଙ୍ଗମାନଙ୍କ ସହ ମୁଁ ଶିବ...

ପର୍ଯ୍ୟଟନସ୍ଥଳୀ: ବ୍ରାହ୍ମଣ କୁଣ୍ଡ

ମୟୂରଭଞ୍ଜ ଜିଲା ଶିମିଳିପାଳର ମନଲୋଭା ପ୍ରାକୃତିକ ପରିବେଶ ସାଙ୍ଗକୁ ସୁଉଚ୍ଚ ବୃକ୍ଷର ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ସବୁଜିମା ଆକର୍ଷିତ କରେ ପର୍ଯ୍ୟଟକଙ୍କୁ। ଏହାରି ମଧ୍ୟରେ ଅପୂର୍ବ...

Advertisement
Archives

Model This Week