‘ପଞ୍ଚାୟତ ସ୍ତରରେ ମହିଳା ପଛରେ’

ଭୁବନେଶ୍ୱର,୯।୮(ବ୍ୟୁରୋ):ଓଡ଼ିଆ ଦୈନିକ ପ୍ରଗତିବାଦୀ ପରିସରରେ ସ୍ବାଧୀନତାର ଅମୃତ ମହୋତ୍ସବ ଓ ପ୍ରଗତିବାଦୀର ୫୦ତମ ଜୟନ୍ତୀ ଅବସରରେ ସୋମବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଉଦ୍‌ଘାଟନୀ ଉତ୍ସବର ପ୍ରସଙ୍ଗ ରହିଥିଲା ‘ସ୍ବାଧୀନତାରେ ମହିଳାଙ୍କ ଭୂମିକା’। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ବାଧୀନତା ସଂଗ୍ରାମୀ କୃଷ୍ଣା ମହାନ୍ତି କହିଲେ, ପ୍ରଗତିବାଦୀ ଜରିଆରେ ଦେଶକୁ ନିଶାମୁକ୍ତ କରି ମହିଳାଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରୁଛି। କାରଣ ନିଶାମୁକ୍ତି ବିନା ମହିଳାମାନେ ସୁରକ୍ଷିତ ନୁହନ୍ତି। ଏଥିସହ ସ୍ବାଧୀନତା ସଂଗ୍ରାମରେ ନିଜର ଅଭିଜ୍ଞତା ବଖାଣିଥିଲେ। ଏବେ ମହିଳାମାନେ ପ୍ରାୟ ସବୁ କ୍ଷେତ୍ରରେ ଉଚ୍ଚତମ ସ୍ଥାନରେ ପହଞ୍ଚତ୍ ପାରିଛନ୍ତି। ମାତ୍ର ପଞ୍ଚାୟତ ସ୍ତରରେ ମହିଳାମାନେ ସ୍ବାବଲମ୍ବୀ ହୋଇ ପାରି ନାହାନ୍ତି। ପଞ୍ଚାୟତ ସ୍ତରରେ ଯଦିଓ ମହିଳାମାନେ ନିର୍ବାଚିତ ହେଉଛନ୍ତି, ମାତ୍ର ସେମାନଙ୍କର ସେହି ଆତ୍ମବିଶ୍ୱାସ ଆସିପାରି ନାହିଁ। ତେଣୁ ତାଙ୍କ ପାଇଁ ଜଣେ ଜଣେ ପ୍ରତିନିଧି ପଞ୍ଚାୟତର ସବୁ କାର୍ଯ୍ୟ କରୁଛନ୍ତି, ଯାହାକି ଅତ୍ୟନ୍ତ ଦୁଃଖର ବିଷୟ ବୋଲି କହିଥିଲେ। ପ୍ରଗତିବାଦୀ କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ଗାନ୍ଧୀ ଓ ନେହେରୁଙ୍କ ଭଳି ସ୍ବାଧୀନତା ସଂଗ୍ରାମୀଙ୍କ ବାବଦରେ ଆଜି ବି କିଛି ଶକ୍ତି ଭୁଲ୍‌ ତଥ୍ୟ ଉପସ୍ଥାପିତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ ଜଷ୍ଟିସ୍‌ ମନୋରଞ୍ଜନ ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ଅନୁଷ୍ଠାନର କର୍ମଚାରୀ ରାହାସ ନାୟକ ଉଦ୍‌ଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଓଡବ୍ଲ୍ୟୁକୁ ଆରୁହା କଳାପଥର ଲୁଟ୍‌ ତଦନ୍ତ ଭାର

ଯାଜପୁର ଅଫିସ,୧୮ା୪: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ରୁ କଳାପଥର ଲୁଟ୍‌ ଓ ଜାଲିଆତି ମାମଲାର ତଦନ୍ତ ଭାର ଅର୍ଥନୈତିକ ଅପରାଧ ଶାଖା...

ବିମାନର ଜରୁରୀ ଅବତରଣ ସତ୍ତ୍ୱେ ଅସୁସ୍ଥ ଯାତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ୱର,୮।୯(ବ୍ୟୁରୋ): ଚେନ୍ନାଇରୁ କୋଲକାତା ଯାଉଥିବା ସ୍ପାଇସ-୬୨୩ ଜେଟ୍‌ ବିମାନ ରବିବାର ପୂର୍ବାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ଜଣେ ଯାତ୍ରୀଙ୍କ ଅସୁସ୍ଥତା ଯୋଗୁ ବିମାନଟିକୁ...

ମେ ଶେଷ ସୁଦ୍ଧା ଅଧିକ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସମ୍ପୂର୍ଣ୍ଣ କର: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ତ୍ୱରାନ୍ବିତ ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ...

ଥାନାରେ ଯୁବକଙ୍କ ଆତ୍ମହତ୍ୟା

ଗୋପାଳପୁର,୩ା୫: ଗଞ୍ଜାମ ଜିଲା ଗୋଳନ୍ଥରା ଥାନାରେ ଜଣେ ଯୁବକ ସୋମବାର ରାତି ପ୍ରାୟ ୮ଟାରେ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଗୋଳନ୍ଥରା ଥାନା ଅଧୀନ ରଙ୍ଗିପୁର...

ପୁଣି ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୭୬୯୭କୁ ବୃଦ୍ଧି

ଭୁବନେଶ୍ୱର,୨୭ା୮(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁସଂଖ୍ୟା କମୁନି। ଆଜି ସର୍ବାଧିକ ୬୯ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ...

ରାଜ୍ୟରେ ଚିହ୍ନଟ ହେଲେ ୧୪୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୧୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୯ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ଧନୁଯାତ୍ରାର ଶୂନ୍ୟସ୍ଥାନ ପୂରଣ କଲା ସଞ୍ଚାର

ବରଗଡ଼ ଅଫିସ୍‌,୨୪।୧: ସଞ୍ଚାର ଏକ ପ୍ରାଚୀନ ଲୋକକଳା। ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଏହା ମୂଳ ଅଙ୍ଗ। ତଥାପି ଆଜିକାର କମ୍ପ୍ୟୁଟର, ପ୍ରଯୁକ୍ତିବିଦ୍ୟା...

ସୁନ୍ଦରଗଡ଼ ଜିଲା ଅବକାରୀ ବିଭାଗର ଚଢ଼ାଉ: ୨୫ କିଗ୍ରା ଗଞ୍ଜେଇ ଜବତ, ଜଣେ ଗିରଫ

ରାଉରକେଲା ଅଫିସ,୩।୭: ସୁନ୍ଦରଗଡ଼ ଜିଲା ଅବକାରୀ ପୋଲିସ ବୁଧବାର ଲକ୍ଷାଧିକ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଥିବା ଜଣଙ୍କୁ ଗିରଫ କରାଯାଇଛି।...

Advertisement
Archives

Model This Week