Posted inଜାତୀୟ

‘ଆକ୍ରମଣକାରୀଙ୍କ ମୁଣ୍ଡ ହାତ କାଟିଦିଅ’

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି)ର ଏକ ରାଲି ଘୃଣା ଭାଷଣ ମଞ୍ଚରେ ପରିଣତ ହୋଇଛି। ଯେଉଁମାନେ ତୁମକୁ ଆକ୍ରମଣ କରୁଛନ୍ତି ସେମାନଙ୍କ ମୁଣ୍ଡ କାଟିବା ସହ ହାତ ହାଣିଦିଅ ବୋଲି ରାଲିରେ ଯୋଗଦେଇଥିବା ଜଗଦ୍‌ଗୁରୁ ଯୋଗେଶ୍ୱର ଆଚାର୍ଯ୍ୟ କହିଥିଲେ। କିଛିଦିନ ପୂର୍ବରୁ ଦିଲ୍ଲୀରେ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ମୁସଲମାନ ସମ୍ପ୍ରଦାୟର କେତେଜଣ ହତ୍ୟା କରିଥିଲେ।

ଏହାକୁ ଲକ୍ଷ୍ୟକରି ଜଗଦ୍‌ଗୁରୁ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଆକ୍ରମଣକାରୀଙ୍କୁ ଚିହ୍ନଟ କରି ମାର। ଆବଶ୍ୟକ ହେଲେ ସେମାନଙ୍କ ହାତ ଓ ମୁଣ୍ଡ କାଟିଦିଅ। ଏଥିପାଇଁ ଜେଲ ଯିବାକୁ ପଡ଼ିବ। କିନ୍ତୁ ଏହା ସେହି ତତ୍ତ୍ୱମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବ ବୋଲି ଯୋଗେଶ୍ୱର କହିଛନ୍ତି। ସେହିପରି ଅନ୍ୟତମ ବକ୍ତା ମହନ୍ତ ନଓ୍ବାଲ କିଶୋର ଦାସ୍‌ ହିନ୍ଦୁମାନଙ୍କୁ ବନ୍ଧୁକ ରଖିବାକୁ କହିଛନ୍ତି। ଲାଇସେନ୍ସ ଥାଉ କି ନ ଥାଉ ବନ୍ଧୁକ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ଏହା ଏକ ଜନଆକ୍ରୋଶ ରାଲି। ଏଠାରେ କୌଣସି ସମ୍ପ୍ରଦାୟ ନୁହେଁ, ଜିହାଦି ତତ୍ତ୍ୱଙ୍କ ବିରୋଧରେ ବାର୍ତ୍ତା ଦିଆଯାଉଛି ବୋଲି ଭିଏଚ୍‌ପି ମୁଖପାତ୍ର ବିନୋଦ ବଂଶଲ କହିଛନ୍ତି। ଜିହାଦି ତତ୍ତ୍ୱଙ୍କଠାରୁ ରକ୍ଷା ପାଇବା ପାଇଁ ଆତ୍ମରକ୍ଷା କୌଶଳ ଆପଣାଇବା ଜରୁରୀ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ କୋଠା ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଲା, ମୃତକଙ୍କ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା ସହାୟତା

ମୁମ୍ବାଇ, ୧୭।୭: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡି ପଡି ୧୪ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ...

ଅନ୍ୟ ମହିଳାଙ୍କ ସହ ଡାନ୍ସ କରିବା ପାଇଁ ମନା କରିବାରୁ ପତ୍ନୀଙ୍କୁ ହତ୍ୟା କଲେ ସ୍ବାମୀ

ଉଦୟପୁର,୨୭।୫: ରାଜସ୍ଥାନର ଉଦୟପୁରରେ ଜଣେ ୬୦ ବର୍ଷୀୟ ବୃଦ୍ଧ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପନଓ୍ବାଡା ପୋଲିସ ଷ୍ଟେଶନ ନିକଟବର୍ତ୍ତି ଅଞ୍ଚଳରେ ବାସ...

ଦୁର୍ଘଟଣାରେ ଚାଲିଗଲା ଲୋକପ୍ରିୟ ଅଭିନେତାଙ୍କ ଜୀବନ

ଚଣ୍ଡିଗଡ଼,୧୫।୨: ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ଲୋକପ୍ରିୟ ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ। ମଙ୍ଗଳବାର ସେ ନିଜ ବନ୍ଧୁମାନଙ୍କ ସହ ସ୍କର୍ପିଓରେ ଦିଲ୍ଲୀରୁ ପଞ୍ଜାବ ଫେରୁଥିଲେ।...

ଏହି ପାକିସ୍ତାନୀ ମହିଳା ୨୬ ବର୍ଷ ଧରି ମୋଦିଙ୍କ ହାତରେ ବାନ୍ଧି ଆସୁଛନ୍ତି ରାଖୀ, ଏଥର ବି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୀର୍ଘ ୨୬ ବର୍ଷ ଧରି ଜଣେ ପାକିସ୍ତାନୀ ମହିଳା ରାଖୀ ବାନ୍ଧି ଆସୁଛନ୍ତି। ତାଙ୍କ ନାମ କମର ଜହାଁ। ସେ...

ବଜେଟ୍‌ ‘ନୂଆ ବୋତଲରେ ପୁରୁଣା ମଦ’ ସଦୃଶ: ଅଧିର ରଞ୍ଜନ

ନୂଆଦିଲ୍ଲୀ,୫।୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଭାଜପା...

ଉତ୍ତରପ୍ରଦେଶ-ବିହାର: ୭୦ ବର୍ଷର ସୀମା ବିବାଦ; ଫସଲ ଅମଳ ବେଳେ ଗର୍ଜୁଛି ବନ୍ଧୁକ

ପାଟନା/ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶ-ବିହାର ସୀମାରେ ଥିବା ବଲିଆ ଜିଲାରେ ଦୀର୍ଘ ୭୦ ବର୍ଷ ଧରି ଲାଗି ରହିଛି ସୀମା ବିବାଦ। ଇତିମଧ୍ୟରେ କେତେ ସରକାର ଗଲେଣି କେତେ...

ଝୁଲା ଆଶଙ୍କାରେ ଘୋଡ଼ାବେପାର

ନୂଆଦିଲ୍ଲୀ,୧୦।୩: ଗୋଆ ଏବଂ ଉତ୍ତରାଖଣ୍ଡରେ କୌଣସି ଦଳ ସପକ୍ଷରେ ସ୍ପଷ୍ଟ ବହୁମତ ଯାଉ ନ ଥିବା ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ରେ ଭବିଷ୍ୟବାଣୀ କରାଯାଇଥିବାରୁ ଉଭୟ ରାଜ୍ୟରେ...

୩୭୦ ଉଚ୍ଛେଦର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫ା୧୨: ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ...

Advertisement
Archives

Model This Week