ହବିଷିଆଳିଙ୍କୁ ଶାଲ୍‌ ଉପହାର ଦେବେ ସରକାର

ପୁରୀ ସହର,୧୧ା୧୦: ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା ଅର୍ନ୍ତଭୂକ୍ତ ବୃନ୍ଦାବତୀ ନିବାସକୁ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଲୋକାର୍ପଣ କରିବା ସହ କାର୍ତ୍ତିକ ହବିଷିଆଳି ବ୍ରତ-୨୦୨୨ର ଶୁଭାରମ୍ଭ କରିଛନ୍ତି। ୧୧୮ଟି କୋଠରି ଥିବା ଆଠମହଲା ବିଶିଷ୍ଟ ବୃନ୍ଦାବତୀ ନିବାସ ଆକର୍ଷଣୀୟ ହୋଇଥିବାବେଳେ ଏଠାରେ ୧୨ଶହରୁ ଊର୍ଦ୍ଧ୍ୱ ହବିଷିଆଳିଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି।
ପବିତ୍ର କାର୍ତ୍ତିକ ମାସର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଏହି ହବିଷିଆଳି କେନ୍ଦ୍ରକୁ ଉଦ୍‌ଘାଟନ କରିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷିଆଳିଙ୍କ ନିମନ୍ତେ ହୋଇଥିବା ସୁବିଧା ସମ୍ପର୍କରେ ସୂଚନା ଦେଇଥିଲେ। ସେ ହବିଷିଆଳିମାନଙ୍କୁ ସ୍ବାଗତ କରି ସମସ୍ତଙ୍କୁ ଉପହାର ସ୍ବରୂପ ଗୋଟିଏ ଲେଖାଏ ଶାଲ୍‌ ପ୍ରଦାନ କରିବାକୁ ଘୋଷଣା କରିଥିଲେ। ମା’ମାନେ ଶାନ୍ତି ଓ ଆନନ୍ଦରେ କାର୍ତ୍ତିକ ବ୍ରତ ପାଳନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିବା ସହ ସେମାନଙ୍କର ଏବଂ ସେମାନଙ୍କ ପରିବାର ସମେତ ସାରା ଓଡ଼ିଶାବାସୀଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ କାମନା କରିଥିଲେ। ଏହି ଅବସରରେ ୩ଜଣ ହବିଷିଆଳି ଗଞ୍ଜାମର ଊର୍ମିଳା ପଟ୍ଟନାୟକ, ମୟୂରଭଞ୍ଜର ସାବିତ୍ରୀ ବିନ୍ଧାଣି ଏବଂ ପୁରୀର ଡଲିମଣି ନାଇଡ଼ୁ ସେମାନଙ୍କ ପାଇଁ ଏଠାରେ ଉପଲବ୍ଧ ନୂଆ ସୁବିଧା ସମ୍ପର୍କରେ ମତ ରଖିଥିଲେ। ସେମାନେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଆମ ପାଇଁ ସବୁ ସୁବିଧା କରିଛନ୍ତି। ରହିବା, ଶୋଇବା, ଖାଇବା କୌଣସିରେ ଅସୁବିଧା ନାହିଁ। ଜଗନ୍ନାଥ ମହାପ୍ରଭୁ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୋଟିଏ ପରମାୟୁ ଦିଅନ୍ତୁ କହି ସେମାନେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ କାମନା କରିଥିଲେ। ପ୍ରାରମ୍ଭରେ ହବିଷିଆଳିମାନେ ହୁଳହୁଳି ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏମ୍‌ପି ପିନାକୀ ମିଶ୍ର ଭିଡିଓ କନ୍‌ଫରେନ୍ସରେ ଯୋଗଦେଇ କହିଥିଲେ, ହବିଷିଆଳି ମା’ମାନେ ମୁଖ୍ୟମନ୍ତ୍ରୀଙ୍କର ଅଭିନ୍ନ ପରିବାର। ସେମାନଙ୍କ ସୁବିଧା ଓ ବ୍ରତ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ହବିଷିଆଳିଙ୍କୁ ମହା ଆନନ୍ଦ ଦେଇପାରିଛି। ପୂର୍ବରୁ ହବିଷିଆଳିମାନେ କାର୍ତ୍ତିକ ମାସରେ ପୁରୀ ଆସିବା ସମୟରେ ଯେଉଁଭଳି ଭାବେ ସମସ୍ୟାର ସମ୍ମୁଖୀନ ହେଉଥିଲେ, ତାହା ଆଉ ହେବାକୁ ପଡ଼ିବ ନାହିଁ। କାର୍ତ୍ତିକ ମାସରେ ହବିଷିଆଳି ମା’ମାନଙ୍କର ସମସ୍ତ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଗ୍ରହଣ କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ବୃନ୍ଦାବତୀ ନିବାସ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଏବଂ ଜିଲାପାଳ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଜିଲାପାଳ ବର୍ମା ସ୍ବାଗତ ଭାଷଣ ଏବଂ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ୪ ଏକରରୁ ଊର୍ଦ୍ଧ୍ୱ ପରିମିତ ଅଞ୍ଚଳରେ ବୃନ୍ଦାବତୀ ନିବାସ ଅବସ୍ଥିତ। ପ୍ରାୟ ୩୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ବୃନ୍ଦାବତୀ ନିବାସରେ ୧୧୮ଟି କୋଠରି ରହିଛି। ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲାର ୧୬୦୪ ଜଣ ହବିଷିଆଳି ଏଠାରେ ରହି ଏକମାସ ଧରି କାର୍ତ୍ତିକ ବ୍ରତ ପାଳନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଭିତରକନିକାରେ ବଉଳା କୁମ୍ଭୀର ଗଣନା ଆରମ୍ଭ

ରାଜନଗର,୨୯।୧୨(ଡି.ଏନ୍‌.ଏ.): ସରୀସୃପଙ୍କ ନନ୍ଦନକାନନ କୁହାଯାଉଥିବା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ରବିବାରଠାରୁ ବଉଳା କୁମ୍ଭୀର ଗଣନା ଆରମ୍ଭ ହେଇଛି। ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ...

‘ମଦ ପିଇ ଗାଡ଼ି ଚଳାଇଲେ ଲାଇସେନ୍ସ ରଦ୍ଦ’

ଜଗତ୍‌ସିଂହପୁର ଅଫିସ, ୩୦ା୧୨:ଜିଲାରେ ଅଧିକ ସଂଖ୍ୟକ ବାଇକ୍‌ ଚାଳକ ଅଛନ୍ତି। ସେମାନଙ୍କ ନିରାପଦ ଯାତ୍ରା ପାଇଁ ହେଲମେଟ୍‌ ଚେକିଂକୁ ଜୋରଦାର କରିବାକୁ ପଡ଼ିବ। କେହି ମଦ...

ଟ୍ରାକ୍ଟର ଓଲଟି ୪ ମୃତ,୨୦ରୁ ଊର୍ଦ୍ଧ୍ୱ ଆହତ

ବାରିପଦା ଅଫିସ,୧୮।୨-ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ମୁରୁଣିଆ ଠାରେ ଏକ ଟ୍ରାକ୍ଟର ଓଲଟି ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି।...

ପଞ୍ଚାୟତରେ ସରିନି ଆଇସୋଲେଶନ ସେଣ୍ଟର

ଅନୁଗୋଳ ଅଫିସ, ୨୯।୩ – କରୋନା ସଂକ୍ରମଣ ଏବେ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯିବା ସହ ଏହାର ମୁକାବିଲାକୁ ଅଧିକ ଶାଣିତ...

ପ୍ରସୂତି ମହିଳାଙ୍କୁ ମାଡ଼ ମାରିଲେ ଡାକ୍ତର: ସିଡିଏମ୍‌ଓ କହିଲେ ତଦନ୍ତ ହେବ

ଝାରସୁଗୁଡ଼ା ଅଫିସ,୧୦ା୫: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସା ସମୟରେ ପ୍ରସୂତି ମହିଳାମାନଙ୍କୁ ଡାକ୍ତର ଜଣକ ଗାଳିଗୁଲଜ କରିବା...

ଝିଅକୁ ନିର୍ଯାତନା ଦେଇ ମାରିଦେଲେ

ଲୋଇସିଂହା,୧୯।୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା କନ୍ଦାଜୁରୀ ପଞ୍ଚାୟତ ଅଧୀନ ଫଟାମୁଣ୍ଡା ଗାଁରେ ବଧୂ ହତ୍ୟା ହୋଇଥିବା ନେଇ ଲୋଇସିଂହା ଥାନାରେ ଏକ ଅଭିଯୋଗ ହୋଇଛି।...

କଳାକାରଙ୍କୁ ଦିଆଯାଉ ଋଣ

ବରଗଡ଼ ଅଫିସ,୨୧।୯: ମହାମାରୀ କରୋନା ଯୋଗୁ କଳାକାରଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି। ଫଳରେ ଏଭଳି ବିପର୍ଯ୍ୟୟ ସମୟରେ ସମସ୍ତ କଳାକାରଙ୍କୁ ଋଣ ଦିଆଯାଉ ବୋଲି...

ଆରୂହାବାଡ଼ ସମୁଦ୍ର ବାଲିରୁ କୁମ୍ଭୀରକୁ କାବୁ କଲେ ଧୀବର

ବାହାନଗା, ୧୬।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଆରୂହାବାଡ ପଞ୍ଚାୟତ ସମୁଦ୍ର କୂଳ ବାରୁଣୀ ଘାଟ ଆଡିଆ ସମୁଦ୍ର ବାଲିରୁ ଧୀବରଙ୍କ ଦ୍ୱାରା ଏକ କୁମ୍ଭୀର...

Advertisement
Archives

Model This Week