କେଦାରନାଥ,୨୦।୭-ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି। ତେବେ ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିକି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଦେଖାଯାଇଛି, ପାହାଡରେ ନିର୍ମାଣ ହୋଇଥିବା ସିଡିରେ ଏକ ଟ୍ରାକ୍ଟର ଚଢୁଛି ଏବଂ ଟ୍ରାକ୍ଟର ପଛରେ ଭାରୀ ମେଶିନ ଲଦା ହୋଇଛି। ମେଶିନକୁ ଏକ ଦଉଡିରେ ବନ୍ଧା ଯାଇଛି। ବନ୍ଧା ଯାଇଥିବା ଦଉଡିକୁ କିଛି ଲୋକ ଧରିଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟୁଇଟରେ ସେୟାର କରିଛନ୍ତି। ସେ ଲେଖିଛନ୍ତି, ଏହା କେବଳ ଭାରତରେ ହୋଇପାରେ।
It can happen only in India🙏 pic.twitter.com/HjI0knXB04
— Susanta Nanda IFS (@susantananda3) July 19, 2020
ପ୍ରକାଶ ଯେ, କେଦାରନାଥରେ ନିର୍ମାଣ କାର୍ଯ୍ୟ ଚାଲିଛି। ସେଠାରେ ବିଦ୍ୟୁତ୍ ଷ୍ଟେଶନ ସ୍ଥାପନ କରାଯିବ ପାଇଁ ପାହାଡ ଉପରକୁ ବିଦ୍ୟୁତ ସାମଗ୍ରୀ ନିଆଯାଉଛି। ବେଳେବେଳେ ବିଦ୍ୟୁତ୍ ସାମଗ୍ରୀ ଉପରକୁ ନେବାକୁ ସମସ୍ୟା ସମ୍ମୁଖୀନ ହେବାକୁ ପଡିଥାଏ। ନିର୍ମାଣ କାର୍ଯ୍ୟ ପାଇଁ ଭାରୀ ଯନ୍ତ୍ର ପାହାଡ ଉପରକୁ ଆଣିବାର ଥିଲା। ଜଣେ ବ୍ୟକ୍ତି ଭାରୀ ମେଶିକୁ ଏକ ଟ୍ରାକ୍ଟରରେ ଲଦି ସିଡିରେ ଚଢି କେଦାରନାଥରେ ପହଞ୍ଚାଇ ଥିଲେ। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।