ବିବାହ ପୂର୍ବରୁ…

ବୋହୂ ବେଶରେ ପ୍ରତିଟି ଝିଅ ଖୁବ୍‌ ସୁନ୍ଦର ଦିଶିବାକୁ ଚାହେଁ। ଆଉ ଏଥିପାଇଁ ବିବାହର ଅନେକ ଦିନ ପୂର୍ବରୁ ଭାବୀ ବୋହୂଟିଏ ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟ ଉପଚାର ମଧ୍ୟ କରିଥାଏ। ଯଦି ଆପଣଙ୍କର ବି ବିବାହ ସମୟ ପାଖେଇ ଆସୁଛି ତେବେ କେଉଁ ସବୁ ଉପାୟ ଆପଣେଇଲେ ସୁନ୍ଦର ଲାଗିବେ ଜାଣି ରଖନ୍ତୁ ଟିପ୍ସ …
ବିବାହ ପୂର୍ବରୁ ଅନେକ ଯୁବତୀ ଏଣେ ତେଣେ ମାର୍କେଟିଂ ଲାଗି ଯିବା, ବନ୍ଧୁ ବାନ୍ଧବଙ୍କ ଘରକୁ ଖାଇବାକୁ ଯିବା ଆଦିରେ ଥକିପଡ଼ନ୍ତି। କେବଳ ଏତିକି ନୁହେଁ, ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରହି ଫୋନ୍‌ରେ ଗପିଥାନ୍ତି। ଏସବୁର ପ୍ରଭାବ ସେମାନଙ୍କ ତ୍ୱଚା ଉପରେ ପଡ଼ିଥାଏ, ଫଳସ୍ବରୂପ ଯେତେ ମେକ୍‌ଅପ୍‌ ନେଲେ ବି ମୁହଁର ସୌନ୍ଦର୍ଯ୍ୟ କମ୍‌ ଲାଗିଥାଏ। ତେଣୁ ବିବାହର ଅନ୍ତତଃ ଏକ ସପ୍ତାହ ପୂର୍ବରୁ ଶରୀରକୁ ଆରାମ ଦିଅନ୍ତୁ ଏବଂ ରାତିରେ ପର୍ଯ୍ୟାପ୍ତ ନିଦ୍ରା ନିଅନ୍ତୁ। ପାଣି ପର୍ଯ୍ୟାପ୍ତ ପରିମାଣରେ ପିଅନ୍ତୁ। ଯୋଗ, ବ୍ୟାୟାମ ଆଦି ମଧ୍ୟ ଆପଣଙ୍କ ଲାଗି ବେଶ୍‌ ଲାଭଦାୟକ ହୋଇପାରିବ।
ସାବୁନ ଲଗାଇବା ଅଭ୍ୟାସ ଥିଲେ ବିବାହର କିଛି ଦିନ ପୂର୍ବରୁ ଏହା ବଦଳରେ ମାଇଲ୍ଡ ଫେସ୍‌ଓ୍ବାଶ୍‌ ଏବଂ ଲିକ୍ୱିଡ୍‌ ବଡିଓ୍ବାଶ୍‌ ବ୍ୟବହାର କରନ୍ତୁ।
ରାତିରେ ଶୋଇବା ପୂର୍ବରୁ ମୁହଁ ଧୁଅନ୍ତୁ ଏବଂ ଆଣ୍ଟି- ଅକ୍ସିଡାଣ୍ଟ, ଭିଟାମିନ୍‌ ଏ, ସି, ଏବଂ ବି୩ ଯୁକ୍ତ ମଶ୍ଚରାଇଜର ଲଗାନ୍ତୁ।
ଅଧିକ ସୁନ୍ଦର ଲାଗିବା ନିଶାରେ କୌଣସି କେମିକାଲ୍‌ଯୁକ୍ତ ବ୍ୟୁଟିପ୍ରଡକ୍ଟକୁ ନେଇ ଏକ୍ସପେରିମେଣ୍ଟ ନ କରି ପ୍ରାକୃତିକ ଘରୋଇ ସୌନ୍ଦର୍ଯ୍ୟ ଉପଚାର କରନ୍ତୁ।
ସୁନ୍ଦର ତ୍ୱଚା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସନ୍ତୁଳିତ ଆହାର। କାରଣ ଆପଣ ମୁହଁରେ ଯାହା ବି ଲଗାନ୍ତୁ ନା କାହିଁକି ତେଲ ମସଲାଯୁକ୍ତ ଖାଦ୍ୟ ହେଉ ଅବା ଫାଷ୍ଟଫୁଡ଼, ଜଙ୍କଫୁଡ଼ ଆଦି ଖାଇବା ଦ୍ୱାରା ବ୍ରଣ ଦାଗ ଭଳି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ତେଣୁ ବିବାହ ପୂର୍ବରୁ ଏସବୁ ଖାଦ୍ୟ ଯଥା ସମ୍ଭବ ନ ଖାଇବାକୁ ଚେଷ୍ଟା କରନ୍ତୁ।
ଯଦି ପୂର୍ବରୁ କେବେ ବ୍ୟୁଟିପାର୍ଲର ନ ଯାଇଥାନ୍ତି ତେବେ ବିବାହ ପୂର୍ବରୁ ହଠାତ୍‌ ଫେସିଆଲ୍‌ ଏବଂ ଅନ୍ୟାନ୍ୟ ଉପଚାର କରାନ୍ତୁ ନାହିଁ। କାରଣ କେତେକଙ୍କଠାରେ ଏସବୁର ପାର୍ଶ୍ୱପ୍ରତିକ୍ରିୟା ଦେଖାଦେବାର ନଜିର ରହିଛି। ତେଣୁ ଅନ୍ତତଃ ୨୦ ଦିନ ପୂର୍ବରୁ ଥରେ ଫେସିଆଲ୍‌ କରି ଦେଖନ୍ତୁ। ଯଦି ତ୍ୱଚା ସମ୍ବେଦନଶୀଳ ହୋଇଥାଏ କିମ୍ବା କୌଣସି ସମସ୍ୟା ଥାଏ ତେବେ ଏସବୁ କରିବା କିମ୍ବା ବ୍ରାଇଡାଲ୍‌ ମେକ୍‌ଅପ୍‌ ନେବା ପୂର୍ବରୁ ତ୍ୱଚା ବିଶେଷଜ୍ଞଙ୍କ ପରାମର୍ଶରେ କୌଣସି କ୍ରିମ୍‌ ବ୍ୟବହାର କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାର ଟଙ୍କାରେ ସିଲେଇ ମେଶିନ କିଣା ହୋଇଥିଲା

କଟକରେ ମୋର ଜନ୍ମ ହୋଇଥିଲେ ହେଁ ମା’ ଯେହେତୁ ଶିକ୍ଷୟିତ୍ରୀ ଥିଲେ ତେଣୁ ମୋ ପାଠପଢ଼ା ବିଭିନ୍ନ ସ୍ଥାନରେ ହୋଇଥିଲା। ତେବେ ସୁନ୍ଦରଗଡ଼ ସେଣ୍ଟ ମେରି...

ସକାଳେ ଖାଆନ୍ତୁ ବାସି ରୁଟି

ବାସି ରୁଟିକୁ ଅନେକେ ଅଦରକାରୀ ଭାବି ଫୋପାଡି ଦେଇଥାଆନ୍ତି। ହେଲେ ଏଥିରେ ଥିବା ପୋଷକତତ୍ତ୍ୱ ଓ ପ୍ରୋଟିନ୍‌ ଆମ ଶରୀର ପାଇଁ ବେଶ ଲାଭଦାୟକ। ବିଭିନ୍ନ...

ଏହି ରାଶିର ମହିଳା ଖୁବ୍‌ ଭାଗ୍ୟବତୀ: ଉଭୟ ବାପଘର- ଶାଶୁଘର ଲୋକଙ୍କ ପାଇଁ…

କୁହାଯାଏ, ପ୍ରତ୍ୟେକ ମଣିଷ ନିଜ ସାଥିରେ ନିଜ ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି। ସେଥିପାଇଁ ପ୍ରତ୍ୟେକଙ୍କର ଭାଗ୍ୟ ପରସ୍ପରଠାରୁ ଅଲଗା ହୋଇଥାଏ। କାହାକୁ ଜୀବନରେ ଶୀଘ୍ର...

ନିୟମିତ ଏହାକୁ ପିଇଲେ ଜିନ୍‌ରେ ଆସେ ପରିବର୍ତ୍ତନ…

ଦୈନଦିନ ଜୀବନରେ କେତେକ ଖାଦ୍ୟାଭାସ ଦ୍ୱାରା ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ନିୟମିତ ମଦ୍ୟପାନ କଲେ, ଏହା କୋଷରେ ଥିବା ଡିଏନ୍‌ଏ ସଂରଚନାକୁ ବିଶୃଙ୍ଖଳିତ...

ଆତ୍ମବିଶ୍ୱାସ ଫେରିପାଇବାକୁ ହେଲେ କ’ଣ କରିବେ..

* କୌଣସି କାର୍ଯ୍ୟରେ ଅସଫଳ ହେବା ପରେ ଭାଙ୍ଗି ନ ପଡି ସେଥିରୁ ଉଚିତ ଶିକ୍ଷା ଲାଭ କରି ଆଗକୁ ବଢିବା ଲାଗି ଚେଷ୍ଟା କରନ୍ତୁ...

‘ଜାତୀୟ ଗଣିତ ଦିବସ’

ପ୍ରତି ବର୍ଷ ଡିସେମ୍ବର ୨୨ ତାରିଖକୁ ‘ଜାତୀୟ ଗଣିତ ଦିବସ’ ଭାବରେ ପାଳନ କରାଯାଇଥାଏ। ସେ ସମ୍ପର୍କରେ ଉପସ୍ଥାପନା… ବିଶିଷ୍ଟ ଗାଣିତିକ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମଦିନ...

ପ୍ରଥମ ଦେଖାରେ ପୁଅଙ୍କ ଏସବୁ ଗୁଣ ପ୍ରଭାବିତ କରେ ଝିଅଙ୍କୁ

ପହିଲି ପ୍ରେମର ପ୍ରଥମ ଦେଖା ପ୍ରେମିକାପ୍ରେମିକଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। କାରଣ ପ୍ରଥମ ଦେଖାରେ ମନକୁ ଯେଉଁ ଭାବନା ଆସିଥାଏ...

କରୋନାରୁ ରକ୍ଷା ପାଇଁ ଘରୋଇ ଉପଚାର ବଢ଼ାଉଛି ବିପଦ!

ସବୁ ଜିନିଷର ଅତ୍ୟଧିକ ମାତ୍ରା କ୍ଷତିକାରକ। ତାହା ଆମ ସ୍ବାସ୍ଥ୍ୟ ଜନିତ ହୋଇଥାଉ ନା କାହିଁକି। କରୋନା ସଂକ୍ରମଣ ସମୟରେ ଏମିତି କିଛି ଦେଖିବାକୁ ମିଳିଛି।...

Advertisement
Archives

Model This Week