ରାଜନୈତିକ ଆକ୍ରୋଶ ରଖି ବଦନାମ କରାଯାଉଛି: ସୁଧାଂଶୁ

ବନ୍ତ,୧।୧୦(ହରିନାରାୟଣ ମହାନ୍ତି): ରାଜନୈତିକ ଆକ୍ରୋଶ ରଖି ଶାସକ ବିଜେଡି ତାଙ୍କୁ ବଦନାମ କରୁଛି ବୋଲି ଶନିବାର ଭଦ୍ରକ ଜିଲା ବନ୍ତଠାରେ ଖବରଦାତା ସମ୍ମିଳନୀରେ ଭାଜପା ନେତା ଡ. ସୁଧାଂଶୁ ଶେଖର ନାୟକ ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ପତ୍ନୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକଙ୍କ ସହ ଗତ ୨୭ରେ ଭାଜପାରେ ଯୋଗଦେବା ପରେ ଶାସକ ଦଳ ତାଙ୍କୁ ଟାର୍ଗେଟ କରିଛି। ୨ ଦିନ ତଳେ ବିଜେଡି ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଜରିଆରେ ତାଙ୍କ ବିରୋଧରେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟାଦେଶ ନିଜ ନାମରେ ନେବା, ବ୍ଲକ ଅଧ୍ୟକ୍ଷାଙ୍କ ଚାପ ପକାଇ କାର୍ଯ୍ୟାଦେଶ ପାଇବା, ନିମ୍ନମାନର କାର୍ଯ୍ୟ କରିବା, ଡିଗି ପୋଖରୀକୁ ବିନା ଟେଣ୍ଡରରେ ନିଜ ଲୋକଙ୍କ ନାମରେ ନେବା ଆଦି ବିଭିନ୍ନ ଅଭିଯୋଗ କରାଯାଇଥିଲା। ଶନିବାର ସୁଧାଂଶୁ ଏକ ଖବରଦାତା ସମ୍ମିଳନୀ କରି ତାହାର ଜବାବ ଦେଇଛନ୍ତି।
୨୦୧୮ରେ ମହାବିଦ୍ୟାଳୟ ନାକ୍‌ ମାନ୍ୟତା ପାଇବା ପାଇଁ ୪୧ ଲକ୍ଷ ଟଙ୍କା ଅନୁଦାନରେ ଗୃହ ନିର୍ମାଣ କରାଯାଇଥିଲା। ସେତେବେଳେ ସେ କଲେଜ କନ୍‌ଷ୍ଟ୍ରକ୍ସନ କମିଟିର ବରିଷ୍ଠ ସଦସ୍ୟ ଥିବାରୁ ତାଙ୍କ ନାମରେ କାର୍ଯ୍ୟାଦେଶ ଦେବା ପାଇଁ କଲେଜ ଅଧ୍ୟକ୍ଷ ବିଧାୟକ ଓ ଏମ୍‌ପିଙ୍କୁ ଚିଠି ଲେଖିଥିଲେ। ସେହି ଅନୁଯାୟୀ ତାଙ୍କ ନାମରେ କାର୍ଯ୍ୟାଦେଶ ହୋଇଥିଲା। ସେତେବେଳେ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ ନ ଥିବାବେଳେ କାର୍ଯ୍ୟାଦେଶ ପାଇଁ ଚାପ ପକାଇବା ପ୍ରଶ୍ନ ଉଠୁଛି କେଉଁଠୁ ବୋଲି ସେ କହିଥିଲେ। କୋଟି କୋଟି ଟଙ୍କାର କାର୍ଯ୍ୟ ବିଭାଗୀୟ କର୍ମଚାରୀଙ୍କ ନାମରେ ହେଉଥିବା ବେଳେ ଜଣେ କଲେଜ କର୍ମଚାରୀଙ୍କ ନାମରେ କାର୍ଯ୍ୟାଦେଶ ହେବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଥିଲେ। ଡିଗି ପୋଖରୀ ନିଲାମ ଲାଗି ୨୦୨୦ ଅକ୍ଟୋବର ୯ରେ ଡିଏଫ୍‌ଓଙ୍କ ଚିଠି ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇ ନାୟକଙ୍କ ସମ୍ପର୍କୀୟ ପୋଖରୀ ନିଲାମ ନେଇଥିବା କହିଥିଲେ। ସେଥିରେ ଚଞ୍ଚକତା କେଉଁଠୁ ଆସିଲା ବୋଲି ସୁଧାଂଶୁ କହିଛନ୍ତି। ବରିଷ୍ଠ ନେତା କମଳାକାନ୍ତ ସାହୁ, କେନ୍ଦୁଆପଦା ସରପଞ୍ଚ ଇଂ.ପ୍ରମୋଦ କୁମାର ଜେନା, ସୁଧାକର ଧଳ, ବସନ୍ତ କୁମାର ବିଶ୍ୱାଳ, ଲକ୍ଷ୍ମୀଧର କର, ସୁଧୀର କୁମାର ନାୟକ, ହରେକୃଷ୍ଣ ସେନାପତି, ହରପ୍ରସାଦ ରାଉତ, ତାପସ ଖଣ୍ଡେଇ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ମୌଳିକ ସୁବିଧାରୁ ବଞ୍ଚିତ ୩ ଗାଁ: ଦୀପ ତଳ ଅନ୍ଧାର

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତ ଗାଁଠାରୁ ସହରକୁ ଯୋଡିବା ପାଇଁ କଚ୍ଚା ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ଏଭଳି ୩ଟି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri