Posted inଖେଳ

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି।

ଡିଫେଣ୍ଡର ଓ ଗୋଲକିପର ମ୍ୟାଟ ଫ୍ରିସେ ଗାଫେଙ୍କ ତ୍ରୁଟି କାରଣରୁ ବେଲଜିୟମ ପ୍ରଥମ ୩ଟି ଗୋଲ କରିଥିଲା। ବିବାଦୀୟ ଭାବେ ଫିଫା ଦ୍ୱାରା ରେଡ୍‌ କାର୍ଡ ପ୍ରତ୍ୟାହାର କରାଯିବା ପରେ ଖେଳୁଥିବା ଆମେରିକୀୟ ଫରଓ୍ବାର୍ଡ ଫୋଲାରିନ ବାଲୋଗନଙ୍କ ଉପସ୍ଥିତି ମ୍ୟାଚ୍‌ରେ କୌଣସି ପ୍ରଭାବ ପକାଇ ପାରି ନ ଥିଲା।

ଏହି ପରାଜୟ ଯୋଗୁ ୨୦୦୨ ପରେ ଆମେରିକାର ପ୍ରଥମ ଥର ପାଇଁ ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲ ଖେଳିବା ଆଶା ଆଶାରେ ରହିଛି। ବେଲଜିୟମଠାରୁ ବିଶ୍ୱକପ୍‌ରେ ଏହା ଆମେରିକାର କ୍ରମାଗତ ଷଷ୍ଠ ପରାଜୟ। ପ୍ରଥମ ବିଶ୍ୱକପ୍‌ ଟ୍ରଫି ଲକ୍ଷ୍ୟରେ ଥିବା ବେଲଜିୟମ ଗତ ୧୨ ବର୍ଷରେ ଦ୍ୱିତୀୟ ଥର ପାଇଁ ଆମେରିକାକୁ ରାଉଣ୍ଡ ଅଫ୍‌-୧୬ରୁ ବିଦା କରିଛି। ଏହି ବିଜୟ ସହ ବେଲଜିୟମ ଦଳର ଅପରାଜେୟ ଧାରା ୧୮ ମ୍ୟାଚ୍‌ରେ ପହଞ୍ଚିଛି। ଏହି ଦଳ ଆସନ୍ତା ଶନିବାର କାଲିଫର୍ନିଆର ଇଙ୍ଗଲେଉଡ୍‌ଠାରେ ୨୦୧୦ ସଂସ୍କରଣ ଚାମ୍ପିୟନ ସ୍ପେନକୁ ଭେଟିବ।

ଦର୍ଶକଙ୍କ ଉପସ୍ଥିତିରେ ସିଆଟେଲ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ର ୯ମ ମିନିଟ୍‌ରେ ଗୋଲପୋଷ୍ଟ ସମ୍ମୁଖରେ କର୍ନର ଏରିଆରୁ ନିକୋଲାସ ରାସ୍କିନଙ୍କଠାରୁ ପାଇଥିବା ପାସକୁ ଚାଲର୍‌ସ ଡି କେଟେଲେରେ ସହଜରେ ଗୋଲ କରିଥିଲେ। ଚଳିତ ବିଶ୍ୱକପ୍‌ରେ ଏହା ଆମେରିକା ବିପକ୍ଷରେ ପ୍ରଥମ ଗୋଲ ଥିଲା।

ଜବାବରେ ୩୧ତମ ମିନିଟ୍‌ରେ ଗୋଲପୋଷ୍ଟଠାରୁ ୨୫ ମିଟର ଦୂରରେ ଆମେରିକାକୁ ମିଳିଥିବା ଫ୍ରି-କିକ୍‌ରୁ ମାଲିକ ଟିଲମ୍ୟାନ (୩୧ତମ) ସ୍କୋର କରି ମ୍ୟାଚ୍‌କୁ ବରାବର ସ୍ତରକୁ ଆଣିଥିଲେ। ହେଲେ ଏହାର ୧ ମିନିଟ୍‌ ପରେ ଲିଆଣ୍ଡ୍ରୋ ଟ୍ରୋସାର୍ଡ ଦେଇଥିବା ମୁଣ୍ଡ ଉଚ୍ଚା ପାସକୁ କେଟେଲେରେ ହେଡର ଜରିଆରେ ଗୋଲରେ ପରିଣତ କରିଥିଲେ। ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ଗୋଲକିପର ଗାଫେଙ୍କ ତ୍ରୁଟିର ଫାଇଦା ଉଠାଇ କେଟେଲେରେ ଗୋଲପୋଷ୍ଟ ସାମ୍ନାକୁ ବଲ ପାସ କରିଥିଲେ, ଯାହାକୁ ସହଜରେ ହାନ୍ସ ଭାନାକେନ(୫୭ତମ) ଗୋଲରେ ପରିଣତ କରିଥିଲେ। ସବଷ୍ଟିଚ୍ୟୁଟ ହୋଇ ପଡ଼ିଆକୁ ଆସିଥିବା ରୋମେଲୁ ଲୁକାକ ଇଞ୍ଜୁରି ଟାଇମ୍‌ରେ ବେଲଜିୟମ ପାଇଁ ଚତୁର୍ଥ ଗୋଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?