ରାଜନୈତିକ ଆକ୍ରୋଶ ରଖି ବଦନାମ କରାଯାଉଛି: ସୁଧାଂଶୁ

ବନ୍ତ,୧।୧୦(ହରିନାରାୟଣ ମହାନ୍ତି): ରାଜନୈତିକ ଆକ୍ରୋଶ ରଖି ଶାସକ ବିଜେଡି ତାଙ୍କୁ ବଦନାମ କରୁଛି ବୋଲି ଶନିବାର ଭଦ୍ରକ ଜିଲା ବନ୍ତଠାରେ ଖବରଦାତା ସମ୍ମିଳନୀରେ ଭାଜପା ନେତା ଡ. ସୁଧାଂଶୁ ଶେଖର ନାୟକ ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ପତ୍ନୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକଙ୍କ ସହ ଗତ ୨୭ରେ ଭାଜପାରେ ଯୋଗଦେବା ପରେ ଶାସକ ଦଳ ତାଙ୍କୁ ଟାର୍ଗେଟ କରିଛି। ୨ ଦିନ ତଳେ ବିଜେଡି ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଜରିଆରେ ତାଙ୍କ ବିରୋଧରେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟାଦେଶ ନିଜ ନାମରେ ନେବା, ବ୍ଲକ ଅଧ୍ୟକ୍ଷାଙ୍କ ଚାପ ପକାଇ କାର୍ଯ୍ୟାଦେଶ ପାଇବା, ନିମ୍ନମାନର କାର୍ଯ୍ୟ କରିବା, ଡିଗି ପୋଖରୀକୁ ବିନା ଟେଣ୍ଡରରେ ନିଜ ଲୋକଙ୍କ ନାମରେ ନେବା ଆଦି ବିଭିନ୍ନ ଅଭିଯୋଗ କରାଯାଇଥିଲା। ଶନିବାର ସୁଧାଂଶୁ ଏକ ଖବରଦାତା ସମ୍ମିଳନୀ କରି ତାହାର ଜବାବ ଦେଇଛନ୍ତି।
୨୦୧୮ରେ ମହାବିଦ୍ୟାଳୟ ନାକ୍‌ ମାନ୍ୟତା ପାଇବା ପାଇଁ ୪୧ ଲକ୍ଷ ଟଙ୍କା ଅନୁଦାନରେ ଗୃହ ନିର୍ମାଣ କରାଯାଇଥିଲା। ସେତେବେଳେ ସେ କଲେଜ କନ୍‌ଷ୍ଟ୍ରକ୍ସନ କମିଟିର ବରିଷ୍ଠ ସଦସ୍ୟ ଥିବାରୁ ତାଙ୍କ ନାମରେ କାର୍ଯ୍ୟାଦେଶ ଦେବା ପାଇଁ କଲେଜ ଅଧ୍ୟକ୍ଷ ବିଧାୟକ ଓ ଏମ୍‌ପିଙ୍କୁ ଚିଠି ଲେଖିଥିଲେ। ସେହି ଅନୁଯାୟୀ ତାଙ୍କ ନାମରେ କାର୍ଯ୍ୟାଦେଶ ହୋଇଥିଲା। ସେତେବେଳେ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ ନ ଥିବାବେଳେ କାର୍ଯ୍ୟାଦେଶ ପାଇଁ ଚାପ ପକାଇବା ପ୍ରଶ୍ନ ଉଠୁଛି କେଉଁଠୁ ବୋଲି ସେ କହିଥିଲେ। କୋଟି କୋଟି ଟଙ୍କାର କାର୍ଯ୍ୟ ବିଭାଗୀୟ କର୍ମଚାରୀଙ୍କ ନାମରେ ହେଉଥିବା ବେଳେ ଜଣେ କଲେଜ କର୍ମଚାରୀଙ୍କ ନାମରେ କାର୍ଯ୍ୟାଦେଶ ହେବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଥିଲେ। ଡିଗି ପୋଖରୀ ନିଲାମ ଲାଗି ୨୦୨୦ ଅକ୍ଟୋବର ୯ରେ ଡିଏଫ୍‌ଓଙ୍କ ଚିଠି ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇ ନାୟକଙ୍କ ସମ୍ପର୍କୀୟ ପୋଖରୀ ନିଲାମ ନେଇଥିବା କହିଥିଲେ। ସେଥିରେ ଚଞ୍ଚକତା କେଉଁଠୁ ଆସିଲା ବୋଲି ସୁଧାଂଶୁ କହିଛନ୍ତି। ବରିଷ୍ଠ ନେତା କମଳାକାନ୍ତ ସାହୁ, କେନ୍ଦୁଆପଦା ସରପଞ୍ଚ ଇଂ.ପ୍ରମୋଦ କୁମାର ଜେନା, ସୁଧାକର ଧଳ, ବସନ୍ତ କୁମାର ବିଶ୍ୱାଳ, ଲକ୍ଷ୍ମୀଧର କର, ସୁଧୀର କୁମାର ନାୟକ, ହରେକୃଷ୍ଣ ସେନାପତି, ହରପ୍ରସାଦ ରାଉତ, ତାପସ ଖଣ୍ଡେଇ ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

କଟକ,୨ା୫ (କାର୍ତ୍ତିକ ସାହୁ): ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗ୍ରହଣ କରିଥିବା ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।...

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ବଢୁଛି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଖଡ଼ିଆଳ,୨ା୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ତିଖାଲି ଡ୍ୟାମଠାରୁ ପ୍ରାୟ ୩ କି.ମି. ଦୂରରେ ଥିବା ଚାଷଜମିକୁ ପାଣି ଦିଆଯାଉ ନ ଥିବାରୁ ସାନମହେଶ୍ୱର ଗ୍ରାମବାସୀ...

ଏମ୍‌ପି, ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କଲେ ପାଣ୍ଡିଆନ

ଜି.ଉଦୟଗିରି,୨।୫(ଶିଶିର ପଟ୍ଟନାୟକ): ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଗୁରୁବାର ଅପରାହ୍ନରେ ହେଲିକପ୍ଟର ଯୋଗେ ଜି.ଉଦୟଗିରି ଷ୍ଟାଡିୟମ ପଡ଼ିିଆରେ ଅବତରଣ କରି ସେଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ...

ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀର ଆକାଉଣ୍ଟ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ: ମୂଲ୍ୟବାନ ସାମଗ୍ରୀ, ଗୁରତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଛାରଖାର

ବଡବିଲ,୨।୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ଥିବା ଆରିୟା ଆଇରନ୍‌ ଆଣ୍ଡ ଷ୍ଟିଲ କମ୍ପାନୀ ପ୍ରାଇଭେଟ ଲିମିଟେଡ କମ୍ପାନୀର ପ୍ଲାଣ୍ଟ ସ୍ଥିତ ଆକାଉଣ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri