Posted inଜାତୀୟ

ନୂଆ କଂଗ୍ରେସର ଅୟମାରମ୍ଭ

ରାୟପୁର , ୨୭ା୨: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ଛତିଶଗଡ଼ର ରାୟପୁରରେ ଚାଲିଥିବା ଏଆଇସିସିର ୮୫ତମ ମହାଧିବେଶନ ରବିବାର ଶେଷ ହୋଇଛି। ଏହି ଅଧିବେଶନ ଅବସରରେ ଦଳୀୟ ସମ୍ବିଧାନରେ ୮୫ଟି ପରିବର୍ତ୍ତନ ଅଣାଯାଇଥିବାବେଳେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ, ଓବିସି, ମହିଳା ଓ ଯୁବବର୍ଗଙ୍କ ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି ସମେତ ସମସ୍ତ ଦଳୀୟ ପଦପଦବୀର ୫୦ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ। ଅନ୍ୟ ସଂଶୋଧନ ମଧ୍ୟରେ ରହିଛି କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି)ରେ ଦଳରୁ ପୂର୍ବତନ ପ୍ରଧାନମନ୍ତ୍ରୀ, ପୂର୍ବତନ ଏଆଇସିସି ଅଧ୍ୟକ୍ଷଙ୍କ ସମେତ ଲୋକ ସଭା ଏବଂ ରାଜ୍ୟ ସଭାରେ କଂଗ୍ରେସ ନେତାଙ୍କୁ ସାମିଲ କରାଯିବ। ୨୦୨୫ ଜାନୁୟାରୀ ୧ରୁ କଂଗ୍ରେସ କେବଳ ଡିଜିଟାଲ ସଦସ୍ୟତା ଆରମ୍ଭ କରିବ।
ଏହା ବ୍ୟତୀତ ମହାଧିବେଶନରେ ଦଳ ପକ୍ଷରୁ ରାଜନୈତିକ ସଂକଳ୍ପ ପ୍ରକାଶ ପାଇଛି। ଏଥିରେ ଘୃଣିତ ଅପରାଧ ବିରୋଧରେ ଆଇନ ଆଣିବା, ନିଶ୍ଚୟ ନାଗରିକ ଅଧିକାରଠାରୁ ମାଗଣା ସ୍ବାସ୍ଥ୍ୟସେବା, ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇଦେବା ଆଦି ପ୍ରତିଶ୍ରୁତି ଦିଆଯାଇଛି। ସଂକଳ୍ପରେ କୁହାଯାଇଛି, ଚଳିତ ବର୍ଷ ୯ ରାଜ୍ୟରେ ବିଧାନସଭା ନିର୍ବାଚନ ଏବଂ ୨୦୨୪ରେ ଲୋକ ସଭା ନିର୍ବାଚନ ହେବାକୁ ଯାଉଛି। ଏଗୁଡ଼ିକ ଭାରତର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ। ନୀତି ଆଦର୍ଶ ଆଧାରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରକୁ ପରାଜିତ କରିବାକୁ ହଲେ ବିରୋଧୀ ଦଳଗୁଡ଼ିକ ଏକାଠି ହେବା ଜରୁରୀ ଆବଶ୍ୟକତା। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ, ଜମ୍ମୁ-କଶ୍ମୀର, ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡର ସ୍ବତନ୍ତ୍ର ବର୍ଗର ପାହ୍ୟା ବଜାୟ ରଖାଯିବ ବୋଲି କଂଗ୍ରେସ ଏହାର ସଂକଳ୍ପନାମାରେ କହିଛି। ରାଜନୈତିକ ବିରୋଧୀଙ୍କୁ ଧମକ ଦେବା ଓ ସେମାନଙ୍କ ସ୍ବରକୁ ଚାପିଦେବା ପାଇଁ ଭାଜପା ନେତୃତ୍ୱାଧୀନ ସରକାର ଇଡି, ଏନ୍‌ଆଇଏ, ସିବିଆଇ ଏବଂ ଆୟକର ବିଭାଗ ଆଦି କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରୁଥିବାରୁ କଂଗ୍ରେସ ଏହାର କଡ଼ା ସମାଲୋଚନା କରିଛି।

କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ କହିଥିଲେ, ଦଳ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି, ଯାହାକୁ ଏହା ମୁକାବିଲା କରିପାରିବ। ଏଥିପାଇଁ ଏକତା, ଶୃଙ୍ଖଳା ଏବଂ ଦୃଢ଼ ସଂକଳ୍ପ ଆବଶ୍ୟକ। ଆମର ଶକ୍ତି ଦଳର ତାକତରେ ରହିଛି। ଉଦ୍‌ଯାପନୀ ଭାଷଣରେ ଖାର୍ଗେ କହିଥିଲେ, ଅଧିବେଶନ ଶେଷ ହୋଇପାରେ, କିନ୍ତୁ ଏହାର ନିଷ୍କର୍ଷଗୁଡ଼ିକ ନୂଆ କଂଗ୍ରେସର ଅୟମାରମ୍ଭ। ଜାତୀୟ ସ୍ତରରେ ଆମର ଆଚରଣ ସାରା ଦେଶର ପ୍ରତ୍ୟେକ ସ୍ତରରେ ଥିବା କୋଟି କୋଟି ଦଳୀୟ ସହକର୍ମୀମାନଙ୍କୁ ପ୍ରଭାବିତ କରିବ। ସମୟ ସହ ବହୁ କିଛି ବଦଳିଛି। ଲୋକମାନଙ୍କ ଆଶା ଆକାଂକ୍ଷାରେ ପରିବର୍ତ୍ତନ ହୋଇଛି, ନୂଆ ଚ୍ୟାଲେଞ୍ଜ ମୁଣ୍ଡ ଟେକିଛି। ଏଥିସହିତ ନୂଆ ଉପାୟ ମଧ୍ୟ ମିଳିଯାଇଛି ବୋଲି ଖାର୍ଗେ କହିଥିଲେ। ସେଥିପାଇଁ କୁହାଯାଉଛି, ରାଜନୀତି ଓ ସାମାଜିକ କାର୍ଯ୍ୟର କଦାପି ଅନ୍ତ ନାହିଁ। ଏହାକୁ ଆଗେଇ ନେବାକୁ ହେବ। ଆମର ବିଭିନ୍ନ ପିଢ଼ି ଉକ୍ତ ମାର୍ଗରେ ଚାଲୁଛନ୍ତି ଏବଂ ଭବିଷ୍ୟତରେ ତାହା ଜାରି ରଖିବେ ବୋଲି କଂଗ୍ରେସ ଅଧ୍ୟକ୍ଷ କହିଥିଲେ।

ପୂର୍ବରୁ ପଶ୍ଚିମ ଯାତ୍ରା କରିବ କଂଗ୍ରେସ

ଭାରତ ଯୋଡ଼ୋ ଯାତ୍ରାର ସଫଳତା ପରେ କଂଗ୍ରେସ ଏବେ ପୂର୍ବରୁ ପଶ୍ଚିମ ପଦଯାତ୍ରା କରିବା ଲାଗି ଯୋଜନା କରିଛି। ଏହି କ୍ରମରେ ଅରୁଣାଚଳପ୍ରଦେଶର ପାସିଘାଟରୁ ଗୁଜରାଟର ପୋରବନ୍ଦର ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ଦଳ ବିଚାର କରୁଛି। ତେବେ ଏହା ଭାରତ ଯୋଡ଼ୋ ଯାତ୍ରାଠାରୁ ଭିନ୍ନ ହେବ ବୋଲି ଦଳର ସାଧାରଣ ସମ୍ପାଦକ ଜୟରାମ ରମେଶ ରବିବାର କହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କନ୍ୟାକୁମାରୀରୁ କଶ୍ମୀର ଭାରତ ଯୋଡ଼ୋ ଯାତ୍ରାକୁ ସେ ତପସ୍ୟା ବୋଲି କହିଥିଲେ। ପୂର୍ବରୁ ପଶ୍ଚିମ ଯାତ୍ରାରେ ବହୁ ଜଙ୍ଗଲ ଏବଂ ନଦୀ ଅତିକ୍ରମ କରିବାକୁ ଥିବାରୁ ଏହା ଏକ ବହୁବିଧ ଯାତ୍ରା ହେବାକୁ ଥିବାବେଳେ ପଦଯାତ୍ରା ଏଥିରେ ମୁଖ୍ୟ ଭୂମିକା ନେବ ବୋଲି ଜୟରାମ କହିଛନ୍ତି। ଏପ୍ରିଲ ଓ ନଭେମ୍ବରରେ ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନ ଥିବାରୁ ପଦଯାତ୍ରା ଜୁନ୍‌ ପୂର୍ବରୁ କିମ୍ବା ନଭେମ୍ବର ପୂର୍ବରୁ ଅନୁଷ୍ଠିତ ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଟିଏମସି ଅପେକ୍ଷା ଭାଜପାକୁ ଭୋଟ୍ ଦେବା ଭଲ’ କହିଲେ ଅଧୀର ରଞ୍ଜନ ଚୌଧୁରୀ, କଂଗ୍ରେସ ଦେଲା ପ୍ରତିକ୍ରିୟା

କୋଲକାତା,୧ା୫: କଂଗ୍ରେସର ବରିଷ୍ଠ ନେତା ଆଧୀର ରଂଜନ ଚୌଧୁରୀ ବୁଧବାର ପଶ୍ଚିମବଙ୍ଗରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ତୃଣମୂଳ କଂଗ୍ରେସକୁ ଭୋଟ୍ ଦେବା ଅପେକ୍ଷା...

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସିମ୍ବଲ ଲୋଡିଂ ୟୁନିଟ୍ ଗୁଡ଼ିକର ସଂରକ୍ଷଣ ପାଇଁ ନୂଆ ପ୍ରୋଟୋକଲ ଜାରି କଲେ ନିର୍ବାଚନ ଆୟୋଗ

କୋଲକାତା,୧ା୫: ଭାରତ ନିର୍ବାଚନ ଆୟୋଗ ଆଜି ସିମ୍ବଲ ଲୋଡିଂ ୟୁନିଟ୍ – ଏସଏଲୟୁ ପରିଚାଳନା ଓ ଭଣ୍ଡାରଣ ପାଇଁ ନୂଆ ପ୍ରୋଟୋକଲ ଜାରି କରିଛନ୍ତି ।...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

‘କାଲି ସୁଦ୍ଧା ରାହୁଲ ଗାନ୍ଧୀ ଆମେଠିରୁ ନିଜ ନାମ ଘୋଷଣା ନ କଲେ ଆତ୍ମହତ୍ୟା କରିବି’

ନୂଆଦିଲ୍ଲୀ,୧।୫: କଂଗ୍ରେସ ଆମେଠୀ ଆସନରୁ ଏଯାବତ ପ୍ରାର୍ଥୀ ଘୋଷଣା କରିନାହିଁ। ଏହାକୁ ନେଇ ଦଳର ନେତାଙ୍କ ସହ କର୍ମୀମାନେ ଅସନ୍ତୁଷ୍ଟ ବ୍ୟକ୍ତ କରୁଛନ୍ତି। ରାହୁଲ ଗାନ୍ଧୀ...

ଭାଜପାରେ ସାମିଲ ହେଲେ ‘ଅନୁପମା’

ନୂଆଦିଲ୍ଲୀ,୧।୫: ଲୋକପ୍ରିୟ ଅଭିନେତ୍ରୀ ରୁପାଲୀ ଗାଙ୍ଗୁଲି ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଦଳର...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ରାଏବରେଲିରୁ ପ୍ରିୟଙ୍କା, ଏଇଠୁ ଲଢିବେ ରାହୁଲ, ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା!

ନୂଆଦିଲ୍ଲୀ,୧।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆମେଠି ଏବଂ ରାଏବରେଲିରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସର ଏହି ତାଲିକା ସୋସିଆଲ ମିଡିଆରେ...

ସ୍କୁଲ ଉଡ଼ାଇ ଦେବାକୁ ଆସିଲା ଧମକ: ଚିନ୍ତାରେ ପୋଲିସ

ନୂଆଦିଲ୍ଲୀ୫।୧: ରାଜଧାନୀର ଅନେକ ସ୍କୁଲକୁ ଧମକପୂର୍ଣ୍ଣ ଇମେଲ ଆସିଛି। ଏଥିରେ ସ୍କୁଲକୁ ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଦିଲ୍ଲୀର ଦ୍ୱାରକାଠାରେ ଅବସ୍ଥିତ ଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri